Saudi Arabia: ଏଣିକି ବୁଲେଟ୍ ଟ୍ରେନ୍ ଚଳାଇବେ ମହିଳା, ମକ୍କା-ମଦିନା ମଧ୍ୟରେ ହେବ ପ୍ରଥମ ପରୀକ୍ଷା
Advertisement
Article Detail0/zeeodisha/odisha1512074

Saudi Arabia: ଏଣିକି ବୁଲେଟ୍ ଟ୍ରେନ୍ ଚଳାଇବେ ମହିଳା, ମକ୍କା-ମଦିନା ମଧ୍ୟରେ ହେବ ପ୍ରଥମ ପରୀକ୍ଷା

Saudi Arabia News:  ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀମହମ୍ମଦ ବିନ୍ ସଲମାନଙ୍କ ଭିଜନ-୨୦୩୦ ଅଧୀନରେ ମହିଳାଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ସାଉଦି ଆରବ ରେଳବାଇ ଏ ସମ୍ପର୍କରେ ସୂଚନା ଦେଇଛି।

Saudi Arabia: ଏଣିକି ବୁଲେଟ୍ ଟ୍ରେନ୍ ଚଳାଇବେ ମହିଳା, ମକ୍କା-ମଦିନା ମଧ୍ୟରେ ହେବ ପ୍ରଥମ ପରୀକ୍ଷା

Women Empowerment in Saudi Arabia: ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସାଉଦି ଆରବ ସରକାର। ପ୍ରାୟ ୪ ବର୍ଷ ପୂର୍ବେ ସାଉଦି ଆରବରେ ଗାଡି ଚଳାଇବାକୁ ନେଇ ମହିଳାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଯାଇଥିଲା। ହେଲେ ଖୁବ୍ ଶୀଘ୍ର ଏହି ସ୍ଥାନରେ ଏବେ ମହିଳା ନଜର ଆସିବେ। ଏହି ଦେଶରେ ଗାଡ଼ି ପରେ ଏବେ ମହିଳା ବୁଲେଟ୍ ଟ୍ରେନ୍ ଚଳାଉଥିବାର ଦେଖିବାକୁ ମିଳିବ।

ସାଉଦି ଆରବ (Saudia Arabia) କ୍ରାଉନ୍ ପ୍ରିନ୍ସ (Crown Prince) ଏବଂ ପ୍ରଧାନମନ୍ତ୍ରୀ (Prime Minister) ମହମ୍ମଦ ବିନ୍ ସଲମାନଙ୍କ (Mohammed Bin Salman) ଭିଜନ-୨୦୩୦ (Saudi Arabia Vision 2030) ଅଧୀନରେ ମହିଳାଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ସାଉଦି ଆରବ ରେଳବାଇ (Saudi Arabian Railway) ଏ ସମ୍ପର୍କରେ ସୂଚନା ଦେଇଛି। ଏହା ସହିତ ଏହି ମହିଳା ବୁଲେଟ୍ ଟ୍ରେନ୍ (Saudi Arabia Bullet Train) ଚାଳକଙ୍କ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ନିକଟରେ ୩୨ ଜଣ ମହିଳା ଚାଳକଙ୍କ ପ୍ରଥମ ବ୍ୟାଚ୍ ତାଲିମ ଶେଷ ହୋଇଛି। ସେମାନଙ୍କର ପ୍ରଥମ ନିଯୁକ୍ତି ମକ୍କା-ମଦିନା ମଧ୍ୟରେ ଚାଲୁଥିବା ବୁଲେଟ୍ ଟ୍ରେନ ସେବାରେ (Mecca Madina Bullet Train Service) କରାଯାଇଛି।
 
ସାଉଦି ଆରବ ଆରବ ରେଳବାଇ ପକ୍ଷରୁ ଏ ସମ୍ପର୍କରେ ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦିଆଯାଇଛି। ଏହା ସହିତ ଏହି ମହିଳା ବୁଲେଟ୍ ଟ୍ରେନ୍ ଚାଳକଙ୍କ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ମହିଳା ଚାଳକଙ୍କୁ ସେମାନଙ୍କ ପୁରୁଷ ସହକର୍ମୀଙ୍କ ସହିତ ଦେଖିବାକୁ ମିଳିଛି। ଏହି ଭିଡିଓ ନୂତନ ବର୍ଷର ପ୍ରଥମ ଦିନରେ ଜାରି କରାଯାଇଛି। 

Also Read: Saudi Arabia: ପରୀକ୍ଷା ହଲ ମଧ୍ୟରେ ପିନ୍ଧିପାରିବେ ନାହିଁ ଅବାୟା, ସାଉଦି ଆରବ ନେଲା ବଡ଼ ନିଷ୍ପତ୍ତି

ଏନେଇ ଜଣେ ମହିଳା ଡ୍ରାଇଭର କହିଛନ୍ତି ଯେ ଏହି ପ୍ରକଳ୍ପର ଅଂଶ ହୋଇ ଆମେ ବହୁତ ଖୁସି। ଆମେ ଏପରି ଏକ ସୁଯୋଗ ପାଇଥିବାରୁ ଗର୍ବିତ। ତାଲିମ ପରେ ବର୍ତ୍ତମାନ ଏହି ମହିଳା ଚାଳକଙ୍କ ବ୍ୟାଚ୍ ୪୫୩ କିଲୋମିଟର ଲମ୍ବା ହରମାନ ହାଇ ସ୍ପିଡ୍ ଲାଇନ ମାର୍ଗରେ ବୁଲେଟ୍ ଟ୍ରେନ୍ ଚଳାଉଥିବାର ନଜର ଆସିବେ। ଏହି ରେଳ ଲାଇନ ମକ୍କା-ମଦିନାକୁ ସଂଯୋଗ କରିଥାଏ। ସାମ୍ପ୍ରତିକ ସମୟରେ ସାଉଦି ଆରବର ମହିଳା ଦେଶର ଅର୍ଥନୀତିରେ ଉନ୍ନତି ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତିଓ। ବର୍ତ୍ତମାନ ଏହି ଧାରା ଆହୁରି ଅଧିକ ଶକ୍ତିଶାଳୀ ହେଉଛି। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଗତ ୨୦୧୮ ପୂର୍ବରୁ ମହିଳାଙ୍କୁ ସାଉଦି ଆରବରେ ଗାଡି ଚଳାଇବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। 

ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଗତ ୨୦୧୬ ବର୍ଷରେ ଭିଜନ-୨୦୩୦ ଜାରି କରିଥିଲେ। ଯାହାର ଉଦ୍ଦେଶ୍ୟ ହେଉଛି ତୈଳ କାରବାର ଉପରେ ଦେଶର ଅର୍ଥନୀତିର ନିର୍ଭରଶୀଳତାକୁ ହ୍ରାସ କରିବା। ଏହା ଅଧୀନରେ ଏପରି ଅନେକ କାର୍ଯ୍ୟକ୍ରମ ଚାଲିଛି, ଯେଉଁଥିରେ ମହିଳାଙ୍କ ମଧ୍ୟ ଏକ ବଡ଼ ଅଂଶ ରହିଛି। ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ବ୍ୟତୀତ ଅନେକ ମହିଳା ଘରୋଇ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ପ୍ରତିନିଧିତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

Also Read: Saudi Arabia: ମହିଳାଙ୍କ ହଜ୍-ଉମରାହ ଯାତ୍ରା ବାବଦରେ ବଡ଼ ନିଷ୍ପତ୍ତି ନେଲେ ସାଉଦି ଆରବ ସରକାର

 

ଗତ ବର୍ଷ ଆରମ୍ଭରେ, ମହିଳାଙ୍କ ପାଇଁ ୩୦ ବୁଲେଟ୍ ଟ୍ରେନ୍ ଡ୍ରାଇଭର ପଦବୀରେ ଭର୍ତ୍ତି ବାହାର କରାଯାଇଥିଲା। ପରେ ଏହାକୁ ବଢାଇ ୩୨ କରାଯାଇଥିଲା। ଏହି ୩୨ ପଦ ପାଇଁ ପ୍ରାୟ ୨୮ ହଜାର ମହିଳା ଆବେଦନ କରିଥିଲେ। ଗତ ବର୍ଷ ପ୍ରଥମ ଥର ପାଇଁ ସାଉଦି ଆରବରେ ମରୁଭୂମିର ଜାହାଜ କୁହାଯାଉଥିବା ଓଟଙ୍କୁ ନେଇ ହେଉଥିବା ପ୍ରତିଯୋଗିତାରେ (Ship of the Desert) ପ୍ରଥମ ଥର ପାଇଁ ମହିଳା ଅଂଶଗ୍ରହଣ କରିଥିଲେ। ରାଜଧାନୀ ରିୟାଦ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ କୋଟି କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା। ଏହି ପ୍ରତିଯୋଗୀତାରେ ୪୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ।