ଦୁର୍ଲଭ ଖଗୋଳୀୟ ଘଟଣା! ଚମକପ୍ରଦ ତାରାରେ ହେଉଥିବା ସୁପରନୋବା ବିସ୍ଫୋରଣକୁକୁ ରେକର୍ଡ କଲା ନାସା
Advertisement

ଦୁର୍ଲଭ ଖଗୋଳୀୟ ଘଟଣା! ଚମକପ୍ରଦ ତାରାରେ ହେଉଥିବା ସୁପରନୋବା ବିସ୍ଫୋରଣକୁକୁ ରେକର୍ଡ କଲା ନାସା

 ମହାକାଶ ବୈଜ୍ଞାନିକଙ୍କ ବିଶ୍ୱାସ ଯେ ଏଭଳି ଖଗୋଳୀୟ ଘଟଣା ଅତ୍ୟନ୍ତ ବିରଳ। 

ଦୁର୍ଲଭ ଖଗୋଳୀୟ ଘଟଣା! ଚମକପ୍ରଦ ତାରାରେ ହେଉଥିବା ସୁପରନୋବା ବିସ୍ଫୋରଣକୁକୁ ରେକର୍ଡ କଲା ନାସା

ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (NASA) ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଏକ ବିରାଟ ତାରାରେ ହେଉଥିବା ବିସ୍ଫୋରଣକୁ ରେକର୍ଡିଂ କରାଯାଇଛି । ପୃଥିବୀ ଠାରୁ ପ୍ରାୟ ୭୦ ନିୟୁତ ଆଲୋକ ବର୍ଷ ଦୂରରେ ଅବସ୍ଥିତ SN 2018 GV ସୁପରନୋଭା ବିଶାଳ ବିସ୍ଫୋରଣକୁ ରେକର୍ଡ କରିଛି ନାସା । ଏହି ଭିଡିଓକୁ ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛି ନାସା ।

ମହାକାଶରେ ଏକ ତାରାର ସବୁଠାରୁ ବଡ ବିସ୍ଫୋରଣ ହେଉଛି ସୁପରନୋଭା । ସୁପରନୋଭା ୨୦୧୮ ଜିଭି (Supervona 2018 GV) ବିସ୍ଫୋରଣକୁ ଏକ କ୍ଷୀଣ ଆଲୋକ ମଧ୍ୟରେ ଦେଖିବାକୁ ମିଳୁଛି । ମହାକାଶ ବୈଜ୍ଞାନିକଙ୍କ ବିଶ୍ୱାସ ଯେ ଏଭଳି ଖଗୋଳୀୟ ଘଟଣା ଅତ୍ୟନ୍ତ ବିରଳ। ପୃଥିବୀର ନିକଟସ୍ଥ ମିଲ୍କି ୱେ (Milk Way) ର ପ୍ରାୟ ଅଧା ବ୍ୟାସ ବିଶିଷ୍ଟ ଏହି ତାରା ୧୯୭୧ ମସିହାରେ ବ୍ରିଟିଶ ଜ୍ୟୋତିର୍ବିଜ୍ଞାନ ୱିଲିୟମ୍ ହର୍ଚେଲଙ୍କ ଦ୍ୱାରା 'ସ୍ପିରାଲ୍ ନେବୁଲା' (spiral nebula) ଭାବେ ଆବିଷ୍କୃତ ହୋଇଥିଲେ। ପ୍ରାୟ ଏକ ବର୍ଷର ସମୟ କ୍ରମକୁ ବିସ୍ତାର କରି ସୁପରନୋଭା ପ୍ରଥମେ ଗାଲାକ୍ସିର ବାହ୍ୟ ଧାରରେ ଜ୍ୱଳନ୍ତ ତାରକା ଭାବରେ ଦେଖାଯାଇଥିଲା ।

 

ହାଇ-ଜେଡ ସୁପରନୋଭା (High Z Supernova) ଉପରେ ଗବେଷଣା କରୁଥିବା ଦଳର ମୁଖ୍ୟ ନୋବେଲ ବିଜେତା ଆଦାମ ରିସ୍ କହିଛନ୍ତି ହବଲ୍ ସ୍ପେସ୍ ଟେଲିସ୍କୋପ ଦ୍ୱାରା ରେକର୍ଡ ହୋଇଥିବା ବିସ୍ଫୋରଣର ଆଲୋକ ଦୁନିଆର କୌଣସି ଆତସବାଜିର ଆଲୋକ ଠାରୁ ଅଧିକ ହୋଇପାରିବ ନାହିଁ । ଜ୍ୟୋତିର୍ବିଜ୍ଞାନୀ ଏକ ସୁପରନୋଭାର ପ୍ରକୃତ ଉଜ୍ଜ୍ୱଳତା ଜାଣିବା ଏବଂ ଆକାଶରେ ଏହାର ଉଜ୍ଜ୍ୱଳତା ଦେଖିବା ପରେ ସେମାନଙ୍କର ଗ୍ୟାଲେକ୍ସିର ଦୂରତା ଗଣନା କରିପାରନ୍ତି । ଏହା ଜ୍ୟୋତିର୍ବିଜ୍ଞାନୀଙ୍କୁ ବ୍ରହ୍ମାଣ୍ଡର ବିସ୍ତାର ହାର ମାପ କରିବାରେ ସାହାଯ୍ୟ କରିପାରିବ।

୨୦୧୮ ଜାନୁଆରୀରେ ପ୍ରାରମ୍ଭିକ ବିସ୍ଫୋରଣ ହବଲ୍ ଟେଲିସ୍କୋପ ସହିତ ରେକର୍ଡ ହୋଇପାରିଲା ନାହିଁ, ହେଲେ ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଲଗାତାର ଫଟୋ ଉଠାଯାଇଥିଲା । ଏହି ଫଟୋକୁ ଏକ ସମୟ ବ୍ୟବଧାନରେ ସଂଗ୍ରହ କରାଯାଇଥିଲା । ଯେଉଁଥିରେ ବିସ୍ଫୋରଣକୁ ମଧ୍ୟ ରେକର୍ଡ କରାଯାଇଛି । ଯେଉଁ ତାରାରେ ଏହି ବିସ୍ଫୋରଣ ହୋଇଛି ତାହା ସୂର୍ଯ୍ୟଙ୍କ ଠାରୁ ୫ ବିଲିୟନ ଅଧିକ ଉଜ୍ଜ୍ୱଳ ।