ଏହି ୩ ଦେଶର ରାଷ୍ଟ୍ରଦୂତଙ୍କୁ ବିଦାକଲା ଋଷ
Advertisement

ଏହି ୩ ଦେଶର ରାଷ୍ଟ୍ରଦୂତଙ୍କୁ ବିଦାକଲା ଋଷ

Vladimir Putin ବିରୋଧି ରାଲି ଓ ପ୍ରଦର୍ଶନରେ ସାମିଲ ଅଭିଯୋଗରେ ଜର୍ମାନ, ପୋଲାଣ୍ଡ ଓ ସ୍ୱିଡେନର ରାଷ୍ଟ୍ରଦୂତଙ୍କୁ ଋଷ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଲେକ୍ସି ନୱଲନିଙ୍କୁ ମୁକ୍ତ କରିବାକୁ ଏହି ୩ ଦେଶ ଦାବି କରୁଥିଲେ।

ଏହି ୩ ଦେଶର ରାଷ୍ଟ୍ରଦୂତଙ୍କୁ ବିଦାକଲା ଋଷ

ନୂଆଦିଲ୍ଲୀ: କୋଠର ହେଲେ ଋଷରର ପୁତିନ ସରକାର। ୩ ଦେଶର ରାଷ୍ଟ୍ରଦୂତଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ। ସରକାର ବିରୋଧି ରାଲି ଓ ପ୍ରଦର୍ଶନରେ ସାମିଲ ଅଭିଯୋଗରେ ଜର୍ମାନ, ପୋଲାଣ୍ଡ ଓ ସ୍ୱିଡେନର ରାଷ୍ଟ୍ରଦୂତଙ୍କୁ ଋଷ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଲେକ୍ସି ନୱଲନିଙ୍କୁ ମୁକ୍ତ କରିବାକୁ ଏହି ୩ ଦେଶ ଦାବି କରୁଥିଲେ। ସେପଟେ ଭ୍ଲାଦିମିର ପୁତିନଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ପୁତିନ (Vladimir Putin) ସରକାର ବିରୋଧି ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିବା ଜର୍ମାନ, ପୋଲାଣ୍ଡ ଓ ସ୍ୱିଡେନର ରାଷ୍ଟ୍ରଦୂତଙ୍କୁ Persona Non Grata ଘୋଷଣା କରାଯାଇଛି। ଋଷ ବିଦେଶ ମନ୍ତ୍ରାଳୟର ଏହି କାର୍ଯ୍ୟାନୁଷ୍ଠାନକୁ ଜର୍ମାନ (German) ଚାଂସେଲର ଏଞ୍ଜେଲା ମାର୍କେଲ ଦୃଢ ନିନ୍ଦା କରି ବା ସହ ରାଷ୍ଟ୍ରଦୂତ (diplomats) ଙ୍କୁ ନିଷ୍କାସନ ଅନ୍ୟାୟପୂର୍ଣ୍ଣ ବୋଲି କହିଛନ୍ତି। ସେପଟେ ୟୁରୋପିୟ ସଂଘର ସମର୍ଥନରେ ଫ୍ରାନ୍ସ, ଜର୍ମାନୀ ପାଇଁ ଠିଆ ହୋଇଛି। 

Also Read: ବିପଦକୁ ଡାକୁଛି ଇରାନ, ଆକ୍ରମଣ କରିପାରେ ଇସ୍ରାଏଲ୍

ଅନ୍ୟପଟେ ରାଷ୍ଟ୍ରଦୂତ (ambassador) ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉଭୟ ଦେଶର ସମ୍ପର୍କ ଉପରେ ପ୍ରଭାବ ପକାଇବ। ବିଚାରାଧିନ ରାଜନାୟକ ସେଣ୍ଟ ପିଟର୍ସବର୍ଗ (Saint Petersburg) ପୋଲାଣ୍ଡ ବାଣିଜ୍ୟ ଦୂତାବାସରେ କାର୍ଯ୍ୟରତ ଥିଲେ। ତେଣୁ ଆମେ ଆମେ ଏଥିପାଇଁ ଦୁଃଖୀତ ଓ ଚିନ୍ତିତ ବୋଲି ପୋଲାଣ୍ଡ (Poland) ବୈଦେଶିକ ମନ୍ତ୍ରାଳୟ କହିଛି। ଆମେରିକା ମଧ୍ୟ ଋଷକୁ ସମାଲୋଚନା କରିବା ସହ ବହିଷ୍କୃତ ଦେଶର ସମର୍ଥନ କରୁଛି।

ସୂଚନାଯୋଗ୍ୟ ଆଲେକ୍ସି ନୱଲନି (Alexei Navalny), ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ପ୍ରମୂଖ ସମାଲୋଚକ ଥିଲେ। ୩ ବର୍ଷର ପାପୋଲ ଉଲ୍ଲଙ୍ଘନ ଅଭିଯୋଗରପେ ଗତ ସପ୍ତାହରେ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ୪ ମାସ ପରେ ଜାନୁଆରୀ ୧୭ରେ ଜମାନୀରୁ ଚିକିତ୍ସିତ ହୋଇ ଋଷ ଫେରିଥିଲେ। ଆଉ ସେଠାରେ ପହଞ୍ଚିବା ମାତ୍ରେ ଗିରଫ କରାଯାଇଥିଲା। ଯାହାକୁ ବିରୋଧ କରି କରିବା ସହ ଆଲେକ୍ସିଙ୍କୁ ମୁକ୍ତ କରିବାକୁ ଋଷରେ ଆନ୍ଦୋଳନ ଚାଲିଛି।