Sadbhavana Diwas 2024: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା
Advertisement
Article Detail0/zeeodisha/odisha2391452

Sadbhavana Diwas 2024: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

Sadbhavana Diwas 2024: ଆଜି ଅଗଷ୍ଟ ୨୦ ତାରିଖ, ଏହି ଦିନଟିକୁ ସଦଭାବନା ଦିବସ ଭାବେ ପାଳନ କରାଯାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ  ୨୦୦୮ ମସିହା ଠାରୁ  ସଦଭାବନା ଦିବସ ଭାବେ ପାଳନ କରିବାକୁ ନିସ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏହି ଦିବସ ପାଳିତ ହୋଇ ଆସୁଛି। 

ALSO READ: Financial Horoscope Today: ଆଜି ବ୍ୟବସାୟରେ ଏହିସବୁ ରାଶି ପାଇବେ ଶୁଭଫଳ ସହ ଆର୍ଥିକ ଲାଭ!

ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଦେଶ ତାଙ୍କ ସ୍ମୃତିରେ ୨୦ ଅଗଷ୍ଟରେ ସଦଭାବନା ଦିବସ ପାଳନ କରିଥାଏ। ରାଜୀବ ଗାନ୍ଧୀ ଏପରି ଏକ ନାମ ଯାହାକି ଭାରତ ତଥା ଦେଶ ବାହାରେ ମଧ୍ୟ ସ୍ୱର ଉଠାଇଛି। ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ୨୦ ଅଗଷ୍ଟ ୧୯୪୪ ରେ ହୋଇଥିଲା। ଆଜି, ୨୦ ଅଗଷ୍ଟ ସମଗ୍ର ଦେଶ ତାଙ୍କର 80 ତମ ଜନ୍ମ ବାର୍ଷିକୀ ପାଳନ କରୁଛି ।

ଇନ୍ଦିରା ଗାନ୍ଧୀ ଏବଂ ଫିରୋଜ ଗାନ୍ଧୀଙ୍କ ଜ୍ୟେଷ୍ଠପୁତ୍ର ରାଜୀବ। ରାଜନୀତିରେ ଏଣ୍ଟ୍ରି ମାରିବା ପାଇଁ ତାଙ୍କର କୌଣସି ପ୍ରକାର ଆଗ୍ରହ ନ ଥିଲା। କିନ୍ତୁ ପରେ, ସେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ରାଜୀବ ଗାନ୍ଧୀ ଡେରାଡୁନରେ ଥିବା (Welham Boys' School) ୱେଲହମ୍ ବାଳକ ବିଦ୍ୟାଳୟକୁ ପ୍ରାଥମିକ ଶିକ୍ଷା ପାଇଁ ଯାଇଥିଲେ। ତାଙ୍କ ସାନଭାଇ ସଞ୍ଜୟ ଗାନ୍ଧୀ ମଧ୍ୟ ଏଠାରୁ ଅଧ୍ୟୟନ କରିଥିଲେ। ବିଦ୍ୟାଳୟ ଛାଡିବା ପରେ ରାଜୀବ ଟ୍ରିନିଟି କଲେଜ କେମ୍ବ୍ରିଜ୍ କୁ (Trinity College Cambridge) ଯାଇଥିଲେ। ସେଠାରୁ ସେ ଲଣ୍ତନ ଯାଇଥିଲେ।  ସେ ସେଠାରୁ ମେକାନିକାଲ୍ ଇଞ୍ଜିନିୟରିଂରେ ପାଠ ପଢିଥିଲେ। 

୧୯୬୬ ମସିହାରେ ରାଜୀବ ଗାନ୍ଧୀ ଭାରତ ଫେରିଥିଲେ। ସେତେବେଳକୁ ତାଙ୍କ ମା ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସଂଗୀତ ପ୍ରତି ରାଜୀବଙ୍କର ବହୁତ ଆଗ୍ରହ ଥିଲା। ସେ ପାଶ୍ଚାତ୍ୟ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଆଧୁନିକ ସଙ୍ଗୀତକୁ ଭଲ ପାଉଥିଲେ। ରାଜୀବ ଗାନ୍ଧୀ ରେଡିଓ ଶୁଣିବାକୁ ବହୁତ ପସନ୍ଦ କରୁଥିଲେ। ଏହା ବ୍ୟତୀତ ଫଟୋଗ୍ରାଫିରେ ମଧ୍ୟ ତାଙ୍କର ବହୁତ୍ ଆଗ୍ରହ ଥିଲା। 

ରାଜୀବ ଗାନ୍ଧୀ ଉଚ୍ଚଶିକ୍ଷା ପାଇଁ ଲଣ୍ଡନରେ ଥିବାବେଳେ ସେ ସେ ସେଠାରେ ସୋନିଆଙ୍କୁ ଭେଟିଥିଲେ। ୧୯୬୮, ମସିହାରେ ଦୁହେଁ ଦିଲ୍ଲୀ ଆସି ବିବାହ କରିଥିଲେ। ଲଣ୍ଡନରୁ ଭାରତ ଫେରିବା ପରେ ସେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବରୁ ବ୍ୟବସାୟିକ ପାଇଲଟ ଲାଇସେନ୍ସ ମଧ୍ୟ ନେଇ ଇଣ୍ଡିଆନ ଏୟାରଲାଇନ୍ସରେ ପାଇଲଟ ହୋଇଥିଲେ। ୧୯୭୦ ମସିହାରେ ସେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ କାମ ଆରମ୍ଭ କରିଥିଲେ। 

ରାଜୀବ କାହିଁକି ରାଜନୀତିରେ ପ୍ରବେଶ କଲେ?
ସମସ୍ତେ ଜାଣନ୍ତି ଯେ ରାଜନୀତିରେ ରାଜୀବ ଗାନ୍ଧୀଙ୍କ ଆଗ୍ରହ ନଥିଲା। କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ସେ ରାଜନୀତିକୁ ପସନ୍ଦ କରୁନଥିଲେ ସେତେବେଳେ ରାଜୀବ ପରେ ରାଜନୀତିରେ କାହିଁକି ପ୍ରବେଶ କଲେ? ପ୍ରକୃତରେ, ତାଙ୍କ ସାନଭାଇ ସଞ୍ଜୟ ଗାନ୍ଧୀ ୨୩ ଜୁନ୍ ୧୯୮୦ ରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଜୁନ୍ ୨୩, ୧୯୮୦ ରେ, ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ତାଙ୍କ ଭାଇ ଆମେଠି (Amethi) ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୮୧ ମସିହାରେ ରାଜୀବ ଗାନ୍ଧୀଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି କରାଯାଇଥିଲା।