Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି
Advertisement

Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି

ଗୁରୁବାର ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଆୟୋଜିତ ହେଉଥବା ଦ୍ୱିତୀୟ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି। 

Assembly Election 2021: ପଶ୍ଚିମବଙ୍ଗ-ଆସାମ ରାଲିରେ ଯୋଗଦେବେ ପିଏମ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଜୋରସୋରରେ ଜାରି ରହିଛି ବିଭିନ୍ନ ଜୋରସୋରରେ ଜାରି ରହିଛି ଦଳୀୟ ପ୍ରଚାର। ଏହି କ୍ରମରେ ମାର୍ଚ୍ଚ ୧୮ ତାରିଖ ଗୁରୁବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ଏବଂ ଆସାମ ଠାରେ ହେବାକୁ ଯାଉଥିବା ଦଳୀୟ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି।   

ପଶ୍ଚିମବଙ୍ଗ ରାଲି ଉପରେ ପ୍ରତିକ୍ରିୟା ରଖି ବୁଧବାର ପିଏମ ମୋଦି (PM Modi) ଟ୍ୱିଟ କରି କହିଛନ୍ତି, "ଗୁରୁବାର ମୋତେ ପଶ୍ଚିମବଙ୍ଗର ଭାଇଭଉଣୀଙ୍କ ସହ ରହିବାର ସୁଯୋଗ ମିଳିବ। ମୁଁ ପୁରୁଲିଆ ଠାରେ ଆୟୋଜିତ ହେଉଥିବା ଜନସଭାକୁ ସମ୍ବୋଧିତ କରିବା ଆବଶ୍ୟକ। ପଶ୍ଚିମବଙ୍ଗର ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି। ବିଜେପିର ସୁଶାସନ ଏଜେଣ୍ଡା ପଶ୍ଚିମବଙ୍ଗ ଲୋକଙ୍କୁ ପସନ୍ଦ ଆସୁଛି। 

 

Also Read: ସାମ୍ନାକୁ ଆସିଲା ପିଏମ ମୋଦିଙ୍କ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ରାଲି ରହସ୍ୟ

ସେହିପରି ଆସାମ ରାଲି ଉପରେ ମତ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମାର୍ଚ୍ଚ ୧୮ ତାରିଖ ଗୁରୁବାର ମୁଁ ଆସାମ ଗସ୍ତରେ ଯାଉଛି। ଆସାମ ଭଳି ମହାନ ରାଜ୍ୟର ଅଧିବାସୀଙ୍କ ଉପସ୍ଥିତିରେ କରିମଗଞ୍ଜ ଠାରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରିବି। ଯାହାକୁ ନେଇ ମୁଁ ବେଶ ଉତ୍ସାହିତ। ବିଗତ ୫ ବର୍ଷରେ ଆସାମବାସୀଙ୍କୁ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟର ପ୍ରଗତି ପାଇଁ ଚାଲିଥିବା ବିକାଶ ଏଜେଣ୍ଡାକୁ ଆଗେଇ ନେବା ପାଇଁ ଏନଡିଏ ମେଣ୍ଟକୁ ଆସାମ ଜନତାଙ୍କ ଆଶୀର୍ବାଦ ଆବଶ୍ୟକ।

Also Read: ପଶ୍ଚିମବଙ୍ଗ ଜନତାଙ୍କ ବିଶ୍ୱାସ ଭାଙ୍ଗି ଦେଇଛି ମମତା ସରକାର: PM Modi

 

ଗୁରୁବାର ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଆୟୋଜିତ ହେଉଥବା ଦ୍ୱିତୀୟ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ ପିଏମ ମୋଦି। ଏହା ପୂର୍ବରୁ ସେ ଗତ ୭ ତାରିଖରେ  କୋଲକାତାସ୍ଥିତ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ସାରିଛନ୍ତି। ଯାହା ତାଙ୍କର ପ୍ରଥମ ନିର୍ବାଚନୀ ଥିଲା।