Shoib Malik Marriage: ତୃତୀୟ ବିବାହ କଲେ ଶୋଏବ ମଲ୍ଲିକ
Advertisement
Article Detail0/zeeodisha/odisha2068838

Shoib Malik Marriage: ତୃତୀୟ ବିବାହ କଲେ ଶୋଏବ ମଲ୍ଲିକ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କ ସହିତ ବିବାହ ବିଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ସମୟରେ ଶୋଏବ ଏହି ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଜଣାପଡ଼ିଛି। 

Shoib Malik Marriage: ତୃତୀୟ ବିବାହ କଲେ ଶୋଏବ ମଲ୍ଲିକ

Shoib Malik Marriage: ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କ ସହିତ ବିବାହ ବିଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ସମୟରେ ଶୋଏବ ଏହି ତୃତୀୟ ବିବାହ କରିଛନ୍ତି। ଶୋଏବ ପାକିସ୍ତାନ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଜଣାପଡ଼ିଛି। ଏନେଇ ଶୋଏବ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ସମୟର ଫଟୋକୁ ସେୟାର କରି ସମସ୍ତଙ୍କୁ ସୂଚନା ପ୍ରଦାନ କରିଛନ୍ତି। 

 

ସେପଟେ ଅଭିନେତ୍ରୀ ସନାଙ୍କର ଏହା ଦ୍ୱିତୀୟ ବିବାହ। ସନାଙ୍କର ମଧ୍ୟ ପୂର୍ବରୁ ବିବାହ ବିଚ୍ଛେଦ ହୋଇ ସାରିଛି। ସେ ୨୦୨୦ ମସିହାରେ ଉମର ଜୈୟସ୍ୱାଲଙ୍କୁ ବିବାହ କରିଥିଲେ। ଉଭୟ ମଧ୍ୟରେ ବୈବାହିକ ସମ୍ପର୍କ ଠିକ ନଥିବାରୁ ପରସ୍ପରଙ୍କୁ ଛାଡ଼ପତ୍ର ଦେଇଥିଲେ ସନା ଓ ଉମର। ପରେ ଉଭୟ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟର ବିବାହ ସମୟର ଫଟୋକୁ ଡିଲିଟ କରିଦେଇଥିବା ସୂଚନା ରହିଛି। 

ସାନିଆଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଶୋଏବ
ଶୋଏବ ଅଖତର ସାନିଆଙ୍କୁ ୨୦୧୦ ମସିହାରେ ଦ୍ୱିତୀୟ ବିବାହ କରିଥିଲେ। ସେହି ସମୟରେ ଆୟଶା ସିଦ୍ଦିକ ସାମ୍ନାକୁ ଆସି ସମସ୍ତଙ୍କୁ କହିଥିଲେ କି ସେ ହିଁ ଶୋଏବଙ୍କ ପ୍ରଥମ ପତ୍ନୀ। ବିନା ବିବାହ ବିଚ୍ଛେଦରେ ସେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। କିନ୍ତୁ ସେହି ସମୟରେ ଶୋଏବ ଆୟଶାଙ୍କ ସମସ୍ତ ଦାବି ମିଛ ବୋଲି ପ୍ରମାଣ କରିଥିଲେ। କିନ୍ତୁ ମାମଲା ଅଧିକ ବଢିବାରୁ ଆୟଶାଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ସାନିଆଙ୍କୁ ବିବାହ କରିଥିଲେ। 

ସାନିଆଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଦେଇଥିଲା ସଂକେତ
ବୁଧବାର ଦିନ ସାନିଆ ମିର୍ଜା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ତାଙ୍କର ଓ ଶୋଏବ ମଲ୍ଲିକଙ୍କ ଛାଡ଼ପତ୍ର ଚର୍ଚ୍ଚା ଜୋର ଧରିଥିଲା। ସାନିଆ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଥିଲେ କି ବିବାହ କଷ୍ଟକର ପ୍ରସଙ୍ଗ। ବିବାହ ବିଚ୍ଛେଦ ମଧ୍ୟ କଷ୍ଟ। ମୋଟାପଣ ହେବା ମଧ୍ୟ କଠିନ। ଫିଟ ରହିବା ମଧ୍ୟ କଠିନ। ଋଣ ମଧ୍ୟ ବୁଡ଼ିବା କଷ୍ଟକର ବ୍ୟାପାର। ଆର୍ଥିକ ସ୍ଥିତିରେ ଅନୁଶାସିତ ହେବା ମଧ୍ୟ କଷ୍ଟ। ଜୀବନ ମଧ୍ୟ ସହଜ ନୁହେଁ। ଏହା ସବୁବେଳେ କଷ୍ଟ ରହିବ। କିନ୍ତୁ ଆମେ ନିଜର ଜୀବନକୁ ସୁଧାର କରିବା ପାଇଁ ବାଛିବାକୁ ହେବ। ସାନିଆ ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ପୋଷ୍ଟ ସେୟାର କରିଛନ୍ତି।