Russia Ukraine War: ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଛି। ଭାରତର ନୂଆ ଆଡଭାଇଜରୀ ପରେ ଏକ ବଡ ସଙ୍କେତ ମିଳିଛି। ଗତ ୮ ମାସ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହା ରହ ଋଷ ଘନ ଘନ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଉଛି।
Trending Photos
Russia Ukraine War, ନୂଆଦିଲ୍ଲୀ: ଦୀର୍ଘ ଆଠ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଋଷ ଘନ ଘନ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଉଥିବା ବେଳେ ବିଶ୍ୱଯୁଦ୍ଧକୁ ନେଇ ଏକ ବଡ ସଙ୍କେତ ମିଳିଛି। ଋଷ ଓ ୟୁକ୍ରେନ ମଧ୍ୟ ଚାଲିଥିବା ଯୁଦ୍ଧ ଭିତରେ ଭାରତ ଏକ ଆଡଭାଇଜରୀ ଜାରି କରିଛି। ୟୁକ୍ରେନରେ ଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେବା ସହ ଭାରତ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି।
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ କିଛି ଦିନ ମଧ୍ୟରେ ୟୁକ୍ରେନରେ ଋଷର ଆକ୍ରମଣ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ମଙ୍ଗଳବାର ୟୁକ୍ରେନରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ଦ୍ୱିତୀୟ ଥର ପାଇଁ ଆଡଭାଇଜରୀ ଜାରି କରିଛି। ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ଅକ୍ଟୋବର ୧୯ରେ ଭାରତ ଏକ ଆଡଭାଇଜରୀ ଜାରି କରି ନାଗରିକମାନଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ ଚେତାବନୀ ଦେଇଥିଲା। ଚଳିତ ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ୟୁକ୍ରେନରୁ ଭାରତ ଆସିଥିବା ଅନେକ ଛାତ୍ରଛାତ୍ରୀ ପୁଣି ଥରେ ୟୁକ୍ରେନକୁ ଫେରିଛନ୍ତି। ସେମାନଙ୍କୁ ମଧ୍ୟ ସୁରକ୍ଷାକୁ ଦୃଷ୍ଟିରୁ ତୁରନ୍ତ ୟୁକ୍ରେନ ଛାଡିବାକୁ କୁହାଯାଇଛି।
Also Read: India-China relations: ଭାରତକୁ ଚୀନର ଚେତାବନୀ! ବିଦାୟୀ ଦିନ ଏମିତି କହିଲେ Sun Weidong
ମଙ୍ଗଳବାର ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି, "୧୯ ଅକ୍ଟୋବର ୨୦୨୨ରେ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରୀ ଅନୁଯାୟୀ ୟୁକ୍ରେନର ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି। ପୂର୍ବ ଆଡଭାଇଜରୀ ଅନୁଯାୟୀ କିଛି ଭାରତୀୟ ନାଗରିକ ୟୁକ୍ରେନ ଛାଡିଛନ୍ତି। ସେମାନେ ସୀମା ପାର ହେବା ପାଇଁ ନିମ୍ନ ନମ୍ବର ଉପରେ ଦୂତାବାସ ସହିତ ଯୋଗାଯୋଗ କରିପାରିବେ- +380933559958, +380635917881, +380678745945। ସେମାନେ ଦୂତାବାସ ୱେବସାଇଟର ସାହାଯ୍ୟ ମଧ୍ୟ ନେଇପାରିବେ।" ଏହାସହ ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ସ୍ଲୋଭାକିଆ ଦୂତାବାସର ନମ୍ବର ମଧ୍ୟ ଜାରି କରାଯାଇଛି।
ଆଡଭାଇଜରୀ ଅନୁଯାୟୀ, ଭାରତୀୟ ନାଗରିକମାନେ ହଙ୍ଗେରୀ, ସ୍ଲୋଭାକିଆ, ମୋଲଡୋଭା, ପୋଲାଣ୍ଡ ଏବଂ ରୋମାନିଆ ଦେଇ ୟୁକ୍ରେନ ସୀମାରୁ ବାହାରିପାରିବେ। ଫେବୃଆରି ଓ ମାର୍ଚ୍ଚରେ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ ଛାଡିଥିଲେ। ତେବେ ଭାରତରେ ସେମାନଙ୍କ ପାଇଁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିଲା। ଫଳରେ ସେପ୍ଟେମ୍ବର ଠାରୁ, ଅନେକ ଭାରତୀୟ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢା ଶେଷ କରିବାକୁ ୟୁକ୍ରେନକୁ ଫେରିଛନ୍ତି। ଅକ୍ଟୋବର ୮ରେ କେର୍ଚ ବ୍ରିଜ ଆକ୍ରମଣ ପରେ ଋଷ ଏବଂ ୟୁକ୍ରେନ ଯୁଦ୍ଧ ଆହୁରି ଉଗ୍ର ହୋଇଯାଇଛି।