ମମତା ସରକାରକୁ ଝଟକା! ହାଇକୋର୍ଟ ମାଗିଲେ ଏହି ରିପୋର୍ଟ
Advertisement
Article Detail0/zeeodisha/odisha1157791

ମମତା ସରକାରକୁ ଝଟକା! ହାଇକୋର୍ଟ ମାଗିଲେ ଏହି ରିପୋର୍ଟ

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ଅସୁବିଧା ବଢିବାରେ ଲାଗିଛି । ନିକଟରେ ପଶ୍ଚିମବଙ୍ଗରେ ୫ ଟି ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟରେ ଏକ ଆବେଦନ କରାଯାଇଛି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର (West Bengal) ମମତା ବାନାର୍ଜୀ (Mamata Banerjee) ସରକାରଙ୍କ ଅସୁବିଧା ବଢିବାରେ ଲାଗିଛି । ନିକଟରେ ରାଜ୍ୟରେ ହୋଇଥିବା ୫ ଟି ଦୁଷ୍କର୍ମ ମାମଲାର ସିବିଆଇ (CBI) ତଦନ୍ତ ପାଇଁ କୋଲକାତା ହାଇକୋର୍ଟରେ (Calcutta High Court) ଏକ ଆବେଦନ କରାଯାଇଛି । ଏହି ଆବେଦନ ଶୁଣାଣି ବେଳେ କୋର୍ଟ କେସ୍ ଡାଏରୀ ଏବଂ ଷ୍ଟାଟସ୍ ରିପୋର୍ଟ ଦାବି କରିଛନ୍ତି । ଏହା ବ୍ୟତୀତ ସମସ୍ତ ମାମଲାରେ ପୀଡିତା ଏବଂ ସେମାନଙ୍କ ସାକ୍ଷୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୋଲିସ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଏପ୍ରିଲ ୨୬ ତାରିଖ ସ୍ଥିର କରିଛନ୍ତି ।

ଗତ କିଛି ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗରେ ଦୁଷ୍କର୍ମର ୫ ଟି ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ନାଦିୟା ରହିଛି, ଯେଉଁଥିରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଟିଏମସି ନେତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ ପାଇଛି । ଏହା ବ୍ୟତୀତ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଦୁଇଟି ଦୁଷ୍କର୍ମ ଘଟଣା ଘଟିଛି । ଗୋଟିଏ ଘଟଣା ପଶ୍ଚିମ ମେଦିନାପୁର ଜିଲ୍ଲାର ପିଙ୍ଗଲା ସହରର ହୋଇଥିବାବେଳେ ଅନ୍ୟ ଗୋଟିଏ ଘଟଣା ବିରଭୁମ୍ ଜିଲ୍ଲାରେ ଘଟିଛି । ଏହି ପ୍ରସଙ୍ଗରେ ହାଇକୋର୍ଟରେ ମହିଳା ଓକିଲଙ୍କ ଦ୍ୱାରା ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏହି ମାମଲାଗୁଡ଼ିକ ସିବିଆଇ ଦ୍ୱାରା କିମ୍ବା ପଶ୍ଚିମବଙ୍ଗ ବାହାରେ ଏକ ସ୍ୱାଧୀନ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉ ବୋଲି ଆବେଦନପତ୍ରରେ ଦାବି କରାଯାଇଥିଲା ।

ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ ରାଜାର୍ଶି ଭରଦ୍ୱାଜ ମଙ୍ଗଳବାର ଦିନ ଶୁଣାଣି ସମୟରେ କହିଛନ୍ତି ଯେ ଏହି ଘଟଣାରେ ପୀଡିତଙ୍କ ମଧ୍ୟରୁ ଅଧିକାଂଶ ନାବାଳକ । ସେ କହିଛନ୍ତି ଯେ ଏହି ମାମଲାଗୁଡ଼ିକରେ ଗମ୍ଭୀର ଅଭିଯୋଗ ହୋଇଛି ଏବଂ ପ୍ରଶାସନ ଏହି ମାମଲାଗୁଡ଼ିକ ଉପରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଉଚିତ୍ । ଏହା ବ୍ୟତୀତ ପରବର୍ତ୍ତୀ ଶୁଣାଣିରେ କେସ୍ ଡାଏରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯିବା ଉଚିତ୍ ।

 ଏହା ବି ପଢ଼ନ୍ତୁ: PM ମୋଦିଙ୍କ ନିକଟକୁ ଚିଠି ପଠାଇଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କ'ଣ ଲେଖିଛନ୍ତି