Police Action After Old Video : ଆଇଏଏସ୍ ପୂଜା ଖେଡକରଙ୍କ ମାଙ୍କୁ ନୋଟିସ୍ : 10 ଦିନ ମଧ୍ୟରେ ଉତ୍ତର ଦିଅ
Advertisement
Article Detail0/zeeodisha/odisha2335804

Police Action After Old Video : ଆଇଏଏସ୍ ପୂଜା ଖେଡକରଙ୍କ ମାଙ୍କୁ ନୋଟିସ୍ : 10 ଦିନ ମଧ୍ୟରେ ଉତ୍ତର ଦିଅ

Police Action After Old Video Of IAS Puja Khedkar's Mother: ଦିନକୁ ଦିନ ବଢିବାରେ ଲାଗିଛି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାର ଅଡ଼ୁଆ । ପୂଜାଙ୍କ ମା, ବାପାଙ୍କ ନାମରେ ମଧ୍ୟ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି ।

pune police

pune police Notice Sent to Puja Khedkar's Mother : ଦିନକୁ ଦିନ ବଢିବାରେ ଲାଗିଛି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାର ଅଡ଼ୁଆ । ଜବତ ହୋଇଛି ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ଅଡି କାର । ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୁନେ ଟ୍ରାଫିକ୍‌ ପୋଲିସ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି । ଜବତ ଅଡି କାରକୁ ପୋଲିସ୍‌ ଥାନାକୁ ନେଇଯାଇଛି ।

 ଅନ୍ୟପଟେ ପୂଜାଙ୍କ ମା, ବାପାଙ୍କ ନାମରେ ମଧ୍ୟ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୂଜା ଖେଡକରଙ୍କ ମାତା ମନୋରାମା ଖେଡକରଙ୍କୁ ନୋଟିସ ଜାରି କରିଛନ୍ତି ପୁନେ ପୋଲିସ କମିଶନର। ନୋଟିସରେ ତାଙ୍କୁ ୧୦ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଉପସ୍ଥାପନ କରିବାକୁ କୁହାଯାଇଛି। ଯଦି ସେ ଏହା କରିବାରେ ଅସମର୍ଥ ତେବେ ତାଙ୍କ ବନ୍ଧୁକ ଲାଇସେନ୍ସ ବାତିଲ କରାଯିବ।

ପ୍ରକାଶ ଥାଉଯେ, ନିକଟରେ ଆଇଏଏସ୍ ପୂଜା ଖେଡକରଙ୍କ ମାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ପୂଜା ଖେଡକରଙ୍କ ମାତା ମନୋରାମା ଦେବୀ ଚାଷୀଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ପିସ୍ତଲ ହଲାଉଥିବାର ନଜର ଆସିଥିଲେ। ଭାଇରାଲ ହୋଇଥିବା ଭିଡିଓରେ ପୂଜା ଖେଡକରଙ୍କ ହାତରେ ପିସ୍ତଲ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ପୂଜାଙ୍କ ମା ସହିତ କିଛି ବଡି ଗାର୍ଡ ମଧ୍ୟ ରହିଥିଲେ।ତେବେ ସୂଚନା ଅନୁଯାୟୀ ଏହି ଭିଡିଓ ପୁନେ ଜିଲ୍ଲାର ମୁଲସି ତାଲୁକା ଅଞ୍ଚଳର ଅଟେ।

ବିଶେଷ କଥା ହେଉଛି ପୂଜା ଖେଡକରଙ୍କ ମା ତାଙ୍କ ଜମି ନିକଟରେ ଥିବା ଅନ୍ୟ ଚାଷୀଙ୍କ ଜମି ଦଖଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଯେତେବେଳେ କୃଷକମାନେ ଏହାକୁ ବିରୋଧ କରିଥିଲେ ସେତେବେଳେ ପୂଜା ଖେଡକରଙ୍କ ମା ବାଉନ୍ସର୍ ସହିତ ଭୂମିରେ ପହଞ୍ଚି ଚାଷୀଙ୍କୁ ଧମକ ଦେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କ ହାତରେ ପିସ୍ତଲ ଥିଲା। ଯେତେବେଳେ ଏହି ଘଟଣା ସମ୍ପର୍କରେ କୃଷକମାନେ ପୋଲିସକୁ ସୂଚନା ଦେଇଥିଲେ ସେତେବେଳେ ପୋଲିସ ଅଭିଯୋଗ ନେଇଥିଲା କିନ୍ତୁ କୌଣସି ପଦକ୍ଷେପ ନେଇ ନଥିଲା।