ଷଡଯନ୍ତ୍ର; ଗିରଫ ସୁଟର ଦେଲା ଚାଞ୍ଚଲ୍ୟକର ବୟାନ
Advertisement
Article Detail0/zeeodisha/odisha833710

ଷଡଯନ୍ତ୍ର; ଗିରଫ ସୁଟର ଦେଲା ଚାଞ୍ଚଲ୍ୟକର ବୟାନ

ଗିରଫ ହୋଇଥିବା ସୁଟରର ପରିଚୟ ମିଳିସାରିଛି। ତା'ର ନାଁ ହେଉଛି ଯୋଗେଶ, ଘର ଉତ୍ତରାଖଣ୍ଡ, ପେସାରେ ସେ ଜଣେ ରୋଷେୟା।

ଷଡଯନ୍ତ୍ର; ଗିରଫ ସୁଟର ଦେଲା ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନକୁ ବିରୋଧି କରି ଦିଲ୍ଲୀ-ହରିଆଣା ସିଂଘୁ ବର୍ଡର ଠାରେ ଚାଲିଥିବା ଆନ୍ଦୋଳନସ୍ଥଳୀରୁ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ସମ୍ପୃକ୍ତ ଯୁବକ ଜଣକ ଜଣେ ସୁଟର। ପୋଲିସ ତା' ନିକଟରୁ ଏକ ବନ୍ଧୁକ ଜବତ କରିଛି। 

ଏହି ମାସ୍କ ପିନ୍ଧାଧାରୀ ସୁଟର ଜଣକ ସିଂଘୁ ବର୍ଡର ଠାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଭାଗ ନେଇଥିବା କୃଷକ ନେତାଙ୍କ ଉପସ୍ଥିତି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲା। ଏନେଇ ଭାଇରାଲ ହୋଇଥିବା  ଭିଡିଓରେ ସେ କହିଥିଲା ତାକୁ ସେମାନଙ୍କ ପକ୍ଷରୁ ଦିଆଯାଇଥିବା ଏକ କାଗଜ ପଢିବାକୁ କୁହାଯାଇଥିଲା। ଏହି ଭିଡିଓକୁ ପୋଲିସ ସ୍ୱୀକାର କରିନାହିଁ। 

ସମ୍ପୃକ୍ତ ସୁଟର ଜଣକ କୃଷକ ନେତାଙ୍କ ଉପରେ ଗୁଳି ଚଳାଇବା ଏବଂ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ ବ୍ୟାଘାତ ସୃଷ୍ଟି କରିବାର ଷଡଯନ୍ତ୍ର କରିଥିଲା କୃଷକଙ୍କ ପକ୍ଷରୁ କୁହାଯାଉଛି। ଗିରଫ ହୋଇଥିବା ସୁଟରର ପରିଚୟ ମିଳିସାରିଛି। ତା'ର ନାଁ ହେଉଛି ଯୋଗେଶ, ଘର ଉତ୍ତରାଖଣ୍ଡ, ପେସାରେ ସେ ଜଣେ ରୋଷେୟା।    

 

Also Read: ଷଡ଼ଯନ୍ତ୍ର: ଚାଷୀଙ୍କୁ ଗୁଳି କରିବାକୁ ଆନ୍ଦୋଳନରେ ସୁଟର, ଜଣେ ଗିରଫ

 

ପାନିପତରୁ ସେ ଦିଲ୍ଲୀ ଯିବା ବେଳେ ସେ ଧରାପଡିଥିଲା। ଆନ୍ଦୋଳନରତ କୃଷକ ତାକୁ ମାଡ ମାରିଥିଲେ। ଆନ୍ଦୋଳନରତ କୃଷକ ତାକୁ ଯାହା କହିବା କହିଥିଲେ, ସେ ତାକୁ କହିବା ପାଇଁ ବାଧ୍ୟ ହୋଇଥିଲା। ଧରାପଡିଥିବା ଯୋଗେଶ କହିଛି ସେ କୌଣସି ଅପରାଧରେ ଜଡିତ ନାହିଁ କିମ୍ବା କୌଣସି ଉଗ୍ରବାଦୀଙ୍କ ଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରିନାହିଁ।

ପୂର୍ବରୁ ଧରାପଡିଥିବା ସୁଟର ଦିଲ୍ଲୀ ପୋଲିସ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି କହିଛି ସିଂଘୁ ବର୍ଡର ଠାରେ ଚାଲିଥିବା ଆନ୍ଦୋଳନରେ ଥିବା କିଛି ପ୍ରମୁଖ ଚାଷୀ ନେତା ଆସନ୍ତା ୨୬ ତାରିଖରେ ମଞ୍ଚ ଉପରେ ବସିଥିବା ବେଳେ ସେମାନଙ୍କୁ ଗୁଳି କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା। 

fallback

ଏହି ଗିରଫ ଯୁବକଙ୍କ କହିବା ମୁତାବକ ସେ ଆସନ୍ତା ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିର ମାହୋଲକୁ ଖରାପ କରିବା ପାଇଁ ତାକୁ କୁହାଯାଇଥିଲା। ରାଲି ସମୟରେ ଗୁଳି ଚଳାଇ ପରିସ୍ଥିତି ଉତ୍ତେଜନପୂର୍ଣ୍ଣ କରିବାକୁ ତାକୁ କୁହାଯାଇଥିଲା। ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ କୃଷକଙ୍କ ଉପରକୁ ଗୁଳି କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା। କିଛି ମହିଳା ମଧ୍ୟ ମୋ ସହିତ ସାମିଲ ରହିଥିଲେ। ସେମାନେ ଲୋକଙ୍କୁ କେବଳ ଉସୁକାଇବା ଭଳି କାର୍ଯ୍ୟ କରିଥାନ୍ତେ। ଏହା ପୂର୍ବରୁ ଉକ୍ତ ମହିଳା ଜାଟ ଆନ୍ଦୋଳନରେ ସମ୍ପୃକ୍ତ ଲୋକଙ୍କୁ ଉସୁକାଇଥିଲେ।  

Also Read: କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କଠୁ ଅଧିକ ପ୍ରଭାବୀ ବିରୋଧି!

ଗିରଫ ଯୁବକ ପ୍ରକାଶ କରିଛି କୃଷି ଆଇନକୁ ବିରୋଧ କରୁଥିବା କୃଷକ ଅସ୍ତ୍ରଶସ୍ତ୍ର ନେଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି। ଗିରଫ ସୁଟର ପକ୍ଷରୁ କୁହାଯାଇଛି ଜାନୁଆରୀ ୨୬ ତାରିଖରେ ଯେତେବେଳେ ଚାରି ଜଣ କୃଷକ ନେତା ମଞ୍ଚ ଉପରେ ବସିଥାନ୍ତେ ସେତେବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ତାକୁ ସେହି ଚାରି ଜଣଙ୍କ ଫଟୋ ମଧ୍ୟ ଦିଆଯାଇଥିଲା। 

fallback

ଗତ ୧୯ ତାରିଖରୁ ସେ  ସିଂଘୁ ବର୍ଡର ଠାରେ ଅଛି। ଚଳିତ ମାସ ୨୬ ତାରିଖରେ ଯେତେବେଳେ ଆନ୍ଦୋଳନରତ କୃଷକ ଏକ ଟ୍ରାକ୍ଟର ରାଲି କରିବେ ସେତେବେଳେ ସେ ଚାଷୀଙ୍କ ସହ ଆଲୋଚନା କରିବେ। ଯଦି ବିକ୍ଷୋଭକାରୀ ପ୍ୟାରେଡ୍ ସହିତ ବାହାରକୁ ଯାଇଥିଲେ, ତାହେଲେ ସେମାନଙ୍କୁ ନିଆଁ ଲଗାଇବାକୁ କୁହାଯାଇଥିଲା।।