ସୁନା-ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement
Article Detail0/zeeodisha/odisha1075580

ସୁନା-ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

 ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ବୃଦ୍ଧି ରେକର୍ଡ କରାଯାଇଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଥିବାବେଳେ ବୁଧବାର ରୁପା ଦରରେ ୧୫୦୦ ଟଙ୍କାର ବୃଦ୍ଧି ଘଟିଛି ।

ସୁନା-ରୁପା ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: Gold-Silver Rate: ସୁନା ଓ ରୁପା ଅଳଙ୍କାର କ୍ରେତାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଏହି ବାଣିଜ୍ୟ ସପ୍ତାହର ତୃତୀୟ ଦିନ ଅର୍ଥାତ ବୁଧବାର ( ଜାନୁଆରୀ ୧୯) ସୁନା ଓ ରୁପା (Gold-Silver Price) ମୂଲ୍ୟରେ ବୃଦ୍ଧି ଘଟିଛି ।  ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ମଙ୍ଗଳବାର ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ବୁଧବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୧୬୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୯,୦୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୭୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୧୬୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୭,୦୯୦  ଟଙ୍କା ଥିଲା ।
 
ସେହିପରି ବୁଧବାର ଦେଶରେ ରୁପା ମୂଲ୍ୟ (Silver Price) ବୃଦ୍ଧି ରେକର୍ଡ କରାଯାଇଛି । ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଥିବାବେଳେ ବୁଧବାର ରୁପା ଦରରେ ୧୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୨୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୬,୧୭୦ ଟଙ୍କା ଥିଲା ।

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ମଙ୍ଗଳବାର ଭୁବନେଶ୍ୱରରେ ସୁନା ଦରରେ ୩୬୦ ଟଙ୍କାର ବୃଦ୍ଧି ଘଟି ଥିଲା । ସେପଟେ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ସ୍ଥିର ରହିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୯,୪୪୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୪୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନାରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୦୦୦ ଟଙ୍କା ରହିଛି । ଯାହା ମଙ୍ଗଳବାର ଏହାର ମୂଲ୍ୟ ୪୫,୦୦୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲା ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

ଏହା ବି ପଢ଼ନ୍ତୁ:-ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଏହା ବି ପଢ଼ନ୍ତୁ:-କୁହୁଡି ଆଉ ୨୪ ଘଣ୍ଟା, ପୁଣି ଆସୁଛି ବର୍ଷା!

ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ମଙ୍ଗଳବାର ରାଜଧାନୀରେ ରୁପା ମୂଲ୍ୟରେ ୩୦୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ବୁଧବାର ରୁପା ଦରରେ ୧୫୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୩୨୦ ଟଙ୍କା ରହିଛି । ଯାହା ମଙ୍ଗଳବାର ୬,୧୭୦ ଟଙ୍କା ଥିଲା ।