ଗୁଆହାଟୀରେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ବୋର୍ଡର ସୁଧ ହାର ହ୍ରାସ ନିଷ୍ପତ୍ତି ନିଶ୍ଚିତ ଭାବରେ ଚାକିରିଆଙ୍କ ପାଇଁ ଏକ ପ୍ରତିବନ୍ଧକଠାରୁ କମ୍ ନୁହେଁ। ଏହି ନିଷ୍ପତ୍ତି EPFO ର ପ୍ରାୟ ଛଅ କୋଟି ଲୋକଙ୍କୁ ପ୍ରଭାବିତ କରିବ।
Trending Photos
ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବାସୀ ମହଙ୍ଗା ସହ ସଂଘର୍ଷ କରୁଛନ୍ତି। ଏଭଳି କଠିନ ପରିସ୍ଥିତିରେ ସରକାର ବୋଝ ଉପରେ ନଳିତା ବିଡା ଲଦିଦେଇଛନ୍ତି। ହୋଲି ପୂର୍ବରୁ ଚାକିରିଆଙ୍କୁ ଶକ୍ତ ଝଟକା ଲାଗିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (EPFO) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାର .୪% ହ୍ରାସ କରିଛି। PTI ରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ EPFO ସୁଧ ହାର ୮.୫% ରୁ ୮.୧% କୁ ହ୍ରାସ ପାଇଛି।
କର୍ମଚାରୀଙ୍କ ଆର୍ଥିକ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଶନିବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ଜମା ଉପରେ ୮.୧% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। ଏକ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ସୁଧ ହାର। ଶ୍ରମ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧% ସୁଧ ହାର ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି। EPF ବୋର୍ଡର ସୁପାରିଶ ଖୁବଶୀଘ୍ର ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ।
Also Read: ବିଳମ୍ବିତ ରାତିରେ ଜଳିଗଲା ବସ୍ତି, ଶୋଇଥିବା ୭ ଜୀବନ୍ତଦଗ୍ଧ
ଗୁଆହାଟୀରେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ବୋର୍ଡର ସୁଧ ହାର ହ୍ରାସ ନିଷ୍ପତ୍ତି ନିଶ୍ଚିତ ଭାବରେ ଚାକିରିଆଙ୍କ ପାଇଁ ଏକ ପ୍ରତିବନ୍ଧକଠାରୁ କମ୍ ନୁହେଁ। ଏହି ନିଷ୍ପତ୍ତି EPFO ର ପ୍ରାୟ ଛଅ କୋଟି ଲୋକଙ୍କୁ ପ୍ରଭାବିତ କରିବ। ୧୯୭୭-୭୮ ଆର୍ଥିକ ବର୍ଷରେ EPFO ସୁଧ ହାର ୮ % କରିଥିଲା। ୨୦୧୬-୧୭ରେ ତାହା ୮.୬୫%କୁ ପହଞ୍ଚି ଯାଇଥିଲା।
EPFO ନିୟମ ଅନୁସାରେ, ଏହାର ଉପଭୋକ୍ତାଙ୍କୁ ବେସିକ୍ ଦରମାର ଅନ୍ୟୁନ୍ୟ ୧୨% ଜମା ଦେବାକୁ ପଡିଥାଏ। ସେଥିରେ ନିଯୁକ୍ତିଦାତା ଆଉ ସମାନ ପରିମାଣର ରାଶି ଜମା କରନ୍ତି। କୋରୋନା ସମୟରେ EPFOର ଆୟ ବ୍ୟାପକ ପ୍ରଭାବିତ ହୋଇଥିଲା। ୨୦୧୯-୨୦ରେ EPFO ପେମେଣ୍ଟ ବିଳମ୍ବ ହୋଇଥିଲା। ଯାହାକୁ ଦୁଇଟି ଇନଷ୍ଟଲମେଣ୍ଟରେ ଭରଣ କରାଯାଇଥିଲା।