ନ୍ୟାୟ ପାଇଁ ଟ୍ରଲିରେ ବସି କୋର୍ଟ ଗଲେ ଖୋଦ୍ ମହାଦେବ!
Advertisement

ନ୍ୟାୟ ପାଇଁ ଟ୍ରଲିରେ ବସି କୋର୍ଟ ଗଲେ ଖୋଦ୍ ମହାଦେବ!

କିଛି ଦିନ ପୂର୍ବେ ରାୟଗଡ ନଗର ନିଗମର ୱାର୍ଡ ନଂ ୨୫ରୁ ଅନାବାଦୀ ଜାଗାକୁ ଲୋକଙ୍କ କବଜାରୁ ହଟାଇବା ପାଇଁ ସୁଧା ରାଜୱାଡେ ନାମକ ଜଣେ ମହିଳା ଛତିଶଗଡ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାୟଗଡ ତହସିଲ ନ୍ୟାୟଳୟକୁ ନିର୍ଦ୍ଦେଶ ଦେଇଥିଲେ।

ଡିଜାଇନ୍ ଫଟୋ

ରାୟପୁର: ଛତିଶଗଡର ରାୟଗଡ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଖୋଦ ଦେବଙ୍କ ଦେବ ମହାଦେବ କାଠଗଡାକୁ ଟାଣି ହୋଇଛନ୍ତି। ରାଜ୍ୟସ୍ୱ ଅଧିକାରୀଙ୍କ ସମନ ପରେ ଗ୍ରାମବାସୀ ମନ୍ଦିରରୁ ଶିବଲିଙ୍ଗ ଉଠାଇ କୋର୍ଟକୁ ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୩ ତାରିଖରେ ହେବ। ହାଇକୋର୍ଟରେ ମାମଲା ଗଲା ପରେ ଘଟଣାଟି ସାମନାକୁ ଆସିଛି। 

କିଛି ଦିନ ପୂର୍ବେ ରାୟଗଡ ନଗର ନିଗମର ୱାର୍ଡ ନଂ ୨୫ରୁ ଅନାବାଦୀ ଜାଗାକୁ ଲୋକଙ୍କ କବଜାରୁ ହଟାଇବା ପାଇଁ ସୁଧା ରାଜୱାଡେ ନାମକ ଜଣେ ମହିଳା ଛତିଶଗଡ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାୟଗଡ ତହସିଲ ନ୍ୟାୟଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ତହସିଲ ନ୍ୟାୟାଳୟ ପକ୍ଷରୁ କଉହାକୁଣ୍ଡାସ୍ଥିତ ଶିବ ମନ୍ଦିର ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରିଥିଲେ। 

Also Read: ଫେରିଲା ଆନ୍ଦୋଳନ! ଆସନ୍ତାକାଲିଠୁ ଦୁଇ ଦିନ 'ଭାରତ ବନ୍ଦ', ESMA ଲଗାଇପାରନ୍ତି ସରକାର

 

ଶୁକ୍ରବାର ମନ୍ଦିରରୁ ଶିବଲିଙ୍ଗ ଉଠାଇ, ତାହାକୁ ରିକ୍ସାରେ ଲଦି କଉହାକୁଣ୍ଡା ଗ୍ରାମବାସୀ ଓ ପୂଜକ ରାୟଗଡ ତହସିଲ ନ୍ୟାୟଳୟ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ଅନେକ ସମୟ ଅପେକ୍ଷା କରାଇ ଜନଶୁଣାଣିରେ ବ୍ୟସ୍ତ ଥିବା ତହସିଲଦାର ମାମଲାର ଶୁଣାଣି ଆଉ ଗୋଟିଏ ତାରିଖ ଧାର୍ଯ୍ୟ କରିଛନ୍ତି। ସେପଟେ ଆସିସଷ୍ଟାଣ୍ଟ ତହସିଲଦାର କହିଛନ୍ତି ଯେ, ଭୁଲ ବଶତଃ ମନ୍ଦିରକୁ ନୋଟିସ ଦିଆଯାଇଛି। ଏହି ମାମଲାରେ ପକ୍ଷଭୁକ୍ତ ଥିବା ଅନ୍ୟ ନୋଟିସ ଉପରେ ଆସନ୍ତା ଏପ୍ରିଲ ୧୩ରେ ଶୁଣାଣି ହେବ।

fallback

ସ୍ଥାନୀୟ କାଉଁସିଲର ସପନା ସିଦ୍ଦାର କହିଛନ୍ତି ଯେ, ଗ୍ରାମବାସୀ ଓ ଶିବ ମନ୍ଦିରକୁ ତହସିଲ କୋର୍ଟରେ ହାଜର ହେବାରୁ ନିର୍ଦ୍ଦେଶ ଦିଆଯିବା ସହ ୧୦୦୦୦ ଟଙ୍କା ଜରିମାନା ଲାଗିଛି। ତେଣୁ ଆମେ ମହାଦେବଙ୍କୁ ଧରି କୋର୍ଟ ଯାଇଥିଲୁ। ମାମଲାର ପରବର୍ତ୍ତୀ ଶୁଣାଣୀ ଏପ୍ରିଲ ୧୩ରେ ହେବ। ସୁଧା ରାଜୱାଡେଙ୍କୁ ବହୁତ ବୁଝାସୁଝା ପରେ ମଧ୍ୟ ସେ କାଇକୋର୍ଟ ଯାଇଛନ୍ତି। ସେ ଜଣେ ସରକାରୀ ଅଫିସର ତେଣୁ ଏପରି କରିବା ତାଙ୍କ କାମ ବୋଲି ସୁଧା କହିଥିବା ସପନା ସିଦ୍ଦାର ସୂଚନା ଦେଇଛନ୍ତି।

Also Read: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ବାହାରିଲା ବିଜ୍ଞପ୍ତି, ମିଳିବ ମୋଟା ଅଙ୍କର ଦରମା

ସୂଚନାଯୋଗ୍ୟ, ଶନିବାର ନାମକାଲ ମନ୍ଦିର ମାମଲାରେ ମାଦ୍ରାସ ହାଇକୋର୍ଟ କହିଛନ୍ତି ଯେ, ଯଦି ଭଗବାନ ମଧ୍ୟ ସର୍ବସାଧାରଣ ଜମି କବଜା କରନ୍ତି ତେବେ ତାଙ୍କୁ ମଧ୍ୟ ଉଚ୍ଛେଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ। ଏକ ମୂର୍ତ୍ତୀ ଚୋରୀ ମାମଲାରେ (ଜାନୁଆରୀ ୨୦୨୨)ରେ ମାଦ୍ରାସ ହାଇକୋର୍ଟ ତଳ କୋର୍ଟର ରାୟକୁ ଖାରଜ କରିବା ସହ କହିଥିଲେ ଯେ, ଯାଞ୍ଚ ପାଇଁ କୌଣସି ସ୍ଥାପିତ ଠାକୁର ମୂର୍ତ୍ତୀକୁ କୋର୍ଟରେ ହାରଜର କରାଇବା ଦରକାର ନାହିଁ।