RG Kar Case: ସଞ୍ଜୟ ରାୟଙ୍କର ହେବନି ନାର୍କୋ ଟେଷ୍ଟ୍, ଜାଣନ୍ତୁ କଣ କହିଲେ କୋର୍ଟ
Advertisement
Article Detail0/zeeodisha/odisha2428705

RG Kar Case: ସଞ୍ଜୟ ରାୟଙ୍କର ହେବନି ନାର୍କୋ ଟେଷ୍ଟ୍, ଜାଣନ୍ତୁ କଣ କହିଲେ କୋର୍ଟ

Sanjay Roy Narco Test: କୋଲକାତା ଆରଜି କର ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ ହେବା ପାଇଁ ଅନୁମତି ଦେଇନାହାନ୍ତି କୋଲକାତା କୋର୍ଟ । ଜଣେ ଅଧିକାରୀ କହିଛନ୍ତି ଯେ, ନାର୍କୋ ଟେଷ୍ଟ୍ କରିବାର ଉଦ୍ଦେଶ୍ୟ ହେଉଛି ଅଭିଯୁକ୍ତ ସଞ୍ଜୟ ରାୟ ସତ କହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ।

RG Kar Case: ସଞ୍ଜୟ ରାୟଙ୍କର ହେବନି ନାର୍କୋ ଟେଷ୍ଟ୍, ଜାଣନ୍ତୁ କଣ କହିଲେ କୋର୍ଟ

RG Kar Case: ବହୁ ଚର୍ଚ୍ଚିତ କୋଲକାତା ଆରଜି କର ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ନାର୍କୋ ଟେଷ୍ଟ୍କୁ କୋଲକାତା କୋର୍ଟଙ୍କ ଅନୁମତି ମିଳିନାହିଁ । ସିବିଆଇ ସଞ୍ଜୟ ରାୟଙ୍କ ନାର୍କୋ ଆନାଲିସିସ୍ ଟେଷ୍ଟ୍ କରିବାକୁ ଯୋଜନା କରୁଥିଲା ତେଣୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ ନାର୍କୋ ଟେଷ୍ଟ କରିବାକୁ ଅନୁମତି ପାଇଁ ସିଲଦା କୋର୍ଟରେ ଆବେଦନ କରାଯାଇଥିଲା । ଏହା ଅଧୀନରେ ଆଜି ସଞ୍ଜୟ ରାୟଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା, କିନ୍ତୁ ସଞ୍ଜୟ ମାଜିଷ୍ଟ୍ରେଟଙ୍କ ଆଗରେ ନାର୍କୋ ଟେଷ୍ଟ୍ ପାଇଁ ତାଙ୍କ ସମ୍ମତି ଦେଇନଥିଲେ । ଫଳରେ କୋର୍ଟ ସିବିଆଇର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ।

ପିଟିଆଇ ଖବର ଅନୁଯାୟୀ, ଜଣେ ଅଧିକାରୀଙ୍କ କହିବା କଥା ଏହା ଯେ, ଅଭିଯୁକ୍ତ ସଞ୍ଜୟ ରାୟ ସତ କହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ପାଇଁ ନାର୍କୋ ଟେଷ୍ଟ୍ କରିବା ଆବଶ୍ୟକ । ନାର୍କୋ ଟେଷ୍ଟ୍ରୁ ସତ କି ମିଛ ଜାଣିବାରେ ସହଜ ହେବ ।

ସିବିଆଇ ଅଧିକାରୀ କହିଛନ୍ତି ଯେ, ନାର୍କୋ ଟେଷ୍ଟ୍ ସମୟରେ ସୋଡିୟମ ପେଣ୍ଟୋଥାଲ ନାମକ ଏକ ଔଷଧ ସେହି ବ୍ୟକ୍ତିଙ୍କ ଶରୀରରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ । ଯାହା ତାଙ୍କୁ ହାଇପ୍ନୋସିସ୍ ଅବସ୍ଥାକୁ ନେଇଥାଏ । ଏହାଦ୍ୱାରା ତାଙ୍କ କଳ୍ପନାକୁ ନିରପେକ୍ଷ କରିଥାଏ। ସେ କହିଛନ୍ତି ଯେ, ଅଧିକାଂଶ ମାମଲାରେ ଅଭିଯୁକ୍ତ ଘଟଣା ବାବଦରେ ସଠିକ୍ ସୂଚନା ଦେଇଥାଏ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ୩୧ ବର୍ଷିୟା ପ୍ରଶିକ୍ଷକ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ଜଣେ ଅଭିଯୁକ୍ତ ଭାବେ ବିବେଚନା କରାଯାଇଛି । ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ୍ କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ ।

Also Read- Top 10 News Today: ରେଭେନ୍ସା ବାବଦରେ ମୁହଁ ଖୋଲିଲେ ସାଂସଦ ଭର୍ତ୍ତୃହରି ଏବଂ ଅନ୍ୟ ମୁଖ୍ୟ ଖବର

Also Read- Malavya Rajyog Effect: ମାଳବ୍ୟ ରାଜଯୋଗ ପ୍ରଭାବରୁ ୩ ରାଶି ହେବେ ମାଲାମାଲ୍