TMCର ଏହି ବିଧାୟକଙ୍କ କୋରୋନାରେ ମୃତ୍ୟୁ
Advertisement
Article Detail0/zeeodisha/odisha730178

TMCର ଏହି ବିଧାୟକଙ୍କ କୋରୋନାରେ ମୃତ୍ୟୁ

ପଶ୍ଚିମବଙ୍ଗ(West Bengal)ରେ କୋରୋନା ସ୍ଥିତି ସଂଗୀନ।

TMCର ଏହି ବିଧାୟକଙ୍କ କୋରୋନାରେ ମୃତ୍ୟୁ

କୋଲକାତା: 

Samaresh Das: ପଶ୍ଚିମବଙ୍ଗ(West Bengal)ରେ କୋରୋନା ସ୍ଥିତି ସଂଗୀନ। କୋରୋନା(Coronavirus)ରେ ଆଜି ତୃଣମୂଳ କଂଗ୍ରେସ(TMC) ବିଧାୟକଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ମୃତ ବିଧାୟକ ଜଣକ ଏଗରା ବିଧାନସଭା ଆସନର ସମରେଶ ଦାସ ବୋଲି ଜଣାପଡ଼ିଛି। ଶ୍ରୀ ଦାସଙ୍କର ପୂର୍ବ ମେଦିନପୁର ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। 

ଦଳ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, କିଛି ଦିନ ପୂର୍ବରୁ ଶ୍ରୀ ଦାସ କୋରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲା। ଥଣ୍ଡା ଓ ହୃଦରୋଗରେ ମଧ୍ୟ ସେ ପୀଡ଼ିତ ଥିଲେ। ତେବେ କୋରୋନା(coronavirus) ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇ ଯାଇଛି। ସେ ଏଗରା ବିଧାନସଭାରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ(mamata banarjee) ଶୋକବ୍ୟକ୍ତ କରିଛନ୍ତି।