Advertisement
Article Detail0/zeeodisha/odisha773893
Zee OdishaOdisha National-Internationalଅଠାଓ୍ୱଲେ କୋରୋନା ସଂକ୍ରମିତ, ଗୋ କୋରୋନା ଗୋ କହି ଚର୍ଚ୍ଚାକୁ ଆସିଥିଲେ

ଅଠାଓ୍ୱଲେ କୋରୋନା ସଂକ୍ରମିତ, 'ଗୋ କୋରୋନା ଗୋ' କହି ଚର୍ଚ୍ଚାକୁ ଆସିଥିଲେ

ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (RPI) ର ଅଧ୍ୟକ୍ଷ ରାମଦାସ ଅଠାଓ୍ୱଲେ (Ramdas Athawale) କୋରୋନା ସଂକ୍ରମିତ ହୋଇଛନ୍ତି। 

ଅଠାଓ୍ୱଲେ କୋରୋନା ସଂକ୍ରମିତ, 'ଗୋ କୋରୋନା ଗୋ' କହି ଚର୍ଚ୍ଚାକୁ ଆସିଥିଲେ

ନୂଆଦିଲ୍ଲୀ: ଗୋ କୋରୋନା ଗୋ ନାରା ଦେଇ ଚର୍ଚ୍ଚାକୁ ଆସିଥିବା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (RPI) ର ଅଧ୍ୟକ୍ଷ ରାମଦାସ ଅଠାଓ୍ୱଲେ (Ramdas Athawale) କୋରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି ଗତକାଲି ପାୟଲ ଘୋଷ (Payal Ghosh) ଙ୍କ ଦଳରେ ସଦସ୍ୟତା ପ୍ରଦାନ କରିଥିଲେ। ଏହା ପରେ ଅଠାଓ୍ୱଲେଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା। 

ଏହା ପରେ ପାୟଲ ଘୋଷଙ୍କ କ୍ୱାରେଣ୍ଟାଇନ ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ତାଙ୍କୁ କ୍ୱାରେଣ୍ଟାଇନ କରାଯାଉଛି କି ନାହିଁ ଦେଖିବାକୁ ବାକି ରହିଲା। ସୂଚନାଯୋଗ୍ୟ ସିନେ ନିର୍ମାତା ଅନୁରାଗକଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିଲେ ପାୟଲ। ଗତକାଲି ସେ ଆରପିଆଇରେ ସାମିଲ ହୋଇଥିଲେ। ତେବେ ଦଳରେ ସାମିଲ ହେବା କ୍ଷଣି ତାଙ୍କୁ ମହିଳା ସଂଘର ଉପସଭାପତି ଭାବେ ଘୋଷଣା କରାଯାଇଥିଲା। 

ଅଠାଓ୍ୱଲେ କହିଥିଲେ କି, ଆରପିଆଇ ବାବା ସାହେବ ଆମ୍ବେଦକଙ୍କ ଦଳ ବୋଲି ପାୟଲଙ୍କୁ ସୂଚନା ଦିଆଯାଇଥିଲା। ଏହି ଦଳ ସମାଜର ପ୍ରତିଟି ବର୍ଗଙ୍କ ପାଇଁ କାମ କରୁଛି। ତେଣିକି ସେ ଦଳିତ ହୁଅନ୍ତି, ଆଦିବାସୀ କିମ୍ବା ଓବିସି ସମ୍ପ୍ରଦାୟର ହୁଅନ୍ତି। ଦଳ ସମସ୍ତଙ୍କ ପାଇଁ କାର୍ଯ୍ୟ କରୁଛି। ଯଦି ଆପଣ ଦଳରେ ସାମିଲ ହୁଅନ୍ତି, ତେବେ ଦଳକୁ ଏକ ମଜବୁତ ଚେହେରା ମିଳିବ ବୋଲି ସେ କହିଥିଲେ। 

Add Zee News as a Preferred Source

 

About the Author