Sakshi Maharaj Life in Risk: ହତ୍ୟା କରିବା ଲାଗି ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ମିଳିଛି ଧମକପୂର୍ଣ୍ଣ ଫୋନ କଲ।
Trending Photos
ଲକ୍ଷ୍ନୌ: ବିବାଦୀୟ ବୟାନ କାରଣରୁ ଚର୍ଚ୍ଚାରେ ରହୁଥିବା ବିଜେପି ଫାୟାରବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଁଓ ସଂସଦୀୟ କ୍ଷେତ୍ରର ସାଂସଦ ସାକ୍ଷୀ ମହାରାଜଙ୍କୁ ମିଳିଛି ଧମକପୂର୍ଣ୍ଣ ଫୋନ କଲ । କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଫୋନ କରି ତାଙ୍କ ଘର ଉଡାଇ ଦେବାକୁ ଧମକ ଦେଇଛି । ଏହା ସହିତ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଜଣାଇ ଦେଇଛି । ଏଭଳି ଧମକପୂର୍ଣ୍ଣ ଫୋନ କଲ ପାଇବା ପରେ ଉନ୍ନାଁଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସେ । ପୋଲିସରେ ଦାଏର ହୋଇଥିବା ଅଭିଯୋଗ ପତ୍ରରେ ସାକ୍ଷୀ ମହାରାଜ ଦର୍ଶାଇଛନ୍ତି ତାଙ୍କୁ ଗତ ସୋମବାର (ଅଗଷ୍ଟ ୯, ୨୦୨୦) ଅପରାହ୍ନ ୪ଟା ୨୪ ମିନିଟ ଏବଂ ୪ଟା ୨୬ ମିନିଟରେ +୯୨୩୧୫୧୨୨୫୯୮୯ ନମ୍ବରରୁ ଧମକ ମିଳିଥିଲା ।
କିଏ ଏହି ମହମ୍ମଦ ଗଫାର?
ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ୯୨୩୧୫୧୨୨୫୯୮୯ ନମ୍ବରରୁ ତାଙ୍କୁ କେହି ଜଣେ ଫୋନ କରି କହିଥିଲେ ଆପଣ ଆମର ବନ୍ଧୁ ମହମ୍ମଦ ଗଫାରକୁ ଧରି ନିଜ ମୃତ୍ୟକୁ ଡାକି ଆଣିଛ। ଆଗାମୀ ୧୦ ଦିନ ମଧ୍ୟରେ ତୁମକୁ ଏବଂ ତୁମର ସହକର୍ମୀକୁ ହତ୍ୟା କରାଯିବ। ମୁଜ୍ଜାହିଦ୍ଦିନ ତୁମ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ସୁଯୋଗ ପାଇବା ମାତ୍ରେ ସେମାନେ ତୁମକୁ ଭଗବାନଙ୍କ ନିକଟରେ ପହଞ୍ଚାଇ ଦେବେ । ଆମର ଲୋକ ଆପଣଙ୍କ କାର୍ଯ୍ୟକ୍ରମ ବାବଦରେ ଅବଗତ ଅଛନ୍ତି।
ଏନେଇ ସାଂସଦଙ୍କ ପକ୍ଷରୁ କୁହାଯାଇଛି ଏଭଳି ଧମକପୂର୍ଣ୍ଣ କଲ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗଠନ ସହ ଜଡିତ ନେତାଙ୍କ ନାମରେ ଆସିଥିବା କହିଛନ୍ତି । ସାକ୍ଷୀ ମହାରାଜ ତାଙ୍କ ଅଭିଯୋଗ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଏବଂ ସଙ୍ଗଠନର ମୁଖ୍ୟ ମୋହନ ଭଗବତଙ୍କ ଉଦ୍ଦେଶ୍ୟରେ ଏହି ଧମକ ଦିଆଯାଇଥିବା ନେଇ ଉଲ୍ଲେଖ କରିଛନ୍ତି । ଏହା ସହ ଗଜୱା-ଏ-ହିନ୍ଦ ନାମରେ ଭାରତରେ ଇସଲାମ ସାମ୍ରାଜ୍ୟ ସ୍ଥାପନ କରିବାକୁ ଏହି କଲ ମାଧ୍ୟମରେ ଜଣାଇ ଦିଆଯାଇଛି ।
ପୂର୍ବରୁ ମିଳିସାରିଛି ଧମକ
ଉନ୍ନାଁଓ ସାଂସଦ ସାକ୍ଷୀ ମହାରାଜଙ୍କ ପକ୍ଷରୁ କୁହାଯାଇଛି କେତେକ କଟ୍ଟରପନ୍ଥୀ ବିଚାର ଧାରାରେ ବିଶ୍ୱାସ କରୁଥିବା କେତେକ ମୌଳବାଦୀ ଗୋଷ୍ଠୀ ଏବଂ ପୁପଲାର ଫ୍ରଣ୍ଟ ଅଫ ଇଣ୍ଡିଆ-ପିଏଫଆଇ(Popular Front of India-PFI) ଭଳି ସଙ୍ଗଠନ ପକ୍ଷରୁ ତାଙ୍କୁ ଧମକ ଦିଆଯାଇ ସାରିଛି । ଏହା ପୂର୍ବରୁ ତାଙ୍କୁ କ୍ୱଏତରୁ ମହମ୍ମଦ ଗଫାର ଧମକ ଦେଇଥିଲା । ଯାହାକୁ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କଫୋର୍ସ (Uttar Preadesh Special Task Force) ବିଜନୌରରୁ ଗିରଫ କରିଥିଲା ।