ହଜାର ହଜାର ମସଜିଦ ଭାଙ୍ଗିଦେଲେ ଏଠାକାର ସରକାର; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement

ହଜାର ହଜାର ମସଜିଦ ଭାଙ୍ଗିଦେଲେ ଏଠାକାର ସରକାର; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦେଶକୁ ଏକତ୍ର କରିବା ଲକ୍ଷ୍ୟରେ ଏଠାକାର ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ମସଜିଦ ଉପରେ ନିର୍ମିତ ମୀନାର, ଗମ୍ବୁଜ ପ୍ରଭୃତି ହଟାଯାଇଛି। 

ହଜାର ହଜାର ମସଜିଦ ଭାଙ୍ଗିଦେଲେ ଏଠାକାର ସରକାର; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବେଜିଂ: ଧାର୍ମିକ ସୁଧାର ନାଁରେ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ମୁସଲିମଙ୍କ ବିରୁଦ୍ଧରେ ପୁଣି ଏକ ଦମନ ଅଭିଯାନ ଆରମ୍ଭ କରିଛନ୍ତି ଚୀନ ସରକାର। ଦେଶରେ ଜିନଜିଆଙ୍ଗ ପ୍ରଦେଶରେ ଥିବା ଅନେକ ମସଜିଦକୁ ଭାଙ୍ଗି ସେଠାରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏବେ ପୁଣି ଥରେ ମସଜିଦ ବିରୋଧି ଅଭିଯାନକୁ ପୁନର୍ବାର କାର୍ଯ୍ୟକାରୀ କରିଛନ୍ତି ଏଠାକାର କମ୍ୟୁନିଷ୍ଟ ସରକାର।

ଧାର୍ମିକ ସୁଧାର ନାଁରେ ଦେଶର ଜିନଜିଆଙ୍ଗ ପ୍ରଦେଶରେ ବସବାସ କରୁଥିବା ଉଇଘୁର ମୁସଲିମଙ୍କୁ ନିର୍ଯାତନା ଦେବା ପରେ ଚୀନ୍ ବର୍ତ୍ତମାନ ଏହାର ମୁସଲମାନ ନାଗରିକଙ୍କ (Chinese Muslims Citizen) ବିରୋଧରେ ଆଉ ଏକ ଦମନ ଅଭିଯାନ କାର୍ଯ୍ୟକାରୀ କରିଛନ୍ତି। ଦେଶରେ ଅବସ୍ଥିତ ଅନେକ ମସଜିଦ ଉପରେ ନିର୍ମିତ ମୀନାର,ଗମ୍ବୁଜ ଭାଙ୍ଗିବା ଅଭିଯାନରେ ନିୟୋଜିତ ଅଛନ୍ତି ଏଠାକାର ସରକାର। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଏହି ମସଜିଦ ଉପରେ ବିଦେଶୀ ଆରବ ଶୈଳୀର ପ୍ରଭାବ ରହିଛି। ଯାହାକୁ ଭାଙ୍ଗିବା ଆବଶ୍ୟକ।

ଏକ ୱେବସାଇଟ ରିପୋର୍ଟ ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ମୁସଲିମ (Chinese Muslims) ନାଗରିକଙ୍କ ଉପରେ ଚୀନ ସରକାରଙ୍କ ରହିଛି ସତର୍କ ନଜର। ପ୍ରଥମେ ଜିନଜିଆଙ୍ଗ ପ୍ରଦେଶରେ (Xinjiang Province) ବସବାସ କରୁଥିବା ଉଇଘୁର ମୁସଲିମ (Uighur Muslims) ଆଉ ଏବେ ଦେଶର ହେନ୍ନାନ ପ୍ରଦେଶରେ (Henan Province) ଅବସ୍ଥାନ କରୁଥିବା ପ୍ରାୟ ୧୧ କୋଟି ହୁଇ ମୁସଲିମ (Hui Muslim) ଏବେ ନାସ୍ତିକ କମ୍ୟୁନିଷ୍ଟ ସରକାରଙ୍କ (Chinese Communist Govt) ଟାର୍ଗେଟକୁ ଆସିଛନ୍ତି। ଦେଶର ମୋଟ ଜନସଂଖ୍ୟାରେ ସେମାନଙ୍କ ସଂଖ୍ୟା ହେଉଛି ୧ ପ୍ରତିଶତ। ବିଶ୍ୱର ଅନ୍ୟ ମୁସଲିମଙ୍କ ଭଳି ହୁଇ ମୁସଲିମ ମଧ୍ୟ ନିଜ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିବା ମସଜିଦରେ ମୀନାର ସହ ସବୁଜ ରଙ୍ଗରେ ରଙ୍ଗାୟିତ ହୋଇଥିବା ଗମ୍ବୁଜ ନିର୍ମାଣ କରିଥିଲେ। 

Also Read: ଉଇଘୁର ମୁସଲିମଙ୍କ ପ୍ରତି ବଦଳିଲାନି ଆଭିମୁଖ୍ୟ, ୧୬ ହଜାର ମସଜିଦକୁ ମାଟିରେ ମିଶାଇଦେଲେ ଚୀନ ସରକାର

ଦେଶକୁ ଏକତ୍ର କରିବା ଲକ୍ଷ୍ୟରେ ଚୀନ ସାଂସ୍କୃତିକ ମନ୍ତ୍ରଣାଳୟ (Culture Ministry of China) ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ମସଜିଦ (Mosque) ଉପରେ ନିର୍ମିତ ମୀନାର (Minaret of Mosque), ଗମ୍ବୁଜ (Dome of Mosque) ହଟାଇବା ପାଇଁ ନିଷ୍ପତ୍ତି ନେଇଛି। ଏଭଳି କୌଣସି ପ୍ରକାର ବିବାଦ ଯେପରି ସୃଷ୍ଚି ନେ ହେଉ ସେ ନେଇ ଏହି କାର୍ଯ୍ୟକୁ ମସଜିଦ ପରିଚାଳନା କମିଟି (Mosque Management Committee) ଦ୍ୱାରା କରାଯାଉଛି। 

ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମସଜିଦ ଠାରେ ନିର୍ମିତ ମୀନାର,ଗମ୍ବୁଜ ପ୍ରଭୃତି ଗାଏବ ହୋଇସାରିଲାଣି। ଏକ ରିପୋର୍ଟ ଅନୁସାରେ ସ୍ଥାନୀୟ ସରକାରଙ୍କ ପ୍ରଭାବ କାରଣରୁ ହୁଇ ମୁସଲିମ ବର୍ତ୍ତମାନ ପରିବର୍ତ୍ତିତ ଇସଲାମୀୟ ଚୀନ ସଂସ୍କରଣକୁ (Chinese version of Islam) ଗ୍ରହଣ କରିଛନ୍ତି। ସେମାନେ ଏବେ ସେମାନଙ୍କ ଧର୍ମଗ୍ରନ୍ଥର (Islamic Religious Scripture) ସେହି ଆୟତ (Ayat of Quran) ଏବଂ ହଦିସ୍ (Hadees of Quran) ପଢୁନ୍ତି ଯାହା ଚୀନ୍ ସରକାର ଦ୍ୱାରା ଗ୍ରହଣ କରାଯାଇଥିବା କୁରାନରେ (Chinese Govt Adopted Quran) ସେମାନଙ୍କୁ କୁହାଯାଇଛି। ସେମାନେ ଏବେ କନଫୁସିୟସବାଦ (Confucianism) ଏବଂ ମାଓବାଦ (Maoism) ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ସ୍ଥାନୀୟ ମୂଳ ନାଗରିକ ହାନ ଚୀନ ଲୋକଙ୍କ ଭଳି ଧାର୍ମିକ ସମାରୋହରେ ଧୂପ ଜାଳୁଛନ୍ତି।  

Also Read: ପୁଣି ସାମ୍ନାକୁ ଆସିଲା ଚୀନର ମୁସଲମାନ ବିରୋଧି ଚେହେରା, ମସଜିଦ ଭାଙ୍ଗି ନିର୍ମାଣ କଲା ସର୍ବସାଧାରଣ ଶୌଚାଳୟ

ଦେଶର ଜିନିଙ୍ଗ୍ ସହରସ୍ଥିତ (Xining City) ଡୋଙ୍ଗଗୁଆନ୍ (Dongguan) ଠାରେ ଅବସ୍ଥିତ ଦେଶର ସବୁଠାରୁ ବଡ଼ ମସଜିଦ ଠାରେ ପ୍ରତି ଶୁକ୍ରବାର ସହ ନମାଜ ପଢୁଥିବା ଲୋକ ଆସିଥାନ୍ତି। ହେଲେ ବର୍ତ୍ତମାନ ସେହି ମସଜିଦ ଉପରେ ନିର୍ମିତ ସବୁଜ ଗମ୍ବୁଜ ଏବଂ ମୀନାର ଅଦୃଶ୍ୟ ହୋଇଯାଇଛି ଏବଂ ବର୍ତ୍ତମାନ ତାହା ଏକ ସାଧାରଣ କୋଠା ପରି ଦେଖାଯାଉଛି। ଏହି ମସଜିଦ ଇମାମ ମୀନାର ଗମ୍ବୁଜ ହଟାଇବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ଯେତବେଳେ ସେ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟ କରିବାକୁ ରାଜି ହେଲେ ତାହା ପରେ ଯାଇ ତାଙ୍କୁ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ଏଠାରୁ ପ୍ରାୟ ୧ ମାଇଲ ଦୂରରେ ରହିଥିବା ନାନଗୁଆନ୍ ମସଜିଦରେ ଏହି କାର୍ଯ୍ୟ ମଧ୍ୟ ଚାଲିଛି।

ଡୋଙ୍ଗଗୁଆନ୍ ଅଞ୍ଚଳରେ ବସବାସ କରୁଥିବା ମୁସଲିମ ଭୟଭୀତ ଅବସ୍ଥାରେ କହିଛନ୍ତି ଯେ ସେମାନଙ୍କୁ ଏ ବିଷୟରେ କିଛି କହିବାକୁ ବାରଣ କରାଯାଇଛି।। ଯଦି ସେମାନେ ଯଦି ସେମାନେ ଯଦି ସେମାନେ ଏପରି କରନ୍ତି ତାହେଲେ  ସେମାନଙ୍କୁ ଗିରଫ କରାଯିବ। ଯେଉଁ ମସଜିଦ ପରିଚାଳନା କମିଟି ଚୀନ୍ ସରକାରଙ୍କ ନିର୍ଦ୍ଦେଶ ପାଳନ କରିନାହାଁନ୍ତି ସେହି ମସଜିଦ ଭଙ୍ଗାଯିବା ସହ ଏହାର ଇମାମଙ୍କ ସମେତ ଅନ୍ୟ ଲୋକଙ୍କୁ କାରାଗାରରେ ରଖାଯାଇଥିଲା। ମସଜିଦ ଭାଙ୍ଗିବାକୁ ରୋକିବା ପାଇଁ ଏଠାକାର ଲୋକେ ସ୍ଥାନୀୟ ସରକାରଙ୍କ ଏପରି ଦମନ ମୂଳକ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ଚୁପ୍ ରହୁଛନ୍ତି।   

ଚୀନ ଭଳି ଦେଶରେ ମୁସଲମାନ ସମ୍ପ୍ରଦାୟ ଉପରେ କରାଯାଉଥିବା ଅତ୍ୟାଚାର ବହୁ ପୁରୁଣା। ହେଲେ ଗତ ୨୦୧୬ ବର୍ଷରୁ ଏହାର ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ସେହିବର୍ଷ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (China President Jinping) ଏକ ଅଭିଭାଷଣରେ କହିଛନ୍ତି ଦେଶର ବିଭିନ୍ନ ଭାଗରେ ରହୁଥିବା ସମସ୍ତ ଲୋକ ସେମାନଙ୍କ ଧାର୍ମିକ-ଆଞ୍ଚଳିକ ପାର୍ଥକ୍ୟକୁ ଭୁଲି ଏକ ହୋଇଯିବା ଆବଶ୍ୟକ। ଅର୍ଥାତ୍ ଦେଶର ବସବାସ କରୁଥିବା ସମସ୍ତ ଲୋକ ମାଣ୍ଡାରିନ୍ ଭାଷା (Mandarin Language) କହିବା ଉଚିତ୍। ସମସ୍ତେ ମାଓବାଦ ସହିତ ଶାସକ କମ୍ୟୁନିଷ୍ଟ ପାର୍ଟି (Chinese Communist Party) ପ୍ରତି ବିଶ୍ୱସ୍ତ ରହିବା ଆବଶ୍ୟକ। ସେମାନଙ୍କର ଧାର୍ମିକ ସ୍ଥାନରେ ବିଦେଶୀ ଶୈଳୀ ପରିବର୍ତ୍ତେ ସ୍ଥାନୀୟ ସ୍ଥାପତ୍ୟ ଶୈଳୀର ପ୍ରଭାବ ରହିବା ଉଚିତ ଏବଂ ସେମାନଙ୍କ ପାଇଁ ଦେଶ ହେଉଛି ସବୁକିଛି।

Also Read: ଅଭିଯୋଗ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ; ମସଜିଦରୁ ହଟାଗଲା ଲାଉଡ ସ୍ପିକର

ରାଷ୍ଟ୍ରପତିଙ୍କ ଏହି ଭାଷଣ ପରେ ମୁସଲମାନ ଏବଂ ମସଜିଦ ବିରୁଦ୍ଧରେ ଦମନ ଅଭିଯାନକୁ ଜୋରଦାର କରିଥିଲେ ସ୍ଥାନୀୟ ସରକାରୀ ଅଧିକାରୀ। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଚୀନ ସରକାରଙ୍କ ଏହି ପଦକ୍ଷେପ ଉପରେ ବିଶ୍ୱର ସମସ୍ତ ୫୭ ମୁସଲମାନ ଦେଶର ସଙ୍ଗଠନ ଓଆଇସି (OIC-Organisation of Islamic Cooperation) ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିଛି। ଏ ପର୍ଯ୍ୟନ୍ତ  କୌଣସି ମୁସଲିମ ଦେଶ ଚୀନ୍‌ ବିରୁଦ୍ଧରେ ଏହି ପ୍ରସଙ୍ଗରେ ସ୍ୱର ଉଠାଇନାହାଁନ୍ତି କିମ୍ବା ଏଠାକାର ମୁସଲମାନଙ୍କ ସମର୍ଥନରେ ଏକ ଶବ୍ଦ କହିବାକୁ ସାହସ କରିନାହାଁନ୍ତି।