Advertisement
Article Detail0/zeeodisha/odisha2093729
Zee OdishaOdisha National-InternationalFlyer Alleges Molestation: ଉଡ଼ନ୍ତା ବିମାନରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ରୁଜୁ ହେଲାନି ମାମଲା

Flyer Alleges Molestation: ଉଡ଼ନ୍ତା ବିମାନରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ରୁଜୁ ହେଲାନି ମାମଲା

Flyer Alleges Molestation: ଉଡ଼ନ୍ତା ବିମାନରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ୨୬ ବର୍ଷିୀୟା ଯୁବତୀ ଏପରି ଅଭିଯୋଗ ଆଣିଛନ୍ତି । 

ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ

Flyer Alleges Molestation: ଉଡ଼ନ୍ତା ବିମାନରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ୨୬ ବର୍ଷିୀୟା ଯୁବତୀ ଏପରି ଅଭିଯୋଗ ଆଣିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ସ୍ପାଇସଜେଟ୍ ବିମାନରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହ ଦାର୍ଜିଲଂରୁ ଫେରୁଥିଲେ । ଯୁବତୀ ଜଣଙ୍କ ପରିବାର ଲୋକେ ପାଖାପାଖି ସିଟ୍ ରେ ନ ବସି ଆଗ ପଛ ହୋଇ ବସିଥିଲେ । ଏହି ସମୟରେ କୋଲକାତାର ଏକ ଲ’ ସ୍କୁଲର ୫ ବର୍ଷ ଛାତ୍ର ଯୁବତୀଙ୍କ ପାଖ ସିଟ୍ ରେ ବସିଥିଲେ । ବିମାନଟି ଟେକ୍ ଅଫ କରିବା ପରେ ଯୁବତୀ ଜଣଙ୍କ ହେଡଫୋନ ଲଗାଇ ମ୍ୟୁଜିକ୍ ଶୁଣୁଥିଲେ । ଏହି ସମୟରେ ଯୁବକ ଜଣଙ୍କ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ସ୍ପର୍ଶ କରିଥିବା ଯୁବତୀ ଅଭିଯୋଗ କରିଥିଲେ । ଏହାପରେ ବାଗଡୋଗରାରେ ବିମାନଟି ଅବତରଣ କରିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଓ ସିଆଇଏସଏଫ କର୍ମଚାରୀ ଯୁବତୀଙ୍କ ଅଭିଯୋଗ ଶୁଣିଥିଲେ । ତେବେ ଏହାର ପ୍ରମାଣ ନଥିବାରୁ କୌଣସି ଅଭିଯୋଗ ଦାଖଲ ନକରିବାକୁ କୁହାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।

ବିମାନବନ୍ଦର କର୍ତ୍ତୃପକ୍ଷ ଓ ସିଆଇଏସଏଫ କର୍ମଚାରୀଙ୍କ କହିବା ଅନୁଯାୟୀ, ସହଯାତ୍ରୀ ଜଣକ ଛାତ୍ର ଅଟନ୍ତି। ଏ  ଘଟଣା ନେଇ କୌଣସି ପ୍ରମାଣ ନ ଥିବାରୁ ଏହା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ‌ଭଳି ହେବ। ସେପଟେ ଏୟାର୍‌ଲାଇନ୍‌ସ୍‌ର ମୁଖପାତ୍ର କହିଛନ୍ତି, କ୍ୟାବିନ୍‌ କ୍ରୁ’ ତୁରନ୍ତ ଏହି ଘଟଣାର ସମାଧାନ କରିଥିଲେ। ବାଗଦୋରାରେ ବିମାନ ଅବତରଣ କରିବା ପରେ ବିମାନର ସୁରକ୍ଷା କର୍ମଚାରୀମାନେ ଦୁହେଁଙ୍କୁ ‘ସିଆଇଏସ୍‌ଏଫ୍‌’ କାର୍ଯ୍ୟଳୟକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ଯୁବକ ଯୁବତୀଙ୍କୁ କ୍ଷମା ମାଗିଥିଲେ । ଏହାପରେ ଯୁବତୀ ଜଣକ ଅଭିଯୋଗ ନ କରି ବିମାନବନ୍ଦରରୁ ଚାଲି ଆସିଛନ୍ତି।

Also Read-Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?

Add Zee News as a Preferred Source
About the Author