Repo Rate: ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
Advertisement

Repo Rate: ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

Repo Rate: କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ପୁଣିଥରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ହାରକୁ 6.5% ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୌଜନ୍ୟ-ସୋସିଆଲ ମିଡିଆ

RBI Keeps Repo Rate: କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ପୁଣିଥରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ହାରକୁ 6.5% ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଖବର ଅନୁଯାୟୀ, ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟିର ମିଟିଂରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ସମୟରେ ସେ ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବା ନେଇ ସୂଚନା ଦେଇଛନ୍ତି ।

ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୩ ଫେବୃୟାରୀ ୮ ତାରିଖରେ ରେପୋ ରେଟ୍ ପରିବର୍ତ୍ତନ କରାଯାଇଥିଲା । ସେ ସମୟରେ ଏହାକୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା ।  ସେତେବେଳେ ଏହା ୬.୨୫ ପ୍ରତିଶତକୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହୋଇଥିଲା । ସେବେଠାରୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ଅପରିବର୍ତ୍ତିତ ରହିଛି । ଏହାବାଦ୍ ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ସ୍ଥିର ରଖିଛି । ଯାହାକି ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି । ଅନ୍ୟପଟେ ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି । ସେପଟେ ରିଜର୍ଭ ବ୍ୟାଙ୍କ ଗର୍ଭଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ମୁତାବକ, ଏଥର ଜିଡିପି ଗ୍ରୋଥର ଅନୁମାନ ୭ ପ୍ରତିଶତ ରଖାଯାଇଛି । ଯାହାର ପୂର୍ବ ଅନୁମାନ ମଧ୍ୟ ୭.୩ ରହିଥିଲା । ଏହାସହ ଗତ ଏକ ବର୍ଷ ଧରି ଭାରତୀୟ ମୁଦ୍ରାରେ ସ୍ଥିରତା କାୟମ୍ ରହିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି ।

Also Read- Rajya Sabha Election: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଫେବ୍ରୁଆରୀ ୧୫ ଯାଏଁ ନାମାଙ୍କନ ପତ୍ର ଦାଖଲ