ୟୁପି ଏବଂ ଏମପିରେ ପହଞ୍ଚିଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
Advertisement
Article Detail0/zeeodisha/odisha697386

ୟୁପି ଏବଂ ଏମପିରେ ପହଞ୍ଚିଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ୟୁପି ଏବଂ ଏମପିରେ ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚି ଥିବା ନେଇ ସ୍ପଷ୍ଟ କରିଛି ଆଇଏମଡି |   

 

ୟୁପି ଏବଂ ଏମପିରେ ପହଞ୍ଚିଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ(ୟୁପି) ଏବଂ ମଧ୍ୟ ପ୍ରଦେଶ(ଏମପି) ଆଦି ରାଜ୍ୟର ଅଧିକାଂଶ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚି ଥିବା ନେଇ ଜୁନ ୧୬ ତାରିଖ ମଙ୍ଗଳବାର ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(Indian Metrological Department-IMD) |     

ଏନେଇ ଆଇଏମଡି ପକ୍ଷରୁ କୁହାଯାଇଛି ମଧ୍ୟ ପ୍ରଦେଶର ପୂର୍ବ-ପଶ୍ଚିମ ଭାଗ ଏବଂ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିସାରିଛି | ଏହା ସହିତ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ପଶ୍ଚିମ ମଧ୍ୟପ୍ରଦେଶର କେତେକ ଅଂଶ, ପୂର୍ବ ମଧ୍ୟପ୍ରଦେଶର ଅଧିକାଂଶ  ଭାଗ ଏବଂ ଉତ୍ତର ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ମୌସୁମୀ ପହଞ୍ଚି ସାରିଛି |
 
ଗୁଜୁରାଟର କାଣ୍ଡଲା, ଅହମ୍ମଦାବାଦ, ମଧ୍ୟ ପ୍ରଦେଶର ଇନ୍ଦୋର, ରାୟସେନ, ଖଜୁରାହୋ, ଉତ୍ତର ପ୍ରଦେଶର ଫତେପୁର ଏବଂ ବହରାଇଚରେ ମୌସୁମୀର ଉପସ୍ଥିତି ନେଇ ସ୍ପଷ୍ଟ କରିଛି ଆଇଏମଡି | ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନ ଠାରୁ ୩.୬ କିଲୋମିଟର ଉଚ୍ଚରେ ବ୍ୟାପିଛି | 

ଅନ୍ୟପଟେ ଉତ୍ତର ପଶ୍ଚିମ ରାଜସ୍ଥାନରୁ ପୂର୍ବ ଉତ୍ତରପ୍ରଦେଶ, ଦକ୍ଷିଣ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନରୁ ୦.୯ କିମି ଉଚ୍ଚତାରେ ରହିଛି | ଏହାର ପ୍ରଭାବରେ ଆସନ୍ତା ୨ଦିନ ମଧ୍ୟରେ କୋଙ୍କଣ, ଗୋଆ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବ ଭାରତରେ ୧୭-୧୯ ଜୁନ ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହା ସହିତ ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ ସିକ୍କିମ, ଆସାମ,ମେଘାଳୟ, ତ୍ରିପୁରା, ମିଜୋରାମ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବାର ଅଛି | ଆଗାମୀ ୩ ଦିନରେ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି |