ରାଜଧାନୀରେ ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍
Advertisement

ରାଜଧାନୀରେ ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ପରିବର୍ତ୍ତନ ଘଟିନାହିଁ । ଗତକାଲି ଦେଶରେ ରୁପା ମୂଲ୍ୟରେ ୧,୭୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ଆଜି କୌଣସି ପରିବର୍ତ୍ତନ ଘଟିନାହିଁ । 

ରାଜଧାନୀରେ ପୁଣି ଖସିଲା ରୁପା ଦର, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: ଆଜି ସୁନା ମୂଲ୍ୟ (Gold Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ବୈଶ୍ୱିକ ବଜାରରେ ଆଜି ମୂଲ୍ୟବାନ ଧାତୁ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଶନିବାର ସୁନା ମୂଲ୍ୟରେ ୧,୩୬୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଆଜି (ରବିବାର) ଦେଶରେ ୨୪  କ୍ୟାରେଟ ୧୦ ଗ୍ରାମ ସୁନା ଦର (Gold Price) ରେ ୧୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୭୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୯,୪୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୮,୪୭୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ଏହାର ମୂଲ୍ୟ ୪୮,୪୬୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ପରିବର୍ତ୍ତନ ଘଟିନାହିଁ । ଗତକାଲି ଦେଶରେ ରୁପା ମୂଲ୍ୟରେ ୧,୭୦୦ ଟଙ୍କାର ହ୍ରାସ ଘଟିଥିବା ବେଳେ ଆଜି କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କା ରହିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୯୦ ଟଙ୍କା ରହିଛି । ଯାହା ଗତକାଲି ୬,୩୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Rate) ରେ ମଧ୍ୟ ବୃଦ୍ଧି ଘଟିଛି । ଶନିବାର ଭୁବନେଶ୍ୱରରେ ସୁନା ଦରରେ ୧,୩୫୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପକ୍ଷେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୫୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୧୦ ଗ୍ରାମ ସୁନା ମୂଲ୍ୟ ୫୦,୫୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୩୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୪୬,୩୦୦ ଟଙ୍କା ରହିଥିଲା ।

ଅଧିକ ପଢ଼ନ୍ତୁ:-ମଧ୍ୟ ପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ୩୫ ଜଣ ବିଧାୟକ'

ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଗତକାଲି ରୁପା ମୂଲ୍ୟରେ ୫୫୦୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ରୁପା ମୂଲ୍ୟରେ ୫,୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୯୦ ଟଙ୍କା ରହିଛି । ଯାହା ଗତକାଲି ୬,୯୦୦ ଟଙ୍କା ଥିଲା ।