ଫୁଟୁଥିବା ପାଣି କଢ଼େଇରେ ହାତ ଯୋଡ଼ି ବସିଛନ୍ତି ଶିଶୁ, ଦେଖନ୍ତୁ ଭାଇରଲ ଭିଡ଼ିଓ
Advertisement

ଫୁଟୁଥିବା ପାଣି କଢ଼େଇରେ ହାତ ଯୋଡ଼ି ବସିଛନ୍ତି ଶିଶୁ, ଦେଖନ୍ତୁ ଭାଇରଲ ଭିଡ଼ିଓ

ସୋସିଆଲ ମିଡିଆରେ (Social Media) ଜଣେ ଶିଶୁର ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଭାଇରାଲ ହେଉଛି । ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ପିଲାଟି ଏକ ଫୁଟୁଥିବା ପାଣି କଢ଼େଇରେ ହାତଯୋଡ଼ି ବସିଛନ୍ତି ।

ଫୁଟୁଥିବା ପାଣି କଢ଼େଇରେ ହାତ ଯୋଡ଼ି ବସିଛନ୍ତି ଶିଶୁ, ଦେଖନ୍ତୁ ଭାଇରଲ ଭିଡ଼ିଓ

ନୂଆଦିଲ୍ଲୀ: ବେଳେବେଳେ ଏପରି କିଛି ଘଟଣା ଆମ ଚତୃପାର୍ଶ୍ଵରେ ଘଟେ, ଯାହା ଦେଖିବା କିମ୍ବା ଶୁଣିବାପରେ ଆମେ ଚକିତ ହେଇଯାଉ । ସମଗ୍ର ବିଶ୍ୱରେ ଅନ୍ଧବିଶ୍ୱାସର ଅଭାବ ନାହିଁ ଓ ଏହିପରି ଘଟଣା ସୋସିଆଲ ମିଡିଆରେ ପ୍ରାୟତଃ ଦେଖାଯାଏ । ବର୍ତ୍ତମାନ ଫୁଟୁଥିବା ପାଣି କଢ଼େଇରେ ବସିଥିବା ଜଣେ ନିରୀହ ଶିଶୁର ଭିଡିଓ (Shocking Video) ଟ୍ୱିଟରରେ ଜୋରଦାର ଭାବେ ଭାଇରାଲ ହେବାରେ ଲାଗିଛି ।

ହାତ ଯୋଡ଼ି ଏକ ପାଣି ଫୁଟୁଥିବା କଡ଼ାଇରେ ବସିଛନ୍ତି ଶିଶୁ
ସୋସିଆଲ ମିଡିଆ  (Social Media) ସାଇଟ୍ ଟ୍ୱିଟରରେ (Twitter) ଭାଇରାଲ୍ ହେଉଥିବା ଅନେକ ଭିଡିଓ ଅତ୍ୟନ୍ତ ଚକିତକର । ଏଗୁଡିକ ଦେଖିବା ମଧ୍ୟ ଆଶ୍ଚର୍ଯ୍ୟଜନକ ଓ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ମନରେ ଉଙ୍କିମାରେ । ସନ୍ଦୀପ ବିଷ୍ଟ ନାମକ ଜଣେ ଟ୍ୱିଟର ୟୁଜର ତାଙ୍କ ଆକାଉଣ୍ଟରେ ଏକ ଶିଶୁ ଭିଡିଓ (Shocking Video) ସେୟାର କରିଛନ୍ତି । ଏହି ଭିଡ଼ିଓରେ ଏକ ପାଣି ଫୁଟୁଥିବା କଢ଼େଇରେ ହାତଯୋଡ଼ି ଜଣେ ଶିଶୁ ବସିଛନ୍ତି । ସେ ହାତ ଯୋଡି କିଛି ମନ୍ତ୍ର ଜପ କରୁଥିବାର ନଜର ଆସୁଛି ।

ଭଡ଼ିଓ ଦେଖିବା ପାଇଁ ଏଠାରେ କିଲ୍କ କରନ୍ତୁ

ଲକ୍ଷ ଲକ୍ଷ ଲୋକ ଉଠାଇଛନ୍ତି ପ୍ରଶ୍ନ 
ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଏହି ଭାଇରାଲ ଭିଡିଓ ଦେଖି ସାରିଛନ୍ତି । କଢ଼େଇ ତଳେ ପ୍ରବଳ ନିଆଁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଛି ଲୋକ ଏହି ଭିଡିଓକୁ ନକଲି ବୋଲି କହୁଥିବାବାବେଳେ କେହି କେହି ଏହାକୁ ପୁରୁଣା ବୋଲି କହୁଛନ୍ତି । ସେ ଯାହା ହେଉନା କାହିଁକି, କିନ୍ତୁ ଭୟଙ୍କର ଫୁଟୁଥିବା ପାଣିରେ ପିଲାଟିକୁ ଏତେ ଶାନ୍ତ ଭାବରେ ବସିଥିବାର ଦେଖିବା ଅତ୍ୟନ୍ତ ଅଦ୍ଭୁତ ଅଟେ ।

ଅଧିକ ପଢ଼ନ୍ତୁ: Odisha Police: ୨୦୦ ରୁ ଅଧିକ କନଷ୍ଟେବଳ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ଜୀବନ୍ତ ଜାଳିଦେବ କି?
ଲୋକମାନେ ଏହି ଭିଡ଼ିଓ ଉପରେ କ୍ରମାଗତ ଭାବେ କମେଣ୍ଟ ଦେଉଛନ୍ତି । ଅନ୍ଧବିଶ୍ୱାସ ଭିଡିଓର ଫଳାଫଳ ବୋଲି ଅନେକ ଲୋକ ଅନୁଭବ କରନ୍ତି । ଏପର୍ଯ୍ୟନ୍ତ ୨୮୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି ଓ ୯୫୦୦ ରୁ ଅଧିକ ୟୁଜର୍ସ ଏହାକୁ ଲାଇକ କରିଛନ୍ତି । କିଛି ଲୋକ ଶିଶୁ ଭକ୍ତ ପ୍ରହ୍ଲାଦ ମଧ୍ୟ କହୁଛନ୍ତି ।