ଆଦିତ୍ୟ ଟ୍ୱିଟ ଉପରେ ମତ ରଖିଲେ ସଞ୍ଜୟ
Advertisement

ଆଦିତ୍ୟ ଟ୍ୱିଟ ଉପରେ ମତ ରଖିଲେ ସଞ୍ଜୟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରିବାକୁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ବିହାର ପୋଲିସର ତଦନ୍ତକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। ସେପଟେ ରାଜନୈତିକ ଦୃଷ୍ଟିରୁ ସୁଶାନ୍ତ କେସ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି।  ଏହି ସମୟରେ

ଆଦିତ୍ୟ ଟ୍ୱିଟ ଉପରେ ମତ ରଖିଲେ ସଞ୍ଜୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରିବାକୁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ବିହାର ପୋଲିସର ତଦନ୍ତକୁ ନେଇ ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। ସେପଟେ ରାଜନୈତିକ ଦୃଷ୍ଟିରୁ ସୁଶାନ୍ତ କେସ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଛନ୍ତି। 

ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଯାଇଛି। ବାରମ୍ବାର ଚର୍ଚ୍ଚାକୁ ଆସିବା ଫଳରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟ ଦେଇଥିବା ମନ୍ତବ୍ୟ ଉପରେ ସଞ୍ଜୟ ବୁଧବାର ସ୍ପଷ୍ଟୀକରଣ ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଏନେଇ ଗୁମର ଖୋଲିଛନ୍ତି। 

ସଞ୍ଜୟ ରାଉତ କହିଛନ୍ତି କି, ଠାକରେ ପରିବାରକୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ବଦନାମ କରିବା ଭଳି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ କି, ସୁଶାନ୍ତ ସିଂ ମଧ୍ୟ ମୁମ୍ବାଇର ପୁଅ। ତାଙ୍କର ମୃତ୍ୟୁର ସଠିକ ଯାଞ୍ଚ ପାଇଁ ମଧ୍ୟ ଆମେ ଚାହୁଁଛୁ। ମୁମ୍ବାଇ ପୋଲିସର ସମଗ୍ର ବିଶ୍ୱରେ ନାଁ ରହିଛି। ତଦନ୍ତ ଠିକ ରାସ୍ତାରେ ଯାଉଛି ବୋଲି ସେ କହିଛନ୍ତି। 

ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି କି, ସୁପ୍ରିମକୋର୍ଟ ମହାରାଷ୍ଟ୍ର ପୋଲିସକୁ ୩ ଦିନ ସମୟ ଲାଗିବ। ଏହି ସମୟ ମଧ୍ୟରେ ଆମର ଆଇନ ବିଭାଗ ଏହା ଉପରେ ମତ ରଖିବ। ସିବିଆଇ ଯାଞ୍ଚ ବାହାନାରେ ରାଜନୈତିକ ଚାପ ପକାଯିବାକୁ ଉଦ୍ୟମ କରାଯ଼ାଉଛି। ଯାହାକୁ ଯାହା କରାଯିବାର ଆବଶ୍ୟକତା ରହିଛି, ସେମାନେ କରନ୍ତୁ। ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି। ସତ୍ୟ ନିଶ୍ଚିତ ପଦାକୁ ଆସିବ ବୋଲି ସେ କହିଛନ୍ତି।