କ୍ଲୋନ ଟ୍ରେନର ଅର୍ଥ ହେଉଛି ଗୋଟିଏ ନାଁ ଓ ନମ୍ବରର ଦୁଇଟି ଟ୍ରେନ, ଆଗ ପଛ ହୋଇ କିଛି ସମୟର ବ୍ୟବଧାନ ଯାତ୍ରା କରିବ ।
Trending Photos
ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀଙ୍କ ଅଭିଯୋଗ ଥାଏ ଯେ କନଫର୍ମ ଟିକେଟ (Confirm Ticket) କୋଉ ମିଳୁଛି? ଏହି ସମସ୍ୟା ଦୂର କରିବାକୁ ସେପ୍ଟେମ୍ବର ୨୧ ତାରିଖ ସୋମବାର ଠାରୁ ୱେଟିଂ ଲିଷ୍ଟ ଟିକେଟ (Waiting List Ticket) ସମସ୍ୟା ଦୂର କରିବାକୁ ଭାରତୀୟ ରେଳବାଇ (Indian Railway) ପକ୍ଷରୁ 'କ୍ଲୋନ ଟ୍ରେନ' (Clone Train) ଚଳାଯିବାର ବ୍ୟବସ୍ଥା କରାଯାଇଥିଲା ।
ଏପରି ଟ୍ରେନର ଅର୍ଥ ହେଉଛି ଗୋଟିଏ ନାଁ ଓ ନମ୍ବରର ଦୁଇଟି ଟ୍ରେନ, ଆଗ ପଛ ହୋଇ କିଛି ସମୟର ବ୍ୟବଧାନ ଯାତ୍ରା କରିବ । ଏହି ଟ୍ରେନରେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏବେ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଗତ ରବିବାର ଏହି ଟ୍ରେନରେ ଯାତ୍ରା କରିବା ଲାଗି ଟିକେଟ କାଟିବା ବେଳେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation-IRCTC) ୱେବସାଇଟ (Website) ରେ ସମସ୍ୟା ଦେଖାଯାଇଛି । ଯାହା ଫଳରେ ଦିଲ୍ଲୀ-ସହରସା, ଦିଲ୍ଲୀ-ରାଜଗିରି, ଦିଲ୍ଲୀ-ଦରଭଙ୍ଗା, ଦିଲ୍ଲୀ-ମୁଜ୍ଜାଫରପୁର ମଧ୍ୟରେ ଚଲାଚଳ କରିବାକୁ ଥିବା ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ଅସୁବିଧାରେ ପଡିପାରନ୍ତି ।
ରେଳବାଇ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ସେପ୍ଟମ୍ବର ୨୧ ତାରିଖରୁ ୨୦ ଯୋଡା କ୍ଲୋନ ଟ୍ରେନ ଚଳାଚଳ କରିବ । ଏଠାରେ ଏହା କୁହାଯାଇ ନଥିଲା ଯେ ସମସ୍ତ ଟ୍ରେନ୍ ସେପ୍ଟେମ୍ବର ୨୧ରୁ ଚାଲିବ ନାହିଁ । ପ୍ରଥମ ଦିନରେ ସମସ୍ତ କ୍ଲୋନ୍ ଟ୍ରେନ୍ ସେମାନଙ୍କର ପ୍ରାରମ୍ଭିକ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ ।
ଅର୍ଥାତ ଦିଲ୍ଲୀ-ସହରସା ମଧ୍ୟରେ ଚାଲୁଥିବା ଟ୍ରେନ୍ ସହରସା ଠାରୁ ଯାତ୍ରା ଆରମ୍ଭ କରିବ । ଏହା ୨୧ ସେପ୍ଟେମ୍ବରରେ ସହାରସାରୁ ଛାଡି ୨୨ ସେପ୍ଟେମ୍ବରରେ ଦିଲ୍ଲୀରେ ପହଞ୍ଚିବ । ଏହା ପରେ ୨୨ ସେପ୍ଟେମ୍ବରରୁ ଦିଲ୍ଲୀରୁ ବାହାରି ସହରସା ଅଭିମୁଖେ ଯାତ୍ରା କରିବ ଏହି ଟ୍ରେନ । ବାକି ଟ୍ରେନ୍ ପାଇଁ ମଧ୍ୟ ଏହି ସମାନ ନିୟମ ଲାଗୁ ହେବ । ବର୍ତ୍ତମାନ କ୍ଲୋନ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହେବ, କେବଳ ତାହା ୨୧ ସେପ୍ଟେମ୍ବର ସମୟ ସାରଣୀରେ ଦେଖାଯିବ ।
ରେଳବାଇ ଦ୍ୱାରା ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସାର୍ବଜନୀନ ନହେବା କାରଣରୁ ଲୋକଙ୍କୁ ଲାଗୁ ଥିଲା ଯେ ପ୍ରତ୍ୟେକ ଟ୍ରେନ୍ ୨୧ ସେପ୍ଟେମ୍ବରରୁ ଚାଲିବ । ଏଭଳି ପରିସ୍ଥିତିରେ ସେମାନେ କ୍ରମାଗତ ଭାବେ ଟିକେଟ୍ ବୁକିଂ କରିବା ପରେ ସମସ୍ୟାର ସାମ୍ନା କରୁଛନ୍ତି । ଦେଶର ସବୁଠାରୁ ବ୍ୟସ୍ତବହୁଳ ମାର୍ଗରେ ମୁଖ୍ୟ ରେଳ ଷ୍ଟେସନ ଛାଡିବାର ଏକ ଘଣ୍ଟା ମଧ୍ୟରେ ଭାରତୀୟ ରେଳ ଏକ କ୍ଲୋନ ଟ୍ରେନ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନର ମାର୍ଗ ସମାନ ହେବ, ହେଲେ ଏହା କମ୍ ରହଣୀସ୍ଥଳରେ ଅଟକିବ । ଏହାର ଗତି ମୁଖ୍ୟ ଟ୍ରେନ୍ ଠାରୁ ଅଧିକ ହେବ । ଏହା ସହିତ ମୁଖ୍ୟ ଟ୍ରେନ୍ ସମୟରେ ଏହା ଶେଷ ଷ୍ଟେସନରେ ପହଞ୍ଚିବ । ଏହାର ଭଡା ହମସଫର (Humsafar) ଏବଂ ଜନଶତାବ୍ଦୀ (Jan Shatabdi) ଟ୍ରେନ୍ ସହିତ ସମାନ ହେବ।