ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR
Advertisement

ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR

Ration Card: ସେ ଆଗକୁ କହିଛନ୍ତି ଯେ, ଯେଉଁମାନେ ମାସକୁ ୧୫,୦୦୦ରୁ ଅଧିକ ରୋଜଗାର କରନ୍ତି ସେମାନେ ଅନ୍ତ୍ୟୋଦୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି । ଏହିପରି ଲୋକମାନେ ମେ ୩୧ ପର୍ଯ୍ୟନ୍ତ କାର୍ଡ ସରେଣ୍ଡର କରିପାରିବେ । ଏପରି ନ କରିବା ଦ୍ୱାରା ଜୁନ ୧ରୁ ଅଯୋଗ୍ୟ କାର୍ଡଧାରୀଙ୍କ ବିରୋଧରେ ଏକ ଅଭିଯାନ ଚଲାଯିବ ଓ ଅଯୋଗ୍ୟଙ୍କ ବିରୋଧରେ FIR ରୁଜୁ କରାଯିବ । ଆହୁରି ମଧ୍ୟ ଏପରି ଲୋକଙ୍କଠାରୁ ନେଇଥିବା ରାସନ ଆଦାୟ ହେବ ।

ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR

ନୂଆଦିଲ୍ଲୀ: Ration Card: ରାସନ କାର୍ଡ ଗରିବ ଲୋକଙ୍କ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥାଏ । ଏହା ମାଧ୍ୟମରେ ଗରିବ ଲୋକମାନଙ୍କୁ ପ୍ରତିମାସରେ ଖାଦ୍ୟ ଶସ୍ୟ ମିଳିଥାଏ । ବର୍ତ୍ତମାନ ମାଗଣା ରାସନ (Free Ration) ବ୍ୟବସ୍ଥା ମଧ୍ୟ ଲାଗୁ ରହିଛି । କିନ୍ତୁ କିଛି ଅଯୋଗ୍ୟ ଲୋକ ଏହି ରାସନ କାର୍ଡ (Ration Card) ର ଲାଭ ଉଠାଉଛନ୍ତି । ଯାହା ପରେ ସରକାର ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ତରଫରୁ ଲଗାତର ଅଯୋଗ୍ୟ ରାସନ କାର୍ଡଧାରୀ (Ration Card Holder) ଙ୍କୁ ସେମାନଙ୍କ ରାସନ କାର୍ଡ ସରେଣ୍ଡ କରିବାକୁ କୁହାଯାଉଛି । ସରକାର କହିଛନ୍ତି ଯେ, ସମସ୍ତ ଲୋକ ସରକାରଙ୍କ ମାଗଣା କିମ୍ବା ଶସ୍ତା ରାସନ ଯୋଜନାର ଲାଭ ନେବା ପାଇଁ ଯୋଗ୍ୟ ନୁହଁନ୍ତି, ତେଣୁ ଏପରି ଅଯୋଗ୍ୟ ଲୋକମାନେ ତୁରନ୍ତ ସେମାନଙ୍କର ରାସନ କାର୍ଡ ସରେଣ୍ଡର କରିବା ଆବଶ୍ୟକ ।

ଉତ୍ତରାଖଣ୍ଡର ଖାଦ୍ୟ ବିଭାଗ ଏକ ଅଭିଯାନ ଅନ୍ତର୍ଗତ ହଜାର ହଜାର ରାସନ କାର୍ଡକୁ ସରେଣ୍ଡର କରାଇସାରିଛି । ରାଜ୍ୟ ଖାଦ୍ୟମନ୍ତ୍ରୀ ରେଖା ଆର୍ଯ୍ୟ ମଧ୍ୟ ଏହି ଅଭିଯାନର ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ରାସନ ଦୋକାନ ବାହାରେ ହିତାଧିକାରୀଙ୍କ ନାମର ଏକ ତାଲିକା ରଖାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆର୍ଯ୍ୟ କହିଛନ୍ତି ଯେ, ଯେଉଁ ଗ୍ରାମ ସଭା କିମ୍ବା ସ୍ଥାନୀୟ ଅଞ୍ଚଳରୁ ଅଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ ସରେଣ୍ଡର ହେବ, ସେହି ଅଞ୍ଚଳର ଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ ତିଆରି କରାଯିବ ।

ସେ ଆଗକୁ କହିଛନ୍ତି ଯେ, ଯେଉଁମାନେ ମାସକୁ ୧୫,୦୦୦ରୁ ଅଧିକ ରୋଜଗାର କରନ୍ତି ସେମାନେ ଅନ୍ତ୍ୟୋଦୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି । ଏହିପରି ଲୋକମାନେ ମେ ୩୧ ପର୍ଯ୍ୟନ୍ତ କାର୍ଡ ସରେଣ୍ଡର କରିପାରିବେ । ଏପରି ନ କରିବା ଦ୍ୱାରା ଜୁନ ୧ରୁ ଅଯୋଗ୍ୟ କାର୍ଡଧାରୀଙ୍କ ବିରୋଧରେ ଏକ ଅଭିଯାନ ଚଲାଯିବ ଓ ଅଯୋଗ୍ୟଙ୍କ ବିରୋଧରେ FIR ରୁଜୁ କରାଯିବ । ଆହୁରି ମଧ୍ୟ ଏପରି ଲୋକଙ୍କଠାରୁ ନେଇଥିବା ରାସନ ଆଦାୟ ହେବ ।

ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ଅଯୋଗ୍ୟ ଲୋକଙ୍କୁ ସେମାନଙ୍କ ରାସନ କାର୍ଡ ସରେଣ୍ଡର କରିବାକୁ କୁହାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଅଯୋଗ୍ୟ କାର୍ଡଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କଠାରୁ ରିକଭରୀ କରାଯିବ । ସିଏମ ଯୋଗୀ ଆଦିତ୍ୟନାଥଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ଅଯୋଗ୍ୟ କାର୍ଡଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏହି ଆଦେଶ ପରେ ଲୋକମାନେ ବିଭିନ୍ନ ଜିଲ୍ଲାରେ ରାସନ କାର୍ଡ ସରେଣ୍ଡର କରୁଛନ୍ତି ।

ଏହା ବି ପଢ଼ନ୍ତୁ:-ଏହି ୨ ଦେଶ ନାଟୋରେ ଯୋଗଦେବା ମାତ୍ରେ 'ହାରିଯିବ' ଋଷ, ଜାଣନ୍ତୁ ପୁଟିନ କିପରି ଲେଖିଲେ ପରାଜୟର କାହାଣୀ?

ଏହା ବି ପଢ଼ନ୍ତୁ:-ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେତେ?

 

ସୂଚନାଯୋଗ୍ୟ, ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନେ ନିଜର ରାସନ କାର୍ଡକୁ ତହସିଲ କିମ୍ୱା ଡିଏସଓ କାର୍ଯ୍ୟାଳୟରେ ସରେଣ୍ଡ (Surrender Ration Card) କରିବାକୁ ପଡ଼ିବ । ସରକାରଙ୍କ ନିୟମ ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି, ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ, ଯେହେତୁ ସେ ରାସନ ନେଉଛନ୍ତି, ସେହି ରାସନ (Ration) ମଧ୍ୟ ଆଦାୟ କରାଯିବ ।