ବଡ଼ ଖବର! ବଦଳିଗଲା ATMରୁ ଟଙ୍କା ଉଠାଇବା ନିୟମ, ଏମିତି ନ କଲେ ବାହାରିବନି ଟଙ୍କା
Advertisement
Article Detail0/zeeodisha/odisha1037296

ବଡ଼ ଖବର! ବଦଳିଗଲା ATMରୁ ଟଙ୍କା ଉଠାଇବା ନିୟମ, ଏମିତି ନ କଲେ ବାହାରିବନି ଟଙ୍କା

ATM ରୁ ନଗଦ ଟଙ୍କା ଉଠାଇ ପ୍ରକ୍ରିୟାରେ ପରିବର୍ତ୍ତନ ନେଇ ଷ୍ଟେଟ ବ୍ୟାଙ୍କ ନଭେମ୍ବର ୨୧ରେ ଟୁଇଟ୍ କରି ଏହି ସୂଚନା ଦେଇଛି। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଟିଏମରୁ ନଗଦ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆସିଛି। ଏଟିଏମ୍ କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ଷ୍ଚଟ୍ ବ୍ୟାଙ୍କ ଏକ ନୂତନ ପଦକ୍ଷେପ ନେଇଛି। ବର୍ତ୍ତମାନ SBI ATM ରୁ ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ OTP ଏଣ୍ଟ୍ରୀ କରିବାକୁ ପଡିବ। ଏହି ନୂତନ ନିୟମରେ ଗ୍ରାହକମାନେ ବିନା OTPରେ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ ନାହିଁ। ଟଙ୍କା ଉଠାଇବା ସମୟରେ ଗ୍ରାହକମାନେ ରେଜିଷ୍ଟର ମୋବାଇଲ୍ ଫୋନରେ ଏକ OTP ପାଇବେ। ଏହି OTP ଏଣ୍ଟ୍ରୀ ପରେ ହିଁ ATMରୁ ଟଙ୍କା ବାହାରିବ।

ATM ରୁ ନଗଦ ଟଙ୍କା ଉଠାଇ ପ୍ରକ୍ରିୟାରେ ପରିବର୍ତ୍ତନ ନେଇ ଷ୍ଟେଟ ବ୍ୟାଙ୍କ ନଭେମ୍ବର ୨୧ରେ ଟୁଇଟ୍ କରି ଏହି ସୂଚନା ଦେଇଛି। ଏହି ଟୁଇଟରେ ଲେଖାଅଛି, 'ଏସବିଆଇ ଏଟିଏମରେ କାରବାର ପାଇଁ ଆମର OTP ଆଧାରିତ ନଗଦ ଉଠାଣ (Cash Withdraw) ବ୍ୟବସ୍ଥା ଠକମାନଙ୍କ ବିରୋଧରେ ଟିକାକରଣ ସଙ୍ଗେ ସମମାନ। ଆପଣଙ୍କୁ ଠକାମିରୁ ରକ୍ଷା କରିବା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ। OTP ଆଧାରିତ କ୍ୟାସ ୱିଥଡ୍ର ବ୍ୟବସ୍ଥା କିପରି କାର୍ଯ୍ୟ କରିବ ସେ ବିଷୟରେ ଏସବିଆଇ ଗ୍ରାହକମାନେ ସଚେତନ ହେବା ଉଚିତ୍।

Also Read: ପ୍ରତିଦିନ ସକାଳୁ ଏହି ପୁଣ୍ୟ କାମ କରନ୍ତି ସାଂସଦ ଅନୁଭବ

ନିୟମ କ’ଣ ଜାଣନ୍ତୁ?

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୦୦୦୦ କିମ୍ବା ତଦୁର୍ଦ୍ଧ ଟଙ୍କା ଉଠାଣ ଉପରେ OTP ନିୟମ ପ୍ରଯୁଜ୍ୟ ହେବ। ଗ୍ରାହକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସିଥିବା OTP ଏବଂ ଡେବିଟ୍ କାର୍ଡ PIN ସହିତ ପ୍ରତ୍ୟେକ ଥର ATM ରୁ ୧୦୦୦୦ ଟଙ୍କା ବା ତା’ଠାରୁ ଅଧିକ ଟଙ୍କା ଉଠାଇପାରିବେ।

ଟଙ୍କା ଉଠାଣର ପ୍ରକ୍ରିୟା

  • SBI ATMରୁ ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଏକ OTP ଦରକାର।
  • ଏଥିପାଇଁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ପଠାଯିବ।
  • ଏହି OTP ଏକ ଚାରି ଅଙ୍କ ବିଶିଷ୍ଟ ନମ୍ବର ହେବ ଯାହା ଗ୍ରାହକ ଗୋଟିଏ ଟ୍ରାଞ୍ଜାକସନ ପାଇଁ ପାଇବେ।
  • ଥରେ ଆପଣ ଟଙ୍କା ଉଠାଇବାକୁ ଚାହୁଁଥିବା ରାଶି ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଏଟିଏମ୍ ସ୍କ୍ରିନରେ OTP ଏଣ୍ଟ୍ରି କରିବାକୁ କୁହାଯିବ।
  • OTP ଏଣ୍ଟ୍ରି କରିବା ପରେ ATMରୁ ଟଙ୍କା ବାହାରିବ।

fallback

ଏହାର ଆବଶ୍ୟକତା କାହିଁକି?

କିଭିଳ ଗ୍ରାହକମାନେ ଠକାମିରୁ ରକ୍ଷା ପାଇପାରିବେ, ସେଥିପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇର ୨୨୨୨୪ଟି ଶାଖା ଏବଂ ୬୩୯୦୬ଟି ଏଟିଏମ୍ / ସିଡିଏମ୍ ସହିତ ଭାରତରେ ୭୧୭୦୫ଟି ଆଉଟଲେଟ୍ ଅଛି। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୯୧ ମିଲିୟନ୍ ଏବଂ ୨୦ ମିଲିୟନ୍।