ପରୀକ୍ଷଣ ବେଳେ ଉଡନ୍ତା ଅଗ୍ନିପିଣ୍ଡୁଳା ପାଲଟିଗଲା ଋଷୀୟ ଯୁଦ୍ଧବିମାନ
Advertisement
Article Detail0/zeeodisha/odisha967328

ପରୀକ୍ଷଣ ବେଳେ ଉଡନ୍ତା ଅଗ୍ନିପିଣ୍ଡୁଳା ପାଲଟିଗଲା ଋଷୀୟ ଯୁଦ୍ଧବିମାନ

କମ୍ପାନୀ ନିର୍ମିତ ବିମାନ  ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ନିର୍ମାତା ୟୁନାଇଟେଡ଼ ଏୟାରକ୍ରାଫ୍ଟ କର୍ପୋରେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ପରୀକ୍ଷଣ ବେଳେ ଉଡନ୍ତା ଅଗ୍ନିପିଣ୍ଡୁଳା ପାଲଟିଗଲା ଋଷୀୟ ଯୁଦ୍ଧବିମାନ

ମସ୍କୋ: ପରୀକ୍ଷଣ ବେଳେ ଆକାଶରେ ଅଚାନକ ଉଡନ୍ତା ଅଗ୍ନିପିଣ୍ଡୁଳା ପାଲଟିଯାଇଛି ଏକ ଯୁଦ୍ଧବିମାନ। ଋଷିଆରେ ଘଟିଯାଇଛି ଏଭଳି ଦୁର୍ଘଟଣା। ଏହି ଘଟଣାରେ ୩ ଜଣ ଚାଳକ ଦଳ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେହି ହତାହତ ହୋଇଛନ୍ତି ନାଁ ନାହିଁ ସେ ନେଇ କିଛି ଜଣାପଡିନାହିଁ। 

ମଙ୍ଗଳବାର ଋଷିଆ (Russia) ରାଜଧାନୀ ମସ୍କୋ (Moscow) ସହର ନିକଟସ୍ଥ ଏକ ଅଞ୍ଚଳରେ ପରୀକ୍ଷଣ ଚାଲିଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ସାମରିକ ବିମାନ (Military Plane)। ଏହି ଦୁର୍ଘଟଣାରେ ୩ ଜଣ ଚାଳକ ଦଳ ସଦସ୍ୟଙ୍କ (Plane Crew Member) ମୃତ୍ୟୁ ହୋଇଥିବା ଜଣାପଡିଛି। କମ୍ପାନୀ ନିର୍ମିତ ବିମାନ (Aircraft) ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ନିର୍ମାତା ୟୁନାଇଟେଡ଼ ଏୟାରକ୍ରାଫ୍ଟ କର୍ପୋରେସନ (United Aircraft Corporation) ପକ୍ଷରୁ ସ୍ପଷ୍ଟ କରାଯାଇଛି। 

Also Read: Warship ରୋକିବାକୁ Russia ପକ୍ଷରୁ ବୋମାମାଡ; ଜବାବ ଦେଲା Britain

ଏହି ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି ପ୍ରୋଟୋଟାଇପ୍ ll-112V ସାମରିକ ପରିବହନ ବିମାନ (Prototype ll-112V Military Transport Aircraft) ପରୀକ୍ଷଣ

ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କମ ଉଚ୍ଚତାରେ ଉଡୁଥିବା ସମୟରେ ଏହାର ଏକ ପଙ୍ଖାରେ ନିଆଁ ଲାଗିଯିବା ପରେ ଏହା ଭୂମି ଉପରେ ଖସିପଡି଼ଥିଲା। ଏହି ବିମାନକୁ ଆଣ୍ଟୋନଭ ଏଏନ-୨୬ (Antonov an-26) ନାମକ ଅନ୍ୟ ଏକ ବିମାନର ବିକଳ୍ପ ଭାବେ ପରୀକ୍ଷଣ କରାଯାଉଥିଲା।