ଅଖିଳେଶ ଯାଦବଙ୍କ ବଡ ଘୋଷଣା: ବଡ ନୁହେଁ ଛୋଟ ଦଳ ସହ ମେଣ୍ଟ କରିବ ସପା
Advertisement
Article Detail0/zeeodisha/odisha786183

ଅଖିଳେଶ ଯାଦବଙ୍କ ବଡ ଘୋଷଣା: ବଡ ନୁହେଁ ଛୋଟ ଦଳ ସହ ମେଣ୍ଟ କରିବ ସପା

ସମାଜବାଦୀ ପାର୍ଟିକୁ ଶିକ୍ଷା ଦେଇଗଲା ବିହାର ନିର୍ବାଚନ ଫଳାଫଳ। ଏବେ ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ପାଇଁ ରଣନୀତି ବଦଳାଇଲେ ଅଖିଲେଶ ଯାଦବ। 

ଫାଇଲ ଫଟୋ

ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବଦଳିଲା ସାମାଜବାଦୀ ପାର୍ଟିର ରଣନୀତି। ଏନେଇ ଶନିବାର ସପା ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଗକୁ ସପା ଆଉ କୌଣସି ପ୍ରମୁଖ ଦଳ ସହ ମେଣ୍ଟ କରିବେ ନାହିଁ। ବଂର ଛୋଟ ଦଳଙ୍କୁ ସାଥିରେ ନେଇ ନିର୍ବାଚନ ଲଢିବ।

ଦୀପାବଳୀ ଅବସରରେ ଅଖିଳେଶ ଯାଦବ କହିଛନ୍ତି, "ସମାଜବାଦୀ ପାର୍ଟି ଛୋଟ ରାଜନୈତିକ ଦଳଗୁଡ଼ିକ ସହିତ ବୁଝାମଣା ପାଇଁ ଚେଷ୍ଟା କରିବ। କିନ୍ତୁ ବଡ଼ ରାଜନୈତିକ ଦଳ ସହିତ କୌଣସି ମେଣ୍ଟ କରିବ ନାହିଁ। ମୁଁ ଏହା ପୂର୍ବରୁ ମଧ୍ୟ ଅନେକ ଥର କହିଛି ଏବଂ ଆଜି ମୁଁ ଏହା ପୁଣି କହୁଛି, ଆଗାମୀ ଦିନରେ ପ୍ରଗତିଶୀଳ ପାର୍ଟିକୁ କ୍ୟାବିନେଟ ସ୍ଥାନ ଦେବୁ।"

ଏପରି କରି ଅଖିଳେଶ ନିଜର ପୁରୁଣା ସହଯୋଗୀଙ୍କୁ ସାଥିରେ ଆଣିବାକୁ ପ୍ରୟାସ କରୁଥିବା କୁହାଯାଉଛି। ନିକଟରେ ବିଧାୟକ ଶିବପାଲ ଯାଦବଙ୍କୁ ଅଯୋଗ୍ୟ ଘୋଷଣା ନେଇ ୟୁପି ବିଧାନସଭାରେ ଆବେଦନ ହୋଇଥିଲା। କିନ୍ତୁ ସପା ତାହାକୁ ପ୍ରତ୍ୟାହାର କରିଛି। ଏହାକୁ ଏସପି ମୁଖ୍ୟଙ୍କ ତାଙ୍କ ବିଚ୍ଛିନ୍ନ ମାମୁଁଙ୍କ ସହ ସମ୍ପର୍କ ସୁଧାରିବା ପାଇଁ ନିଆଯାଇଥିବା ପଦକ୍ଷେପ ଭାବରେ ଦେଖାଯାଇଥିଲା। ସେପଟେ ଶିବପାଲ ଯାଦବ ଜ୍ୱାଇଁ ଅଖିଲେଶଙ୍କୁ ଅଯୋଗ୍ୟତା ଆବେଦନ ଫେରାଇ ନେଇଥିବାରୁ ଧନ୍ୟବାଦ ଦେଇଥିଲେ।

ଶିବପାଲ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାରେ ସପା 'ସ୍ପଷ୍ଟ ଏବଂ ସକରାତ୍ମକ ହସ୍ତକ୍ଷେପ' ସାହାଯ୍ୟ କରିବ। ସେପଟେ ଆଜି ବିହାର ନିର୍ବାଚନ ନେଇ ଅଖିଳେଶ ତାଙ୍କ ନିରବତା ଭାଙ୍ଗିଛନ୍ତିଷ ସେ କହିଛନ୍ତି, ବିହାରବାସୀଙ୍କ ସହ ବିଜେପି ଅନ୍ୟାୟ କରିଛି। ମହାମେଣ୍ଟକୁ ଲୋକଙ୍କ ପୁରା ସମର୍ଥନ ଥିଲା, କିନ୍ତୁ ଷଡଯନ୍ତ୍ର କରି ବିଜେପି ତାକୁ ହେତେଇ ନେଇଛି। ଏହା ଗଣତନ୍ତ୍ରରେ ସବୁଠୁ ବଡ ଧୋକା।