Rakesh Tikait କହିଲେ କେଉଁ ମାମଲାରେ ହେବ ଆଗାମୀ ଆନ୍ଦୋଳନ
Advertisement

Rakesh Tikait କହିଲେ କେଉଁ ମାମଲାରେ ହେବ ଆଗାମୀ ଆନ୍ଦୋଳନ

 ରାକେଶ ଟିକେୟତ ପଞ୍ଚାୟତ ଆଜତକ୍ ଲଖନଉ ର ମଞ୍ଚ ଉପରେ କହିଥିଲେ ଯେ, ଆଗାମୀ ଆନ୍ଦୋଳନ ଏହି ମୁଦ୍ଦାକୁ ନେଇ ହେବ ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେଉଁ ବି ପାର୍ଟି ପାଇଁ କାମ ନକରନ୍ତୁ। 

Rakesh Tikait କହିଲେ କେଉଁ ମାମଲାରେ ହେବ ଆଗାମୀ ଆନ୍ଦୋଳନ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଚାଷୀ ନେତା ରାକେଶ ଟିକେୟତ । ଚାଷୀ ଆନ୍ଦୋଳନ ତ ହଟିସାରିଛି ହେଲେ ଏବେ ପୁଣିଥରେ ବ୍ରେକିଂ ନ୍ୟୁଜ୍ ପାଲଟିଛନ୍ତି ରାକେଶ ଟିକେୟତ। ହେଲେ ଚାଷୀ ଆନ୍ଦୋଳନ ପରେ ଏବେ ଆଉ ଏକ ନୂଆ ଆନ୍ଦୋଳନର ମଞ୍ଜି ବୁଣୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ରାକେଶ ଟିକେୟତ ପଞ୍ଚାୟତ ଆଜତକ୍ ଲଖନଉ ର ମଞ୍ଚ ଉପରେ କହିଥିଲେ ଯେ, ଆଗାମୀ ଆନ୍ଦୋଳନ ଏହି ମୁଦ୍ଦାକୁ ନେଇ ହେବ ଯେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେଉଁ ବି ପାର୍ଟି ପାଇଁ କାମ ନକରନ୍ତୁ। 

ସୂଚନାନୁସାରେ, ରାକେଶ ଟିକେୟତ ଲଗାତାର ଏହି ସ୍ୱର ଉଠାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ଦେଶର, ସମସ୍ତଙ୍କର ।ଠିକ୍ ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କର, ସେମାନେ କୌଣସି ପାର୍ଟିର ହୋଇନଥାନ୍ତି। ଖାସ୍ ଏଇଥିପାଇଁ ପ୍ରଧାନମନ୍ତ୍ରୀ (Prime Minister) ଓ ମୁଖ୍ୟମନ୍ତ୍ରୀ (Chief Minister) କୌଣସି ଗୋଟିଏ ପାର୍ଟିର ହୋଇନଥାନ୍ତି । ଏମାନେ କେବଳ ଗୋଟିଏ ପାର୍ଟି ପାଇଁ କାମ କରିବା ଉଚିତ୍ ନୁହେଁ। ଏହାରି ମଧ୍ୟରେ ଶାସକ ବିଜେପି ବିରୁଦ୍ଧରେ ସ୍ୱର ଉଠାଇବା ନେଇ ପ୍ରଶ୍ନରେ ସେ କହିଲେ ଯେ, ଆମ ମାମଲା କେଉଁ ଦଳ ସହିତ ନୁହେଁ । ଆମ ବିରୋଧ ସରକାରଙ୍କ ପାଇଁ। କେଉଁ ବି ସରକାରଙ୍କ ଭୁଲ୍ ପଲିସି ଆଣିଲେ ଆମେ ଏହିପରି ବିରୋଧ ଜାରି ରହିବ। 

Also Read: ଦୁଇଟି ଡୋଜ୍ ନେଇଥିବା ଲୋକଙ୍କୁ ହେଉଛି Omicron ଏହି ପ୍ରଥମ ଲକ୍ଷଣ

ଚାଷୀ ନେତା ରାକେଶ ଟିକେୟତ(Rakesh Tikait) କହିଛନ୍ତି ଯେ, କୌଣସି ଗୋଟିଏ ଦଳ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କାମ କରିବା ଉଚିତ୍ ନୁହେଁ। ଆଗାମୀ ଆନ୍ଦୋଳନ ଏହା ହିଁ ହେବ ଯେ, କେଉଁ ରାଜ୍ୟର ବି ମୁଖ୍ୟମନ୍ତ୍ରୀ କୌଣସି ଗୋଟିଏ ଦଳର ବ୍ୟାନରରେ ନଯାଆନ୍ତୁ । ଏହାର ଆରମ୍ଭ ଆମେ କରିବୁ। ରାଜ୍ୟର ନିର୍ବାଚନ ଶେଷ ହେଉ ଏହାପରେ ଆନ୍ଦୋଳନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର। ତାଙ୍କ ମଞ୍ଚରେ ଗୋଟିଏ ଦଳର ପତାକା ନୁହେଁ କେବଳ ରାଷ୍ଟ୍ରୀୟ ପତାକା ରହିବା ଦରକାର। 

Also Read: UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Up Assembly Election) ସହ ଜଡିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ, ରାଜନୈତିକ ଦଳଙ୍କୁ ଭୋଟ ଦରକାର ହୁଏ । ସମସ୍ତଙ୍କୁ ଭୋଟର ଦରକାର ହୁଏ। ଆମେ ସବୁ ଦଳ ଉପରେ ନଜର ରଖୁଛୁ କିଏ କଣ କରୁଛି, କିଏ କେଉଁ ଘୋଷଣା ଆଣୁଛନ୍ତି।