Rishi Sunak: ହିନ୍ଦୁତ୍ୱ ଛବି ଉପରେ ମୋହର ଲଗାଇଲେ ସୁନକ୍, ହାତରେ ନାଲି ସୂତା ବାନ୍ଧି ଦେଲେ ପ୍ରଥମ ଭାଷଣ
Advertisement

Rishi Sunak: ହିନ୍ଦୁତ୍ୱ ଛବି ଉପରେ ମୋହର ଲଗାଇଲେ ସୁନକ୍, ହାତରେ ନାଲି ସୂତା ବାନ୍ଧି ଦେଲେ ପ୍ରଥମ ଭାଷଣ

Indian origin Rishi Sunak: ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ସଂକଟରେ ଥିବା ଦେଶର ଆବଶ୍ୟକତାକୁ ରାଜନୀତିଠାରୁ ଉପରେ ରଖିବେ ଓ ତାଙ୍କ ପୂର୍ବ ସରକାର କରିଥିବା ଭୁଲଗୁଡ଼ିକୁ ସଂଶୋଧନ କରିବେ ।

ସୌ: ସୋସିଆଲ ମିଡିଆ

Indian origin Rishi Sunak: ଭାରତୀୟ ବଂଶୋଦ୍ଭବ ଋଷି ସୁନାକ (Rishi Sunak) ମଙ୍ଗଳବାର ଦିନ ବ୍ରିଟିଶ ପ୍ରଧାନମନ୍ତ୍ରୀ (British Prime Minister) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ସେ ନିଜର ହିନ୍ଦୁତ୍ୱ ଭାବମୂର୍ତ୍ତିକୁ ଆହୁରି ପକ୍କା କରିଥିଲେ । ସୁନକ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ, ସେତବେଳେ ସେ ନିଜ ହାତରେ ନାଲି ସୂତା ବାନ୍ଧିଥିଲେ, ଯାହା ହିନ୍ଦୁ ଧର୍ମର (Hinduism) ଅନ୍ୟତମ ପ୍ରତୀକ ଅଟେ । ତାଙ୍କର ଏହି ଫଟୋ ଜୋରଦାର ଭାଇରାଲ ହେଉଛି । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ସଂକଟରେ ଥିବା ଦେଶର ଆବଶ୍ୟକତାକୁ ରାଜନୀତିଠାରୁ ଉପରେ ରଖିବେ ଓ ତାଙ୍କ ପୂର୍ବ ସରକାର କରିଥିବା ଭୁଲଗୁଡ଼ିକୁ ସଂଶୋଧନ କରିବେ । ଦୀପାବଳୀ ଦିନ କଞ୍ଜରଭେଟିଭ ପାର୍ଟିର ନୂଆ ନେତା ଭାବରେ ସୁନକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଧର୍ମ ଅନୁଯାୟୀ ଜଣେ ହିନ୍ଦୁ ଓ ସେ ଗତ ୨୧୦ ବର୍ଷ ମଧ୍ୟରେ ବ୍ରିଟେନର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଅଟନ୍ତି । ସେ ବୃତ୍ତି ଅନୁଯାୟୀ ଜଣେ ବ୍ୟାଙ୍କର୍ । ସୁନକ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ ବାହାରେ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ ବ୍ରିଟେନ ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସମୟରେ ସେ ଦାୟିତ୍ବ ଗ୍ରହଣ କରୁଛନ୍ତି । ଏହା ସମେତ ସେ ଏହି ଆହ୍ୱାନଗୁଡିକ ପୂରଣ କରିବାରେ ସକ୍ଷମ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଋଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କୁ ଭବିଷ୍ୟତ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଯୋଗୀ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି, ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଋଷି ସୁନକ ଜୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଆପଣଙ୍କ ଏହି ଐତିହାସିକ ସଫଳତା ପାଇଁ ସମଗ୍ର ବିଶ୍ୱରେ ଭାରତୀୟମାନେ ଗର୍ବିତ ଅନୁଭବ କରୁଛନ୍ତି । ଭାରତ-ବ୍ରିଟେନ ସମ୍ପର୍କର ଏକ ନୂତନ ସୁବର୍ଣ୍ଣ ଯୁଗ ଆପଣଙ୍କ ନେତୃତ୍ୱରେ ଆରମ୍ଭ ହେବ ।

ଏହି ସମୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଭବିଷ୍ୟତରେ ହିଜାବ ପିନ୍ଧିଥିବା ଝିଅ ଭାରତର ପ୍ରଧାନମନ୍ତ୍ରୀ ହେବ । ଓୱେସି କହିଛନ୍ତି ଯେ ହିଜାବ ପିନ୍ଧିଥିବା ଝିଅ ମୋ ଜୀବନକାଳରେ କିମ୍ବା ମୋ ଜୀବନ ପରେ ଭାରତର ପ୍ରଧାନମନ୍ତ୍ରୀ ହେବ । ଯେତେବେଳେ ସେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ବାସ୍ତବରେ କଂଗ୍ରେସ ନେତା ପି ଚିଦାମ୍ବରମ୍ ଓ ଶଶି ଥରୁରଙ୍କ ସମେତ ଅନ୍ୟ କେତେକ ବିରୋଧୀଦଳ ଆଶା ପ୍ରକଟ କରିଛନ୍ତି ଯେ ସୁନକ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବାରୁ ଭାରତ ଶିକ୍ଷାଲାଭ କରିବା ଉଚିତ୍ ଓ ସଂଖ୍ୟାଲଘୁମାନଙ୍କ ମଧ୍ୟରୁ କାହାକୁ ମନୋନୀତ କରିବାର ପରମ୍ପରାକୁ ଅନୁସରଣ କରିବା ଉଚିତ୍ । ଚିଦାମ୍ବରମ୍ ସୋମବାର ଏକ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଥମେ କମଲା ହାରିସ୍ ଓ ବର୍ତ୍ତମାନ ଋଷି ସୁନକ୍ । ଆମେରିକା ଓ ବ୍ରିଟେନର ଲୋକମାନେ ନିଜ ଦେଶର ଅଣ-ସଂଖ୍ୟାଲଘୁ ନାଗରିକଙ୍କୁ ଗ୍ରହଣ କରିଛନ୍ତି ଓ ସେମାନଙ୍କୁ ସରକାରରେ ଉଚ୍ଚ ପଦବୀରେ ମନୋନୀତ କରିଛନ୍ତି । ମୁଁ ଭାବୁଛି ଭାରତ ଓ ପ୍ରମୁଖ ଦଳଗୁଡ଼ିକ ଏକ ଶିକ୍ଷା ଶିଖିବା ଉଚିତ୍ । 

ଏହା ବି ପଢ଼ନ୍ତୁ: Asaduddin Owaisi: 'ହିଜାବ୍ ପିନ୍ଧିଥିବା ଝିଅ ହେବ ଭାରତର ପ୍ରଧାନମନ୍ତ୍ରୀ'