ରିୟାଦ: ଚଳିତ ବର୍ଷର ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ଧାର୍ମିକ ପ୍ରାର୍ଥନା ଲାଗି ମସଜିଦ ଠାରେ ବ୍ୟବହୃତ ହେଉଥିବା ଲାଉଡ ସ୍ପୀକର ଅର୍ଥାତ ଡାକବାଜି ଯନ୍ତ୍ରରୁ ନିର୍ଗତ ହେଉଥିବା ଶବ୍ଦକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ସାଉଦି ଆରବ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ମସଜିଦ ଠାରେ ବ୍ୟବହୃତ ଡାକବାଜି ଯନ୍ତ୍ରର ଶବ୍ଦକୁ କମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ ଦୁଇଟି କଥା କୁହାଯାଇଛି।   


COMMERCIAL BREAK
SCROLL TO CONTINUE READING

ପ୍ରଥମ କଥା ହେଉଛି ଲାଉଡ ସ୍ପିକର ଶବ୍ଦ ଏହାର ସର୍ବାଧିକ Volume ର ଏକ ତୃତୀୟାଂଶରୁ ଅଧିକ ହେବା ଉଚିତ ନୁହେଁ। ଦ୍ୱିତୀୟ ମସଜିଦ ଉପରେ ସ୍ଥାପିତ ଲାଉଡ ସ୍ପିକର (Loudspeaker) କେବଳ ଆଜାନ ଏବଂ ଇକାମାତ ପାଇଁ ବ୍ୟବହାର କରାଯାଇପାରିବ।  ଇକାମତ ଅର୍ଥ ହେଉଛି ଦ୍ୱିତୀୟ ଥର ପ୍ରାର୍ଥନା ପାଇଁ ଲୋକଙ୍କୁ ଡାକିବା। 


ମୋଟ ସାଢେ ୩ କୋଟି ଜନସଂଖ୍ୟା ବିଶିଷ୍ଟ ସାଉଦି ଆରବର ମୋଟ ଲୋକ ସଂଖ୍ୟାର ୯୪% ହେଉଛନ୍ତି ମୁସଲିମ୍। ସେଠାରେ ପାଖାପାଖି ୯୪ ହଜାର ମସଜିଦ ରହିଛି। ବିଶ୍ୱର ଏକ ପ୍ରମୁଖ ମୁସଲିମ ଦେଶ ଭାବେ ପରିଚିତ ସାଉଦି ଆରବ। ଏଠାରୁ ଇସଲାମ ଉତ୍ପତ୍ତି ଲାଭ କରିଥିଲା। ଗୋଟିଏ ମୁସଲିମ ଦେଶ ହୋଇ ମଧ୍ୟ ସାଉଦି ଆରବ ମସଜିଦ ଠାରେ ବ୍ୟବହୃତ ହେଉଥିବା ଲାଉଡ ସ୍ପୀକର ଶବ୍ଦ କମ କରିବାକୁ ନିର୍ଦ୍ଦେଶ ଦେଇଛି। ହେଲେ ଭାରତ ଏତ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଭଳି ପଦକ୍ଷେପ ନେଇ ପାରିବ ନାହିଁ।  


Also Read: ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର


ଏହା କେତେବଡ଼ ବିରୋଧାଭାସ ତାହା ବିଚାର କରିବା ଯୋଗ୍ୟ। ଯେଉଁ ଦେଶରେ ମୋଟ ଲୋକ ସଂଖ୍ୟାର ୯୪% ହେଉଛନ୍ତି ମୁସଲମାନ ସେଠାରେ ସେମାନେ ଲାଉଡ ସ୍ପିକର ଶବ୍ଦ ଦ୍ୱାରା ହେଉ କ୍ଷତି ବାବଦରେ ବୁଝି ସାରିଛନ୍ତି। ମାତ୍ର ୧୪% ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଯଦି କେହି ଏହା ଉପରେ କୌଣସି  ଅଭିଯୋଗ କରନ୍ତି ତାହେଲେ ଏହାକୁ ସାମ୍ପ୍ରଦାୟିକତା ବୋଲି କୁହାଯିବ। 


ଦେଶରେ ମୋଟ କେତେ ମସଜିଦ ରହିଛି ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ହେଲେ କେତେକ ରିପୋର୍ଟ ଅନୁସାରେ ଦେଶରେ ମୋଟ ୩ ଲକ୍ଷ ମସଜିଦ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲାଉଡ ସ୍ପିକର ବ୍ୟବହାର ଉପରେ କୌଣସି ନିଷ୍ପତ୍ତି କିମ୍ବା ନିଷେଧାଦେଶ ଲାଗୁ ହୋଇନାହିଁ। କେବଳ ମସଜିଦ ନୁହେଁ ଦେଶର ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ମଧ୍ୟ ଲାଉଡ ସ୍ପିକର ମଧ୍ୟ ବ୍ୟବହାର କରାଯାଏ। ଲୋକେ ହୁଏତ ଏହା ଉପରେ ମଧ୍ୟ ଅଭିଯୋଗ କରିଥାଇ ପାରନ୍ତି ହେଲେ ଅନେକ ସମୟରେ ଅଭିଯୋଗ କରୁଥିବା ଲୋକଙ୍କୁ ସମାଲୋଚନା କରିଯାଇ ଥାଏ। ଆମ ଦେଶରେ ଏଭଳି ମାମଲାକୁ ଧର୍ମ ସହ ଯୋଡ଼ି ଦେଖାଯାଏ। ସୋମବାର ସାଉଦି ଆରବ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଯଦି ଆମ ଦେଶରେ ନିଆଯାଇଥାନ୍ତା ତାହେଲେ ବୋଧହୁଏ ଏହାକୁ ନେଇ ଏକ ବିଶାଳ ବିରୋଧ ହୋଇଥାନ୍ତା। ଏପରି କରିବା ଦ୍ୱାରା ଦେଶର ସମ୍ବିଧାନ ବିପଦରେ ରହିଛି ବୋଲି କହିଥାନ୍ତେ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ଲୋକେ।


ହେଲେ ସାଉଦି ଆରବ ଭଳି  ଏକ ମୁସଲିମ ରାଷ୍ଟ୍ରରେ ଏହାକୁ ନେଇ କୌଣସି ବିରୋଧ ହୋଇନାହିଁ। ସେଠାରେ ମୁସଲିମ ସମ୍ପ୍ରଦାୟ ସେମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରୁଛନ୍ତି। ହେଲେ ଭାରତର ଅନେକ ଲୋକଙ୍କ ଚିନ୍ତାଧାରା ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଛି। ଇସଲାମପ ଉତ୍ପତ୍ତି ସ୍ଥଳ ସାଉଦି ଆରବରେ ଅବସ୍ଥିକତ ଥିବା ୯୪ ହଜାର ମସଜିଦ ମଧ୍ୟରୁ ଅଧିକାଂଶ ଆବାସିକ ଅଞ୍ଚଳରେ କିମ୍ବା ଆବାସିକ ଅଟ୍ଟାଳିକା ନିକଟରେ ଅବସ୍ଥିତ। ଏନେଇ ସାଉଦି ଆରବ କହିଛି ଯେ ଏହି ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଲାଉଡ ସ୍ପିକର ଉପରେ ଅଭିଯୋଗ କରୁଥିଲେ। ଏହା ମଧ୍ୟରେ ଅନେକ ଅଭିଯୋଗ ଆସିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ ମସଜିଦ ଠାରେ ଲାଉଡ ସ୍ପିକର ବ୍ୟବହାର ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ ଏହା ଦ୍ୱାରା ଶବ୍ଦ ପ୍ରଦୂଷଣ ମାମଲା ବଢୁଛି। ସାଉଦି ଆରବ କ'ଣ ଭାରତୀୟ ଏପରି ଅଭିଯୋଗ କରିପାରିବେ? 


Also Read: Mosque Loud Speaker; Volume ନିୟନ୍ତ୍ରଣକୁ ନେଇ ବିତର୍କ ଜାରି, ବଦଳିବ ନାହିଁ ନିଷ୍ପତ୍ତି


ଅନ୍ୟତମ ମୁସଲିମ ଦେଶ ଇରାନ ଠାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ମସଜିଦ ଠାରେ ବ୍ୟବହୃତ ଲାଉଡ଼ ସ୍ପୀକର ଅର୍ଥାତ ଡାକବାଜି ଯନ୍ତ୍ରରୁ ୮୫-୯୫ ଡେସିବଲ ଶବ୍ଦ ନିର୍ଗତ ହୋଇଥାଏ। ଏହା ବ୍ୟତୀତ କିଛି ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ଧାର୍ମିକ ସ୍ଥାନରେ ସ୍ଥାପିତ ଲାଉଡ ସ୍ପିକର ୧୧୦ ଡେସିବଲ କିମ୍ବା ଏହା ଠାରୁ ଅଧିକ ଶବ୍ଦ ନିର୍ଗତ କରିଥାଏ। ଏହି ଶବ୍ଦ କେତେ ବିପଜ୍ଜନକ ତାହ ଆପଣ ଏଥିରୁ ବୁଝି ପାରୁଥବେ ଯେ ୭୦ ଡେସିବଲ କିମ୍ବା ଏହା ଠାରୁରୁ ଅଧିକ ଶବ୍ଦ ମଣିଷର ମାନସିକ ପରିବର୍ତ୍ତନ ଆଣିପାରେ। ଏହା ଆମ ଶରୀରର ଧମନୀରେ ରକ୍ତ ପ୍ରବାହକୁ ମଧ୍ୟ ବଢାଇପାରେ। ଅନେକ କ୍ଷେତ୍ରରେ ଏହି କାରଣରୁ ଆପଣଙ୍କ ରକ୍ତଚାପ ମଧ୍ୟ ଅଧିକ ହୋଇପାରେ। 


ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେ କୌଣସି ଦେଶ ମସଜିଦ ଉପରେ ସ୍ଥାପିତ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦୁବାଇ ଠାର ମସଜିଦ ଠାରେ ସ୍ଥାପିତ ଲାଉଡ ସ୍ପିକର କେବଳ ଶୁକ୍ରବାର ପ୍ରାର୍ଥନା କିମ୍ବା କୌଣସି ଧାର୍ମିକ ଉତ୍ସବରେ ବ୍ୟବହୃତ ହୁଏ।  ସେହିଭଳି ବିଶ୍ୱର ସର୍ବବୃହତ୍ତ ମୁସଲିମ ଦେଶ ଇଣ୍ଡୋନେସିଆ ଠାରେ ମଧ୍ୟ କିଛି ପ୍ରତିବନ୍ଧକ ରହିଛି। ଗତ ୨୦୧୫ ବର୍ଷରେ ଏଠାରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଯାହା ଅଧୀନରେ ମସଜିଦ ଠାରେ ବ୍ୟବହୃତ ଲାଉଡ ସ୍ପିକର ଶବ୍ଦ କମ୍ ରଖାଯାଇଥିଲା ଏବଂ ଏହାର ବ୍ୟବହାର କେବଳ ଆଜାନ ପାଇଁ ସୀମିତ ଥିଲା। ଇଣ୍ଡୋନେସିଆ ଭଳି ଦେଶରେ ମୋଟ ଜନସଂଖ୍ୟାର ୯୯% ପ୍ରତିଶତ ହେଉଛନ୍ତି ମୁସଲମାନ।


ସେହିଭଳି ବିଶ୍ୱର ଅନ୍ୟତମ ସର୍ବବୃହତ୍ତ ମୁସଲିମ ଦେଶ ନାଇଜେରିଆରେ ମସଜିଦ କିମ୍ବା  ଚର୍ଚ୍ଚ ଠାରେ ବ୍ୟବହୃତ ହେଉଥିବା ଲାଉଡ ସ୍ପିକର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇ ସାରିଛି। ଏହି ତାଲିକାରେ ପାକିସ୍ତାନ ମଧ୍ୟ ସାମିଲ ରହିଛି। ଏଠାକାର ପଞ୍ଜାବ ସରକାର ୨୦୧୫ ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯେଉଁଥିରେ ମସଜିଦ ଉପରେ ଥିବା ଲାଉଡ ସ୍ପିକର ଶବ୍ଦକୁ କମ୍ ରଖିବାକୁ କୁହାଯାଇଥିଲା ଏବଂ କେବଳ ଆଜାନ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ଶବ୍ଦ ପ୍ରଦୂଷଣ ହେତୁ ମସଜିଦ ଠାରେ ଲାଉଡ ସ୍ପିକର ବ୍ୟବହାରକୁ ମଧ୍ୟ ଫ୍ରାନ୍ସ ସୀମିତ ରଖିଛି। ଭାରତରେ ମଧ୍ୟ ଏନେଇ ଅନେକ ଅଭିଯୋଗ ଆସିଛି। ହେଲେ ଆମ ଦେଶରେ ମଧ୍ୟ ଏହା ଉପରେ କୌଣସି ନିୟମ କରାଯାଇ ନାହିଁ।


Also Read: ହଜାର ହଜାର ମସଜିଦ ଭାଙ୍ଗିଦେଲେ ଏଠାକାର ସରକାର; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ


ଏହା ଉପରେ ଅଦାଲତର ଅନେକ ନିଷ୍ପତ୍ତି ଥିବାବେଳେ କେଉଁ ଆଧାରରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇପାରେ। ଉଦାହରଣ ସ୍ୱରୂପ ୨୦୨୦, ମେ ୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହାର ଏକ ବିଚାରରେ କହିଥିଲେ ଯେ ଲାଉଡ ସ୍ପିକର ବିନା ମସଜିଦ ଠାରେ ଆଜାନ ଦିଆଯାଇପାରିବ। ସେହିପରି ୨୦୦୦ ମସିହାରେ ଆସିଥିବା ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ସମାନ ରାୟ ଶୁଣାଇଥିଲେ। ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଦେଶରେ ଏଭଳି ପଦକ୍ଷେପ ନିଆଯାଇ ନାହିଁ। ଭାରତ ଏକ ଧର୍ମନିରପେକ୍ଷ ଦେଶ ଯେଉଁଠାରେ ଏହା ଉପରେ ଆଲୋଚନା କରିବା ବିବାଦ ସୃଷ୍ଟି କରିବା ସହ ସମାନ। ହେଲେ ମୁସଲିମ ଦେଶରେ ଏହା ହୋଇନଥାଏ।