କୋରୋନା ସହ ଲଢ଼େଇରେ ମିଳିଲା ନୂଆ ଅସ୍ତ୍ର: ବୈଜ୍ଞାନିକ ତିଆରି କଲେ ଏପରି ଏକ ଲେଜର ଉପକରଣ, ଯାହା ପବନରେ ହିଁ ବିନାଶ କରିବ ଭାଇରସ
Advertisement
Article Detail0/zeeodisha/odisha952032

କୋରୋନା ସହ ଲଢ଼େଇରେ ମିଳିଲା ନୂଆ ଅସ୍ତ୍ର: ବୈଜ୍ଞାନିକ ତିଆରି କଲେ ଏପରି ଏକ ଲେଜର ଉପକରଣ, ଯାହା ପବନରେ ହିଁ ବିନାଶ କରିବ ଭାଇରସ

ଆପଣଙ୍କୁ କହି ରଖୁଛୁ ଯେ ଉତ୍ତର ଇଟାଲୀର ଟ୍ରିଷ୍ଟେ ସହରରେ ଅବସ୍ଥିତ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ଓ ଲେଜର ଉପକରଣ ତିଆରି କରୁଥିବା ସ୍ଥାନୀୟ କମ୍ପାନୀ ଆଲଟେକ୍ କେ-ଲେଜର ଗତ ବର୍ଷ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଥିଲା ।

କୋରୋନା ସହ ଲଢ଼େଇରେ ମିଳିଲା ନୂଆ ଅସ୍ତ୍ର: ବୈଜ୍ଞାନିକ ତିଆରି କଲେ ଏପରି ଏକ ଲେଜର ଉପକରଣ, ଯାହା ପବନରେ ହିଁ ବିନାଶ କରିବ ଭାଇରସ

ରୋମ: କୋରୋନା ମହାମାରୀ (Coronavirus Epidemic) ର ବିସ୍ଫୋରଣ ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଇଟାଲୀର ବୈଜ୍ଞାନିକମାନେ (Italy Scientists) ଏପରି ଏକ ଲେଜର ଉପକରଣ (Laser Device) ତିଆରି କରିବାର ଦାବି କରିଛନ୍ତି ଯାହା କୋରୋନା ଭାଇରସ (Virus) କୁ ମାରିପାରେ । ମିଳିତ ଜାତିସଂଘର ବୈଜ୍ଞାନିକମାନେ ଇଟାଲୀ ବୈଷୟିକ କମ୍ପାନୀର ବୈଜ୍ଞାନିକମାନଙ୍କ ସହଯୋଗରେ ଏହି ଉପକରଣ ପ୍ରସ୍ତୁତ କରିଛନ୍ତି । 

ଆପଣଙ୍କୁ କହି ରଖୁଛୁ ଯେ ଉତ୍ତର ଇଟାଲୀର ଟ୍ରିଷ୍ଟେ ସହରରେ ଅବସ୍ଥିତ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଜେନେଟିକ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ଓ ଲେଜର ଉପକରଣ ତିଆରି କରୁଥିବା ସ୍ଥାନୀୟ କମ୍ପାନୀ ଆଲଟେକ୍ କେ-ଲେଜର ଗତ ବର୍ଷ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଦରମା! ୩ ପ୍ରତିଶତ ବୃଦ୍ଧି ପାଇପାରେ ମହଙ୍ଗା ଭତ୍ତା

ଉପକରଣ ଏହିପରି କରେ କାମ

'ଡେଲି ପାଇନଅର୍'ର ରିପୋର୍ଟ ଅନୁଯାୟୀ, ଏହି ଲେଜର ଉପକରଣ ଘର ଭିତରେ ବା ଚାରି କାନ୍ଥ ମଧ୍ୟରେ ଥିବା କେରୋନା ଭୂତାଣୁ କଣିକାକୁ ମାରିପାରେ । ଡିଭାଇସରେ ବାୟୁ ଏକ ଲେଜର ବିମ୍ ଦେଇ ଯାଇଥାଏ ଓ ଏହା ଭୂତାଣୁ ଏବଂ ଜୀବାଣୁକୁ ମାରିଦିଏ । ଏ ସମ୍ପର୍କରେ ସୂଚନା ଦେଇ ଇଣ୍ଟରନ୍ୟାସନାଲ ସେଣ୍ଟର୍ ଫର ଜେନେଟିକ୍ ଇଞ୍ଜିନିୟରିଂ ଏବଂ ବାୟୋଟେକ୍ନୋଲୋଜିରେ କାର୍ଡିଭାସ୍କୁଲାର୍ ବାୟୋଲୋଜି ଗ୍ରୁପର ମୁଖ୍ୟ ସେରେନା ଜାକିନା (Serena Zakinya) କହିଛନ୍ତି, ଏହି ଉପକରଣ ଲେଜର ଟେକ୍ନୋଲୋଜି ବିଷୟରେ ମୋର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ଏହି ଡିଭାଇସ୍ 50 ମିଲିସେକେଣ୍ଡରେ ଭୂତାଣୁକୁ ମାରିପାରେ ।

ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୬ ଶହରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ

ଅନେକ ବୈଜ୍ଞାନିକ ଉଠାଇଛନ୍ତି ପ୍ରଶ୍ନ 

COVID ମହାମାରୀ ସମୟରେ ଚାରି କାନ୍ଥ ମଝିରେ ଥିବା ସ୍ଥାନକୁ ସଂକ୍ରମଣରୁ ମୁକ୍ତ ରଖିବା ଏକ ପ୍ରମୁଖ ଆହ୍ୱାନ ବୋଲି ପ୍ରମାଣିତ ହୋଇଛି । ଯଦିଓ ସମୟ ସମୟରେ ଏହାକୁ ଏଡାଇବାକୁ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦିଆଯାଇଛି, ଏହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡିଛି । ତେଣୁ, ଲେଜର ଉପକରଣ କୋରୋନା ସହିତ ଯୁଦ୍ଧରେ ବହୁତ ସହାୟକ ହୋଇପାରେ । 

ଏହି ସମୟରେ ଲେଜର ଡିଭାଇସ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଅନେକ ବୈଜ୍ଞାନିକ କହିଛନ୍ତି ଯେ କୋରୋନା ଭୂତାଣୁ ମାରିବା ପାଇଁ ଲେଜର ଆଧାରିତ ପ୍ରଯୁକ୍ତିବିଦ୍ୟା ସୁରକ୍ଷିତ ରହିବ ନାହିଁ । ଗତ ବର୍ଷ ନଭେମ୍ବରରେ ଜର୍ଣ୍ଣାଲ ଅଫ୍ ଫୋଟୋକେମିଷ୍ଟ୍ରି ଏବଂ ଫୋଟୋବାୟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ଲେଜର ଆଧାରିତ ଉପକରଣଗୁଡ଼ିକରୁ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ।

'ସଂପୂର୍ଣ୍ଣ ସୁରକ୍ଷିତ ଉପକରଣ'

ଆଲଟେକ୍ କମ୍ପାନୀର ପ୍ରତିଷ୍ଠାତା ଫ୍ରାନ୍ସସ୍କୋ ଜନାଟା ଓ ଜକିନ୍ୟା ଉଭୟ ଲେଜର ଉପକରଣ ସହିତ କର୍କଟ ରୋଗର ସିଦ୍ଧାନ୍ତକୁ ଖଣ୍ଡନ କରିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଉପକରଣରୁ ବାହାରୁଥିବା ଲେଜର ମନୁଷ୍ୟର ଚର୍ମ ସହିତ କେବେବି ସଂସ୍ପର୍ଶରେ ଆସେ ନାହିଁ, ତେଣୁ କର୍କଟ ରୋଗ ହେବାର ଆଶଙ୍କା ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଉପକରଣ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହା ଏକ ପୁନଃବ୍ୟବହାରକାରୀ ଉତ୍ପାଦ । ଜନାଟା କହିଛି ଯେ ଆମର ଉପକରଣ ପ୍ରକୃତି ବିରୁଦ୍ଧରେ ପ୍ରକୃତିର ବ୍ୟବହାର କରେ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଛୋଟ ଆକାର ହେଉଛି ସବୁଠାରୁ ବଡ ସୁବିଧା 

ଜନାଟା କହିଛି ଯେ, କମ୍ପାନୀ ଏହି ଉପକରଣ ପାଇଁ ପେଟେଣ୍ଟ ପାଇଛି । କମ୍ପାନୀ ଶୀଘ୍ର ଏହି ଉପକରଣକୁ ଆନ୍ତର୍ଜାତୀୟ ସ୍ତରରେ ଲଞ୍ଚ କରିବାକୁ ଚେଷ୍ଟା କରୁଛି । ଉପକରଣ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ଆକାର । ଛୋଟ ଆକାର ହେତୁ ଏହାକୁ ଯେକୌଣସି ସ୍ଥାନକୁ ନେବା ସହଜ । ଏହାର ଉଚ୍ଚତା ପାଞ୍ଚ ଫୁଟ ୯ ଇଞ୍ଚ ଏବଂ ଓଜନ ପ୍ରାୟ ୨୫ କିଲୋଗ୍ରାମ ହେବ । ଏହାକୁ ଏୟାର କଣ୍ଡିସିନର ୟୁନିଟରେ ମଧ୍ୟ ସ୍ଥାପନ କରାଯାଇପାରିବ ।

ଡିଭାଇସରେ ମଧ୍ୟ ଅଛି କିଛି ତ୍ରୁଟି

ସେପଟେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି କୌଶଳର ସବୁଠାରୁ ବଡ ସମସ୍ୟା ହେଉଛି ପବନରେ ହିଁ ଭୂତାଣୁ ଓ ଜୀବାଣୁ ଶେଷ କରିହେବ । ଯଦି ଲେଜର ବାୟୁରୁ ଚଟାଣ କିମ୍ବା କୌଣସି ପୃଷ୍ଠକୁ ଖସିଯାଆନ୍ତି, ତେବେ ଲେଜର କାମ କରିବ ନାହିଁ । ଏହା ବ୍ୟତୀତ ଯଦି ଛିଙ୍କିବା କିମ୍ବା ଉଚ୍ଚ ଆୱାଜରେ କଥାବାର୍ତ୍ତା ସମୟରେ ଭାଇରସ୍ ଅନ୍ୟ ଜଣଙ୍କ ନିକଟରେ ପହଞ୍ଚେ, ତେବେ ଏହି ଲେଜର ଏହାର କିଛି କ୍ଷତି ପହଞ୍ଚାଇବାକୁ ସମର୍ଥ ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!