ସାରା ଦୁନିଆର ଚିନ୍ତା ବଢ଼ାଇଲେ ନାଟୋ ମୁଖ୍ୟ! ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ
Advertisement

ସାରା ଦୁନିଆର ଚିନ୍ତା ବଢ଼ାଇଲେ ନାଟୋ ମୁଖ୍ୟ! ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ

ପାଶ୍ଚାତ୍ୟ ଦେଶଗୁଡ଼ିକର ସାମରିକ ମେଣ୍ଟ ନାଟୋର ମୁଖ୍ୟ କହିଛନ୍ତି ଯେ, ୟୁକ୍ରେନକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଦ୍ୱାରା ଡୋନବାସ ଅଞ୍ଚଳ ମୁକ୍ତ ହେବାର ସମ୍ଭାବନା ବଢିବ । ଏହି ଅଞ୍ଚଳର ଏକ ବଡ଼ ଅଂଶ ଋଷର ଅଧୀନରେ ଚାଲିଯାଇଛି । ଗତ କିଛି ମାସ ଧରି ଋଷ ଓ ୟୁକ୍ରେନର ସୈନିକମାନେ ଦେଶର ପୂର୍ବ ଅଞ୍ଚଳରେ ନିଜର ସ୍ଥିତିକୁ ଦୃଢ଼ କରିବା ପାଇଁ ଲଢ଼େଇ କରିଥିଲେ । କିନ୍ତୁ ଗତ ସପ୍ତାହରେ ଋଷ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି ।

ସାରା ଦୁନିଆର ଚିନ୍ତା ବଢ଼ାଇଲେ ନାଟୋ ମୁଖ୍ୟ! ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Russia-Ukraine War: ଦୀର୍ଘ ପ୍ରାୟ ୪ ମାସ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧର ଭବିଷ୍ୟତ କଣ ରହିବ, ବର୍ତ୍ତମାନ ପର୍ଯ୍ୟନ୍ତ ତାହା କେହି ଜାଣି ନାହାଁନ୍ତି । ଋଷ ନିଜର ଆକ୍ରମଣ ଶୈଳୀରେ ପରିବର୍ତ୍ତନ କରିଛି । ଋଷ ୟୁକ୍ରେନର ଦକ୍ଷିଣ ସ୍ଥିତ ଡୋନେଟସ୍କ (Donetsk) ଅଞ୍ଚଳରେ ନିଜର ସୈନ୍ୟ ଅଭିଯାନ ଜୋରଦାର କରିଛି । ସେପଟେ ୟୁକ୍ରେନକୁ ମଧ୍ୟ ପଶ୍ଚାତ୍ୟ ଦେଶଗୁଡ଼ିକରୁ ଲଗାତର ସାହାଯ୍ୟ ମିଳୁଛି । ଯାହା ଫଳରେ ଋଷ ଭଳି ଶକ୍ତିଶାଳୀ ରାଷ୍ଟ୍ରର ସାମ୍ନା କରିପାରୁଛି ୟୁକ୍ରେନ । ଯାହା ପରେ ପ୍ରଶ୍ନ ଉଠୁଛି ଯେ କ'ଣ ଏହି ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିବ । ଏହି ସମୟରେ ନାଟୋ ମୁଖ୍ୟ (NATO Chief) ଚେତାବନୀ ଦେଇଛନ୍ତି ଯେ, ରୁଷୋ-ୟୁକ୍ରେନ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିପାରେ ଓ ୟୁକ୍ରେନକୁ ସମର୍ଥନ କରିବା ପାଇଁ ପାଶ୍ଚାତ୍ୟ ଦେଶମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ନାଟୋର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ (NATO Secretary General Jens Stoltenberg) କହିଛନ୍ତି ଯେ, ଯୁଦ୍ଧର ମୂଲ୍ୟ ବହୁତ ଅଧିକ, କିନ୍ତୁ ଋଷକୁ ତାର ସାମରିକ ଉଦ୍ଦେଶ୍ୟ ହାସଲ କରିବାକୁ ଅନୁମତି ଦେବାର ମୂଲ୍ୟ ତା'ଠାରୁ ଅଧିକ ହୋଇପାରେ । ଜେନ୍ସ ଷ୍ଟୋଲଟେନବର୍ଗଙ୍କ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଚେତାବନୀ ଦେଇଥିଲେ ଯେ ଋଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘ ସମୟ ଧରି ଚାଲିପାରେ । ବୋରିସ୍ ଜନସନ ଓ ଜେନ୍ସ ଷ୍ଟୋଲଟେନବର୍ଗ ଉଭୟ କହିଛନ୍ତି ଯେ, ଅଧିକ ଅସ୍ତ୍ର ପଠାଇବା ଦ୍ୱାରା ୟୁକ୍ରେନର ବିଜୟ ସମ୍ଭାବନା ବଢିବ ।

ନାଟୋ ପ୍ରମୁଖ ଜର୍ମାନ ଖବରକାଗଜ ବିଲ୍ଡକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, "ଏହି ଯୁଦ୍ଧ ବର୍ଷ ବର୍ଷ ନେଇପାରେ, ତେଣୁ ଆମକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ୟୁକ୍ରେନ ସମର୍ଥନରେ ଆମେ ପଛକୁ ହଟିବୁ ନାହିଁ । ଏଥିପାଇଁ ଆମକୁ ଯାହା ବି ଖର୍ଚ୍ଚ କରିବାକୁ ପଡ଼ିବ, ତାହା କରିବୁ । ଯେପରି ସାମରିକ ସହାୟତା କିମ୍ବା ତୈଳ, ଗ୍ୟାସ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିଷୟ ।"

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: BJP ର ଚିନ୍ତା ବଢ଼ାଉଛି ବିରୋଧୀ; ନବୀନ ଓ ଜଗନଙ୍କ ଉପରେ ସମସ୍ତଙ୍କ ନଜର

ଏହା ବି ପଢ଼ନ୍ତୁ:-ବଡ଼ ଝଟକା! ରାସନ କାର୍ଡଧାରକଙ୍କୁ ମିଳିବ ନାହିଁ ଏହି ସୁବିଧା, ସରକାର ଜାରି କଲେ ଆଦେଶ

ଏହା ବି ପଢ଼ନ୍ତୁ:-ଶ୍ରୀମନ୍ଦିର ଉପରେ କାହିଁକି ଉଡ଼ନ୍ତି ନାହିଁ ପକ୍ଷୀ ଓ ବିମାନ, ଜାଣନ୍ତୁ ଏହାର କାରଣ