ଭାରତ ବର୍ତ୍ତମାନ ମାରାତ୍ମକ କୋରୋନା (Coronavirus) ର ଦ୍ୱିତୀୟ ଲହର ସହ ଲଢୁଛି। ପ୍ରତିଦିନ ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ସାଂପ୍ରତି ଭାରତର ସଂକ୍ରମଣ ସ୍ଥିତି ସମଗ୍ର ବିଶ୍ୱରେ ସବୁଠାରୁ ଚିନ୍ତାଜନକ। ସେପଟେ ଟିକା ଯୋଗାଣ (Vaccine Supply) କୁ ନେଇ ପ୍ରଶ୍ନ ଉଠୁଛି।
Trending Photos
ନୂଆଦିଲ୍ଲୀ: ଦେଶରେ ଲଗାତାର କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଟିକା ଅଭବରୁ ଦେଶବ୍ୟାପୀ ଟିକକରଣ ପ୍ରଭାବିତ ହେଉଛି। ଇତି ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ମୁଖ୍ୟ ଆଦର ପୁନାୱାଲା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଆସନ୍ତା ୪ ମାସ ପର୍ଯ୍ୟନ୍ତ ଦେଶରେ ଟିକା ଅଭାବ ରହିବ ବୋଲି ସେ କହିଛନ୍ତି।
ଭାରତ ବର୍ତ୍ତମାନ ମାରାତ୍ମକ କୋରୋନା (Coronavirus) ର ଦ୍ୱିତୀୟ ଲହର ସହ ଲଢୁଛି। ପ୍ରତିଦିନ ୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ସାଂପ୍ରତି ଭାରତର ସଂକ୍ରମଣ ସ୍ଥିତି ସମଗ୍ର ବିଶ୍ୱରେ ସବୁଠାରୁ ଚିନ୍ତାଜନକ। ସେପଟେ ଟିକା ଯୋଗାଣ (Vaccine Supply) କୁ ନେଇ ପ୍ରଶ୍ନ ଉଠୁଛି। ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ମୁଖ୍ୟ ଆଦର ପୁନାୱାଲା କହିଛନ୍ତି ଯେ, ଜୁଲାଇରେ କୋରୋନା ଟିକା ଉତ୍ପାଦନ ବୃଦ୍ଧି ପାଇବ।
Also Read: କେବେ ପୁନେ ଫେରିବେ ଆଦର ପୁନାୱାଲା?
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, SII ମୁଖ୍ୟ (Adar Poonawalla) ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷ ଜୁଲାଇରେ କୋରୋନା ଟିକା ଉତ୍ପାଦନ (Corona vaccine) କ୍ଷମତା ବୃଦ୍ଧି ପାଇବ। ମାସକୁ ୭୦ ନିୟୁତ ଡୋଜରୁ ପ୍ରାୟ ୧୦୦ ନିୟୁତ ଡୋଜ ଉତ୍ପାଦନ ହେବ। ଦ୍ୱିତୀୟ ଲହର ଏତେ ସାଂଘାତିକ ଏବଂ ଶୀଘ୍ର ସଂକ୍ରମଣ ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ଆଶା କରିନଥିଲେ। SII ନିକଟରେ ଏତେ ସଂଖ୍ୟକ ଅର୍ଡର ନଥିବା ବେଳେ ବର୍ଷକୁ ୧୦ କୋଟି କୋରୋନା ଟିକା ଉତ୍ପାଦନ ନେଇ କମ୍ପାନୀ ଆକଳନ କରିନଥିବା ବୋଲି ଆଦର ପୁନାୱାଲା କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ଦେଶରେ ୩୬୮୧୪୭ କୋରୋନା ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪୧୭ ଜଣଙ୍କ ଦେହାନ୍ତ ହୋଇଛି। ଏହା ସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ନିକଟତର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୮ ହଜାର ଟପିଛି।