ଗେହଲୋଟଙ୍କୁ 'ନିକମ୍ମା'ଙ୍କ ଚାପୁଡ଼ା, ଏପରି କହିଲେ Sachin Pilot...
Advertisement
Article Detail0/zeeodisha/odisha726933

ଗେହଲୋଟଙ୍କୁ 'ନିକମ୍ମା'ଙ୍କ ଚାପୁଡ଼ା, ଏପରି କହିଲେ Sachin Pilot...

Sachin Pilot: ରାଜନୈତିକ ହଇଚଇ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot)ଙ୍କୁ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ(Ashok Gehlot)।

ଗେହଲୋଟଙ୍କୁ 'ନିକମ୍ମା'ଙ୍କ ଚାପୁଡ଼ା, ଏପରି କହିଲେ Sachin Pilot...

ନୂଆଦିଲ୍ଲୀ

Sachin Pilot: ରାଜନୈତିକ ହଇଚଇ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot)ଙ୍କୁ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ(Ashok Gehlot)। ସମାଲୋଚନା ମଧ୍ୟରେ କଡ଼ା ଶବ୍ଦର ବ୍ୟବହାର କରିଥିଲେ ଅଶୋକ ଗେହଲୋଟ(Ashok Gehlot)। ଗେହଲୋଟ ସମାଲୋଚନା କରିବା ସମୟରେ ସଚିନଙ୍କୁ ନିକମ୍ମା ବୋଲି କହିଥିଲେ। ତେବେ ଦଳକୁ ଫେରିବା ପରେ ସଚିନ ଏହି ଶବ୍ଦ ପାଇଁ କଡ଼ା ଭାଷାରେ ଜବାବ ଦେଇଛନ୍ତି।  

ସଚିନ ଦଳକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଟାର୍ଗେଟ କରିଛନ୍ତି। ଅଶୋକ ଗେହଲୋଟଙ୍କ ନାଁ ନ ନେଇ କହିଛନ୍ତି କି, ବୁଝି ବିଚାରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏପରିକି ସମାଲୋଚନା କରିବା ସମୟରେ ମଧ୍ୟ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ରହିଛି ବୋଲି ସେ ସୂଚନା ଦେଇଥିଲେ।  

ସେ କହିଥିଲେ କି, ରାଜନୀତିରେ କେବେ ବ୍ୟକ୍ତିଗତ ଦ୍ୱେଷ ରଖିକି ରାଜନୀତି କରିବା ଉଚିତ ନୁହେଁ। ସ୍ୱାର୍ଥ ତଥା ଦୁର୍ଭାବନାର କୌଣସି ସ୍ଥାନ ନାହିଁ। ମୁଁ ସର୍ବଦା ଚେଷ୍ଟା କରିଛି କି ରାଜନୈତିକ ଏକ ଖବରର ହେଉ। ଶବ୍ଦର ଚୟନ କରାଯାଉ। ଶବ୍ଦାବଳୀ ହେଉ। ବହୁତ ଚିନ୍ତା କରି ନିଜର ମନ୍ତବ୍ୟ ରଖିବା ଉଚିତ ବୋଲି ସେ କହିଥିଲେ। ଆମେ ନିଜର ମାନ ସମ୍ମାନକୁ ନେଇ ନିଜର ମନ୍ତବ୍ୟ ରଖିବା ଉଚିତ ବୋଲି ସେ କହିଥିଲେ।  

ଗେହଲୋଟଙ୍କ ନିକମ୍ମା ଶବ୍ଦ ଚର୍ଚ୍ଚାରେ ରହିଥିଲା। କାରଣ ଆଜି ଯେତେବେଳେ ଅଶୋକ ଗେହଲୋଟଙ୍କୁ ତାଙ୍କ ବିବୃତ୍ତି ବିଷୟରେ ପଚରାଯାଇଥିଲା, ସେ ଚୁପ୍ ରହିଲେ। ସେ ପ୍ରଶ୍ନକୁ ଅଣଦେଖା କରିଥିଲେ। ତେବେ ପାଇଲଟଙ୍କ ଉପରେ ଦଳର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ବର୍ତ୍ତମାନର ନିଷ୍ପତ୍ତି ଗ୍ରହଣୀୟ। ପାର୍ଟିରେ ଶାନ୍ତି ଏବଂ ଭାଇଚାରା ରହିବ। ରାଜସ୍ଥାନରେ କଂଗ୍ରେସ ଏକଜୁଟ ରହିବ। ମୁଁ ଆପଣଙ୍କୁ କହିବି ଯେ ସଚିନ ପାଇଲଟଙ୍କ ଅଭିଯୋଗକୁ ଶେଷ କରିବାକୁ କଂଗ୍ରେସ ଦଳ ଚେଷ୍ଟା କରୁଛି।

ସଚିନଙ୍କ ଅଭିଯୋଗର ସମାଧାନ ପାଇଁ କଂଗ୍ରେସ ଏକ ତିନି ଜଣିଆ କମିଟି ଗଠନ କରିଛି। ଏହି କମିଟିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବରିଷ୍ଠ ନେତା ଅହମ୍ମଦ ପଟେଲ ଏବଂ କେସି ଭେଣୁଗୋପାଳଙ୍କୁ ସ୍ଥାନ ଦିଆଯାଇଛି। ପାଇଲଟ ସୋମବାର ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ, ଯାହା ପରେ ନିଷ୍ପତ୍ତି ନିଆଯାଇଛି। ଦଳ କହିଛି ଯେ ଦୁଇ ନେତା ସ୍ପଷ୍ଟ ଏବଂ ନିର୍ଣ୍ଣାୟକ ଆଲୋଚନା କରିଛନ୍ତି।