ହିଂସାକାଣ୍ଡରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କ ପାଖରେ ବେଆଇନ ସମ୍ପତ୍ତି ରହିଥିବା ନେଇ ଖବର ପାଇଛି ପ୍ରଶାସନ।
Trending Photos
ମଧ୍ୟ ପ୍ରଦେଶର ଖାରଗୋନ ଜିଲ୍ଲା ପରେ ଗୁଜୁରାଟର ଖମ୍ବାତ ଠାରେ ଗ୍ରହଣ କରାଯାଇଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ। ଗତ ରବିବାର ଅନୁଷ୍ଠିତ ହୋଇଥିବା ରାମ ନବମୀ ଶୋଭାଯାତ୍ରା ବେଳେ ଏଠାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। କାର୍ଯ୍ୟାନୁଷ୍ଠାନ ସମୟରେ ଜବର ଦଖଲ କରି ବନା ଯାଇଥିବା ଦୋକାନ ହଟାଯାଇଛି।
ହିଂସାକାଣ୍ଡରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କ ପାଖରେ ବେଆଇନ ସମ୍ପତ୍ତି ରହିଥିବା ନେଇ ଖବର ପାଇଛି ପ୍ରଶାସନ। ଏହାର ପ୍ରମାଣ ମିଳିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଜ୍ୟର ଖାରଗୋନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ଅବୈଧ ସମ୍ପତ୍ତିକୁ ବାଜ୍ୟାପ୍ତି କରିଥିଲେ ମଧ୍ୟ ପ୍ରଦେଶ ସରକାର।
ଗୁଜୁରାଟର ଆନନ୍ଦ ଜିଲ୍ଲାର ଖମ୍ବାତ ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ପୋଲିସ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଏଭଳି ହିଂସାକାଣ୍ଡ ଭିଆଇବା ପାଇଁ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା। ରାମ ନବମୀ ଶୋଭାଯାତ୍ରା ବେଳେ ପଥର ମାଡ଼ କରିବାକୁ ବାହାରୁ ଲୋକ ଅଣାଯାଇଥିଲା। ଏନେଇ କୁହାଯାଇଥିଲା ଯଦି ସେମାନେ ଧରାପଡନ୍ତି ତାହେଲେ ସେମାନଙ୍କୁ ସମସ୍ତ ପ୍ରକାର ଆଇନଗତ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ।
Also Read: Khargone Violence: କର୍ଫ୍ୟୁ ଲାଗୁ ହେବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ
ଏଭଳି ଷଡ଼ଯନ୍ତ୍ର ରଚିଥିବା ଲୋକ କବ୍ରିସ୍ତାନ ପାଖରେ ଛିଡ଼ା ହୋଇ ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ଼ କରିବାକୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ। କାରଣ କବ୍ରୀସ୍ତାନ ପାଖରୁ ପଥର ସହଜରେ ମିଳିଥାଏ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇ ସାରିଛି।
ଜିଲ୍ଲାରେ ହୋଇଥିବା ପଥର ମାଡ଼ ଘଟଣାରେ ପ୍ରତିକ୍ରିୟା ରଖି ଆନନ୍ଦ ଜିଲ୍ଲା ଏସ.ପି ଅଜିତ ରାଞ୍ଜିଆ କହିଛନ୍ତି ହିଂସକାଣ୍ଡ ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଥିଲା ଯେ ହିନ୍ଦୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା। ଯାହା ଫଳରେ ସେମାନେ କୌଣସି ଧାର୍ମିକ ଶୋଭାଯାତ୍ରା ଆୟୋଜନ କରିବାକୁ ଯେପରି ସାହାସ ନ କରିବେ। ହିଂସାକଣ୍ଡରେ ଜଡି଼ତ ଅଭିଯୁକ୍ତ ରାମ ନବମୀ ଉପରେ ଶୋଭାଯାତ୍ରା ବାବଦରେ ଖବର ପାଇବା ମାତ୍ରେ ହିଂସା ଯୋଜନା କରିବା ଆରମ୍ଭ କରିଥିଲେ। ପୋଲିସ ଏହି ଶୋଭାଯାତ୍ରାକୁ ଅନୁମତି ଦେବା ମାତ୍ରେ ଅଭିଯୁକ୍ତ ସେମାନଙ୍କ ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ଲାଗିଥିଲେ।