'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha769069

'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୂପେଶ ବଘେଲଙ୍କ ନେତୃତ୍ୱାଧିନ ସରକାର କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରି ଏହାକୁ ରାବଣ ସହ ତୁଳନା କରିଛନ୍ତି ରମଣ ସିଂହ। ଯାହାକୁ ନେଇ ସରଗରମ ହୋଇଉଠିଛି ଛତିଶଗଡ ରାଜନୀତି। ଏହାକୁ ନେଇ ବିଜେପି ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ

ରାୟପୁର: ପଡୋଶୀ ଛତିଶଗଡ (Chhattishgarh) ରେ କ୍ଷମତାସୀନ ଥିବା ଭୂପେଶ ବଘେଲ (Bhupesh Baghel) ଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର  ପୂର୍ବତନ ମୁଖ୍ୟମନ୍ତ୍ରୀ (Ex CG CM) ଡ.ରମଣ ସିଂହ (Dr. Raman Singh)।  

ଭୂପେଶ ବଘେଲଙ୍କ ନେତୃତ୍ୱାଧିନ ସରକାର କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରି ଏହାକୁ ରାବଣ ସହ ତୁଳନା କରିଛନ୍ତି ରମଣ ସିଂହ। ଯାହାକୁ ନେଇ ସରଗରମ ହୋଇଉଠିଛି ଛତିଶଗଡ ରାଜନୀତି। ଏହାକୁ ନେଇ ବିଜେପି ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

ଏହି ପ୍ରସଙ୍ଗରେ ମତ ରଖି କଂଗ୍ରେସ ମୁଖପାତ୍ର ସୁଶୀଲ ଆନନ୍ଦ ଶୁକ୍ଲା କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଷ୍ଟାଚାର ଭୁଲିଗଲେଣୀ। କ୍ଷମତା ଯିବା ପରେ ସେ ମାନସିକ ଭାବେ ବିଚଳିତ ହୋଇପଡିଛନ୍ତି। ସେଥିପାଇଁ ସେମାନେ ଦାୟିତ୍ୱହୀନ ବକ୍ତବ୍ୟ ଦେଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାବଣ ସହ ତୁଳନା କରୁଛନ୍ତି।

ଭୂପେଶ ବଘେଲ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ପୂର୍ବତନ ସିଏମ ରମଣ ସିଂ ତାଙ୍କୁ ରାବଣ ସହିତ ତୁଳନା କରିଥିଲେ। ଏନେଇ ସେ କହିଥିଲେ ବଘେଲ ସରକାର ହେଉଛି ରାବଣ ପ୍ରବୃତ୍ତିର ସରକାର ଯାହା କ୍ଷମତା ପାଇବା ପରେ ସ୍ୱାର୍ଥପର ହୋଇପଡିଛି। ଏ ସରକାର ଅହଂକାରରେ ବୁଡି ରହିଛି। ଜନତାରୂପୀ ଦୁର୍ଗାଙ୍କ ଶକ୍ତି ଏହାକୁ ବର୍ତ୍ତମାନ ମର୍ଦ୍ଦନ କରୁଛି।