Ramadan 2023: ରମଜାନ ପାଇଁ ଗାଇଡ ଲାଇନ ଜାରି କଲେ ସାଉଦି ସରକାର, ଇସଲାମ ଜଗତରେ ଖେଳିଗଲା ଚହଳ
Advertisement
Article Detail0/zeeodisha/odisha1608500

Ramadan 2023: ରମଜାନ ପାଇଁ ଗାଇଡ ଲାଇନ ଜାରି କଲେ ସାଉଦି ସରକାର, ଇସଲାମ ଜଗତରେ ଖେଳିଗଲା ଚହଳ

Saudi Arabian Government: ମୁସଲମାନଙ୍କ ପାଇଁ ପବିତ୍ର ମାସ ଭାବେ ବିବେଚନା କରାଯାଉଥିବା ରମଜାନ ମାସ ଚଳିତ ବର୍ଷ ୨୩ ମାର୍ଚ୍ଚରୁ ଆରମ୍ଭ ହେଉଛି। ରମଜାନ ପାଳନକୁ ନେଇ ମୁସଲିମ ଜଗତକୁ ନିୟନ୍ତ୍ରଣ କରୁଥିବା ସାଉଦି ଆରବ ରମଜାନ ସହ ଜଡିତ ଅନେକ ନିୟମ ଜାରି କରିଛି। ଯାହାକୁ ନେଇ ତାତି ଉଠିଛନ୍ତି ମୁସଲିମ ସମ୍ପ୍ରଦାୟ। 

Ramadan 2023: ରମଜାନ ପାଇଁ ଗାଇଡ ଲାଇନ ଜାରି କଲେ ସାଉଦି ସରକାର, ଇସଲାମ ଜଗତରେ ଖେଳିଗଲା ଚହଳ

 
Saudi Arabian Government Guidelines on Ramadan 2023:
ଚଳିତ ବର୍ଷ କିପରି ପାଳିତ ହେବ ରମଜାନ ସେ ନେଇ ଗାଇଡ଼ ଲାଇନ ଜାରି କରିଛନ୍ତି ସାଉଦି ଆରବ। ହେଲେ ଏହାକୁ ନେଇ ସମଗ୍ର ଜଗତରେ ଖେଳିଯାଇଛି ଚହଳ। ରମଜାନ ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠାଇବ ସହ ସାଉଦି ଆରବ ସରକାରଙ୍କୁ ଟାର୍ଗେଟ କରିଛନ୍ତି। 

ମୁସଲମାନଙ୍କ ପାଇଁ ପବିତ୍ର ମାସ ଭାବେ ବିବେଚନା କରାଯାଉଥିବା ରମଜାନ ମାସ ଚଳିତ ବର୍ଷ ୨୩ ମାର୍ଚ୍ଚରୁ ଆରମ୍ଭ ହେଉଛି। ଦିନ ପାଖେଇ ଆସୁଥିବାରୁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ମୁସଲମାନ ରମଜାନ ପାଳନକୁ ସେମାନଙ୍କର ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ଏହା ସହିତ ମୁସଲିମ ଜଗତକୁ ନିୟନ୍ତ୍ରଣ କରୁଥିବା ସାଉଦି ଆରବ ରମଜାନ ସହ ଜଡିତ ଅନେକ ନିୟମ ଜାରି କରିଛି। ଯାହାକୁ ନେଇ ତାତି ଉଠିଛନ୍ତି ମୁସଲିମ ସମ୍ପ୍ରଦାୟ। ସେମାନେ ସାଉଦି ଆରବ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଇସଲାମର ମୂଳଦୁଆକୁ ଦୁର୍ବଳ କରୁଥିବା କହିଛନ୍ତି। ଏହି ନିୟମ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ହେଲେ ସାଉଦି ଆରବ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିବା ସହ ଏହା ଇସଲାମ ସ୍ୱାର୍ଥରେ ରହିଥିବା କହିଛନ୍ତି।

ଚଳିତ ବର୍ଷ ପାଳିତ ହେଉଥିବା ରମଜାନ ପାଇଁ ସାଉଦି ଆରବ ସରକାରଙ୍କ ଇସଲାମ ବ୍ୟାପାର ମନ୍ତ୍ରୀ ଶେଖ ଡକ୍ଟର ଅବଦୁଲ ଲତିଫ ବିନ ଅବଦୁଲ ଅଜିଜଙ୍କ ଦ୍ୱାରା ଏକ ୧୦ ସୂତ୍ରୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ରମଜାନ ସମୟରେ ମସଜିଦ ଠାରେ ଲାଉଡ ସ୍ପୀକରସ ବଜାଯିବ ନାହିଁ। କୌଣସି ବ୍ୟକ୍ତି ସୋସିଆଲ ମିଡିଆ କିମ୍ବା ଟିଭି ମାଧ୍ୟମରେ ନମାଜ ପ୍ରସାରଣ କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ରମଜାନ ଚାଲିବ। ମସଜିଦ ଠାରେ କୌଣସି ଇଫତାର ଆୟୋଜିତ ହେବ ନାହିଁ। ରମଜାନ ସମୟରେ କୌଣସି ମୁସଲିମ ନିଦଜ ପିଲାଙ୍କୁ ମସଜିଦ ଆଣିପାରିବେ ନାହିଁ। କାରଣ ଛୋଟ ପିଲା ଆସିବା ଦ୍ୱାରା ନମାଦ ବ୍ୟାହତ ହେବାର ସମ୍ଭାବନା ରହିଛି। 

ରମଜାନ ଏତଫାକ ସମୟରେ କୌଣସି ବ୍ୟକ୍ତି ବିନା କୌଣସି ପରିଚୟ ପତ୍ରରେ ମସଜିଦ ଭିତରେ ପ୍ରବେଶ କରିପାରିବେ ନାହିଁ। ଏତଫାକ ହେଉଛି ଏକ ଇସଲାମିକ ପ୍ରଥା, ଯେଉଁଠାରେ ମୁସଲମାନ ରମଜାନ ମାସର ଶେଷ ୧୦ ଦିନରେ ଆଲ୍ଲାଙ୍କ ପ୍ରାର୍ଥନା କରିବା ପାଇଁ ମସଜିଦ ଠାରେ ନିଜକୁ ଅଲଗା ରଖିଥାନ୍ତି। ସାଉଦି ଆରବ ଇସଲାମ ବ୍ୟାପର ମନ୍ତ୍ରଣାଳୟ ମଧ୍ୟ ଇଫତାର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଉପରେ ପ୍ରତିବନ୍ଧକ ଲଗାଇଛି।

ଏନେଇ ସାଉଦି ଆରବ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ମସଜିଦ ଇମାମ ରମଜାନ ଶେଷ ନ ପର୍ଯ୍ୟନ୍ତ ମସଜିଦ ଛାଡି ପାରିବେ ନାହିଁ। ଯଦି କେହି ମସଜିଦ ପରିସରରେ ଇଫତାରୀ କରିବାକୁ ଚାହାଁନ୍ତି, ତାହେଲେ ସେ ଏହାକୁ ମସଦିଜ ପରିସର ବାହାରେ କୌଣସି ସ୍ଥାନରେ ଆୟୋଜନ କରିପାରିବେ। ଇଫତାର ଆୟୋଜନ ହେଉଥିବା ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ସମସ୍ତ ଦାୟିତ୍ୱ ଇମାମ ବହନ କରିବେ। ଇଫତାରୀ ପାଇଁ ଲୋକଙ୍କ ଠାରୁ କୌଣସି ପ୍ରକାର ଦାନ ସଂଗ୍ରହ କରାଯିବ ନାହିଁ।

ରମଜାନ ପାଳନକୁ ନେଇ ସାଉଦି ଆରବ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ନେଇ ତାତି ଉଠିଛନ୍ତି ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ମୁସଲମାନ। ସେମାନେ ଅଭିଯୋଗ କରିଛନ୍ତି ଯେ ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସାଧାରଣ ଜୀବନରେ ଇସଲାମ ପ୍ରଭାବକୁ ହ୍ରାସ କରିବାକୁ ଚାହୁଁଛନ୍ତି। ସାଉଦି ଆରବ ସରକାରଙ୍କ ଏହି ନିର୍ଦ୍ଦେଶାବଳୀ ହେଉଛି ମନମୁଖୀ ଏବଂ ଏହାର ଇସଲାମ ଧର୍ମର ଧାର୍ମିକ ଗୌରବକୁ ହ୍ରାସ କରିବ। ଅନ୍ୟପଟେ ମୁସଲିମ ସମାଜର ଲୋକଙ୍କ କହିବା କଥା ଯେ ସାଉଦି ଆରବ ତୁରନ୍ତ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରନ୍ତୁ। ହେଲେ ସାଉଦି ଆରବ ସରକାର ରାମଜାନ ପାଇଁ ଜାରି ହୋଇଥିବା କୌଣସି ନିୟମ ପ୍ରତ୍ୟାହାର କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି।

ସାଉଦି ଆରବ ସମେତ ଗଲ୍ଫ ଦେଶରେ ଗଚ୍ଛିତ ରହିଥିବା ତୈଳ ଭଣ୍ଡାର ଆସନ୍ତା ୨୦୨୫୦ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରିଯିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ତାଙ୍କ ଦେଶର ଅର୍ଥନୀତିକୁ ବିବିଧ କରିବା ପାଇଁ 'ଭିଜନ ୨୦୩୦' ଉପରେ କାମ କରୁଛନ୍ତି। ଏହି ଅଭିଯାନ ଅଧିନରେ ସାଉଦି ଆରବକୁ ସିଙ୍ଗାପୁର ଭଳି ପେଣ୍ଠସ୍ଥଳରେ ପରିଣତ କରିବାକୁ ହେବ। ଏହି କାରଣରୁ ସେମାନେ କ୍ରମାଗତ ଭାବରେ ଦେଶରେ ମୌଳବାଦୀ ମୁସଲମାନ ପରମ୍ପରାରେ ପରିବର୍ତ୍ତନ ଆଣିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯେଉଁ କାରଣରୁ ସେଠାକାର ମୌଳିବା ସାଉଦି ଆରବ ସରକାରଙ୍କ ବିରୋଧରେ ତାତି ଉଠିଛନ୍ତି।