ନ୍ୟାସନାଲ ହେରାଲ୍ଡ ମାମଲା: ବଢ଼ିଲା ସୋନିଆ-ରାହୁଲଙ୍କ ସମସ୍ୟା, ED ଜାରି କଲା ସମନ
Advertisement
Article Detail0/zeeodisha/odisha1204379

ନ୍ୟାସନାଲ ହେରାଲ୍ଡ ମାମଲା: ବଢ଼ିଲା ସୋନିଆ-ରାହୁଲଙ୍କ ସମସ୍ୟା, ED ଜାରି କଲା ସମନ

ED summon Sonia-Rahul Gandhi: ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତଥା ପୂର୍ବତନ ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଛି ।

ସାଙ୍କେତିକ ଫଟୋ

ED summon Sonia-Rahul Gandhi: ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi) ଏବଂ ପୂର୍ବତନ ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କୁ (Rahul Gandhi) ସମନ ପଠାଇଛି । ଇଡି ସମନ ପଠାଇବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

କଂଗ୍ରେସ ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ନ୍ୟାସନାଲ ହେରାଲ୍ଡ ମାମଲାରେ ଷଡଯନ୍ତ୍ରର ଏକ ଅଂଶ ଭାବରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ନୋଟିସ ପଠାଇଛି । କିନ୍ତୁ ଆମେ 'ଭୟଭୀତ ହେବୁ ନାହିଁ, ନଇଁବୁ ନାହିଁ… .. ଆମ ଲଢ଼ିବୁ ।'

ଏଥି ସହ କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ ଅଭିଷେକ ମନୁ ସିଂଭି ଅଭିଯୋଗ କରିଛନ୍ତି ଯେ ଏହା ପୂର୍ବରୁ ଇଡି ଏହି ମାମଲା ବନ୍ଦ କରିଦେଇଥିଲା । ସେ କହିଛନ୍ତି ଯେ ରାଜନୈତିକ ବିରୋଧୀଙ୍କୁ ଭୟଭୀତ କରିବା ପାଇଁ ବିଜେପି ଏଜେନ୍ସିକୁ କାଠ କଣ୍ଡେଇ ପରି ବ୍ୟବହାର କରୁଛି ।'

ପୱନ ବନସଲଙ୍କୁ ମଧ୍ୟ ହୋଇଥିଲା ପଚରାଉଚୁରା
ଏହାପୂର୍ବରୁ ଏପ୍ରିଲ ୧୨ ରେ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପୱନ ବନସଲଙ୍କୁ ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରିଥିଲା । ଏହି ସମୟରେ ତାଙ୍କୁ ଆର୍ଥିକ କାରବାର ସମେତ ଅନେକ ଦିଗ ଉପରେ ପଚରାଉଚରା କରାଯାଇଥିଲା ।

ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଏହି ନେତାମାନଙ୍କ ଉପରେ ମଧ୍ୟ ଅଭିଯୋଗ ରହିଛି 
ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସ୍ୱର୍ଗତ ନେତା ମୋତିଲାଲ ଭୋରା, ସାମ୍ବାଦିକ ସୁମନ ଦୁବେ ଏବଂ ଟେକ୍ନୋକ୍ରାଟ ସାମ ପିଟ୍ରୋଡାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ୟଙ୍ଗ ଇଣ୍ଡିଆ ଲିମିଟେଡ ଜରିଆରେ ବେଆଇନ ଭାବେ ସମ୍ପତ୍ତି ଅଧିଗ୍ରହଣ କରାଯାଇଛି ଏବଂ କଂଗ୍ରେସ ନେତାମାନେ ୨,୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହଡ଼ପ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ମାମଲାର ତଦନ୍ତ ୨୦୧୪ ରେ ଇଡି ଦ୍ୱାରା ଆରମ୍ଭ ହୋଇଥିଲା । କଂଗ୍ରେସ ଏହି ପ୍ରସଙ୍ଗରେ କହିଛି ଯେ ୟଙ୍ଗ ଇଣ୍ଡିଆ ଲିମିଟେଡର ଉଦ୍ଦେଶ୍ୟ ଲାଭ ପାଇବା ନୁହେଁ ବରଂ ଏହା ଦାନ ପାଇଁ ଗଠନ କରାଯାଇଛି ।

ଏହା ବି ପଢ଼ନ୍ତୁ: ଆଗକୁ ଭୟଙ୍କର ହେବ ଯୁଦ୍ଧ! ଋଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଏହି କ୍ଷେପଣାସ୍ତ୍ର ପଠାଇବା ଆମେରିକା

ଏହା ବି ପଢ଼ନ୍ତୁ: KK Last Video: କନସର୍ଟ ସମୟରେ କହିଥିଲେ... 'ହାଏ, ମେ ମରାଯାଉଁ ୟହିଁ ପର'