ED ହେପାଜତରେ ଯନ୍ତ୍ରଣା ଭୋଗୁଛନ୍ତି ସଞ୍ଜୟ ରାଉତ! କୋର୍ଟରେ କଲେ ଏହି ଅଭିଯୋଗ
Advertisement
Article Detail0/zeeodisha/odisha1288189

ED ହେପାଜତରେ ଯନ୍ତ୍ରଣା ଭୋଗୁଛନ୍ତି ସଞ୍ଜୟ ରାଉତ! କୋର୍ଟରେ କଲେ ଏହି ଅଭିଯୋଗ

ED ଅଗଷ୍ଟ ୧୦ ପର୍ଯ୍ୟନ୍ତ ସଞ୍ଜୟ ରାଉତଙ୍କୁ (Sanjay Raut) ହେପାଜତକୁ ନେବାକୁ ଚାହୁଁଥିଲା । ତେବେ କୋର୍ଟ କେବଳ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି । ଯାଞ୍ଚକାରୀ ସଂସ୍ଥା କୋର୍ଟଙ୍କୁ କହିଛନ୍ତି ଯେ ସେକୋଟି କୋଟି ଟଙ୍କାର କାରବାର ବିଷୟରେ ସୂଚନା ପାଇଛନ୍ତି ।

ସାଙ୍କେତିକ ଫଟୋ

Patra Chawl Land Case: ଶିବସେନା (Shiv Sena) ସାଂସଦ ସଞ୍ଜୟ ରାଉତଙ୍କ (Sanjay Raut) ସମସ୍ୟା ହ୍ରାସ ହେବାର ନାମ ନେଉନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତ ସୀମାକୁ କୋର୍ଟ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବିଶେଷ କଥା ହେଉଛି ଯେ କୋର୍ଟରେ ହାଜର ହେବା ସମୟରେ ରାଉତ ତାଙ୍କୁ ହେପାଜତ ରଖାବାର ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ଝରକା ନଥିବା କୋଠରୀରେ ରଖିବାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ । ଏହାଉପରେ କୋର୍ଟ ମଧ୍ୟ ଏଜେନ୍ସିକୁ ପ୍ରଶ୍ନ କରିଥିଲା ।

ରାଉତ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କୁ ଝରକା ନ ଥିବା କୋଠରୀରେ ରଖାଯାଇଛି । କୋର୍ଟ ଏ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି । ତେବେ ଏୟାର କଣ୍ଡିସନର ଯୋଗୁଁ ସେହି କୋଠରୀରେ କୌଣସି ଝରକା ନାହିଁ ବୋଲି ପବ୍ଲିକ ପ୍ରସିକ୍ୟୁଟର ଉତ୍ତର ଦେଇଛନ୍ତି । ଏଥିପାଇଁ ରାଉତ କହିଛନ୍ତି ଯେ ସ୍ୱାସ୍ଥ୍ୟ କାରଣରୁ ସେ ଏସି ବ୍ୟବହାର କରିପାରିବେ ନାହିଁ । ଉନ୍ନତ ଭେଣ୍ଟିଲେସନ୍ ସହିତ ତାଙ୍କୁ ଅନ୍ୟ ଏକ କୋଠରୀରେ ରଖିବାକୁ ଏଜେନ୍ସି ନିଶ୍ଚିତ କରିଛି ।

ହଜାର ହେବା ସମୟରେ, ଇଡି ଅଗଷ୍ଟ ୧୦ ପର୍ଯ୍ୟନ୍ତ କୋର୍ଟରେ ତାଙ୍କୁ ହେପାଜତ ସୀମା ବଢାଇବାକୁ ଦାବି କରିଥିଲା । ତେବେ କୋର୍ଟ କେବଳ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି । ଯାଞ୍ଚକାରୀ ସଂସ୍ଥା କୋର୍ଟଙ୍କୁ କହିଛନ୍ତି ଯେ ସେମାନେ କୋଟି କୋଟି ଟଙ୍କାର କାରବାର ବିଷୟରେ ସୂଚନା ପାଇଛନ୍ତି । ରବିବାର ଦିନ ରାଉତଙ୍କ ବାସଭବନରେ ଇଡି ଚଢ଼ାଉ କରିଥିଲା । ଏହା ପରେ ତାଙ୍କୁ ଇଡି ନିଜ ଅଫିସକୁ ନେଇଥିଲା, ସେଠାରେ ଘଣ୍ଟା ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ରାଉତଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ଆଲୋଚନା ତୀବ୍ର ହୋଇଥିଲା । ଶିବସେନା ସାଂସଦ ପ୍ରିୟଙ୍କା ଚତୃର୍ବେଦୀ ସଂସଦରେ ଏହି ପ୍ରସଙ୍ଗ ଉଠାଇବାକୁ ନେଇ କହିଥିଲେ । ଏଥି ସହ ଯାଞ୍ଚକାରୀ ସଂସ୍ଥାର ଆକ୍ସନକୁ ନେଇ ରାଉତ ନିଜେ ଓ ତାଙ୍କ ଭାଇ ସୁନୀଲ ରାଉତ ପ୍ରଶ୍ନ ଉଠାଇଥିଲେ । ଏହା ସହିତ ଇଡି ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ମଧ୍ୟ ସମନ ପଠାଇଛି । ସମାନ ମାମଲାରେ ହେପାଜତରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଇଡି ସମନ ପଠାଇଛି । ଶୁକ୍ରବାର ଦିନ ୧୧ ଟା ସମୟରେ ତାଙ୍କୁ ପଚରାଉଚରା ପାଇଁ ଇଡି ତାଙ୍କୁ ଡାକିଛି ।

ଏହା ବି ପଢ଼ନ୍ତୁ: ଉଦ୍ଧବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି; ନିର୍ବାଚନ କମିଶନକୁ ଏହି ନିର୍ଦ୍ଦେଶ ଦେଲେ SC

ଏହା ବି ପଢ଼ନ୍ତୁ: ୟୁୟୁ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି; କେନ୍ଦ୍ରକୁ ସୁପାରିଶ କଲେ CJI

ଏହା ବି ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନ: ଧନଖର ନା ଆଲଭା? ଏହି ପ୍ରାର୍ଥୀକୁ ସମର୍ଥନ ଦେବାକୁ ଘୋଷଣା କଲା ​​AAP