Shocking News: ନିଜର ଜିନିଷ ବିକ୍ରୟ ପାଇଁ ଅଦ୍ଭୂତ କୌଶଳ ଆପଣାଇଲେ ବୁଲାବିକାଳୀ, ଦେଖନ୍ତୁ ଭିଡ଼ିଓ
Advertisement
Article Detail0/zeeodisha/odisha1582450

Shocking News: ନିଜର ଜିନିଷ ବିକ୍ରୟ ପାଇଁ ଅଦ୍ଭୂତ କୌଶଳ ଆପଣାଇଲେ ବୁଲାବିକାଳୀ, ଦେଖନ୍ତୁ ଭିଡ଼ିଓ

Street Vendors Viral Video: ଯଦିଓ ଏହି ଭିଡିଓ କେଉଁ ଅଞ୍ଚଳର ତାହା ଜଣା ପଡିନାହିଁ, ହେଲେ ଅନେକ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ ଏହା ଭିଡ଼ିଓ ପଶ୍ଚିମବଙ୍ଗରୁ ଆସିଛି। ଲୋକେ ଏହି ଭିଡ଼ିଓ ଦେଖିବା ପରେ ବୁଲାବିକାଳୀଙ୍କ ବ୍ୟବସାୟ କରିବାର ଶୈଳୀ ଏବଂ ଆତ୍ମବିଶ୍ୱାସକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।  

Shocking News: ନିଜର ଜିନିଷ ବିକ୍ରୟ ପାଇଁ ଅଦ୍ଭୂତ କୌଶଳ ଆପଣାଇଲେ ବୁଲାବିକାଳୀ, ଦେଖନ୍ତୁ ଭିଡ଼ିଓ

Street Vendors Unique Strategy To Sell His Product: ବୁଲାବିକାଳୀ ଏବଂ ଛୋଟ ଛୋଟ ଦୋକାନୀ ନିଜ ନିଜ ଶୈଳୀରେ ଗ୍ରାହକଙ୍କୁ ଆକର୍ଷିତ କରି ସେମାନଙ୍କ ଉତ୍ପାଦ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ଆପଣ ଦେଖିଥିବେ। ଯାହ ଅତି ସାଧାରଣ। ହେଲେ କିଛି ବୁଲାବିକାଳୀ ଭଳିକି ଭଳି ଆକର୍ଷଣୀୟ କୌଶଳ ଆପଣାଇ ନିଜର ଉତ୍ପାଦ ବିକ୍ରୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରି ଜଣେ ବୁଲା ବିକାଳୀ ଯିଏକି ତାଙ୍କ 'କାଚା ବାଦମ୍' ଗୀତ ପାଇଁ ଭାଇରାଲ୍ ହୋଇଥିଲେ। ହେଲେ ବର୍ତ୍ତମାନ ଜଣେ ବୁଲା ବିକାଳୀ ଏବଂ ତାଙ୍କର ଉତ୍ପାଦ ବିକ୍ରୟ କରିବାର ଅଦ୍ଭୂତ କୌଶଳ ଏବେ ଇଣ୍ଟରନେଟ ଦୁନିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓ ସେୟାର କରିଛନ୍ତି ଭାରତୀୟ ପୋଲିସ ସେବା ଅଧିକାରୀ ଦିପାଂଶୁ କାବ୍ରା। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବୁଲାବିକାଳୀ ତାଙ୍କ ଉତ୍ପାଦ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ସେହି ବୁଲାବିକାଳୀ ପ୍ଲାଷ୍ଟିକ୍ କୁଣ୍ଡ ବିକ୍ରୟ କରୁଥିବା ଦେଖିବାକୁ ମିଳୁଛି। ସେହି ବୁଲାବିକାଳୀ ଜଣଙ୍କ ତାଙ୍କ କୁଣ୍ଡକୁ ରାସ୍ତାରେ ଫିଙ୍ଗି ଦେବା ସହ ଏହାକୁ ବାଡୋଉଛନ୍ତି ଏବଂ କଚାଡି଼ ଦେଉଛନ୍ତି। ଭିଡ଼ିଓ ଟ୍ୱିଟ କରି ଆଇପିଏସ ଅଧିକାରୀ କାବ୍ରା ଟ୍ୱିଟ କରି ଲେଖିଛନ୍ତି ଯେ, "ମାର୍କେଟିଂ ସ୍ତର - ଅଲଟ୍ରା ପ୍ରୋ ମ୍ୟାକ୍ସ" । 

ଯଦିଓ ଏହି ଭିଡିଓ କେଉଁ ଅଞ୍ଚଳର ତାହା ଜଣା ପଡିନାହିଁ, ହେଲେ ଅନେକ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ ଏହା ଭିଡ଼ିଓ ପଶ୍ଚିମବଙ୍ଗରୁ ଆସିଛି। ଏହି ଭିଡ଼ିଓ ସେୟାର ହେବା ପର ଠାରୁ ଏହାକୁ ୪୩ ହଜାର ଭ୍ୟୁ, ୧୩୦୨ ଲାଇକ ଏବଂ ୨୦୦ ଥର ରିଟ୍ୱିଟ କରାଯାଇ ସାରିଛି। ଲୋକେ ଏହି ଭିଡ଼ିଓ ଦେଖିବା ପରେ ବୁଲାବିକାଳୀଙ୍କ ବ୍ୟବସାୟ କରିବାର ଶୈଳୀ ଏବଂ ଆତ୍ମବିଶ୍ୱାସକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।  

ଜଣେ ୟୁଜର ଲେଖିଛନ୍ତି, 'ଯେତେବେଳେ ଆପଣ ଆପଣଙ୍କର ନିଜ ଉତ୍ପାଦ ଉପରେ ବିଶ୍ୱାସ ରଖିବ ସେତେବେଳେ ଆପଣ ଏଭଳି ଆତ୍ମବିଶ୍ୱାସ ପାଇବ। ଅନ୍ୟ ଜଣେ ୟୁଜର କହିଛନ୍ତି ପରବର୍ତ୍ତୀ ବ୍ୟବସାୟ ପଶ୍ଚିମବଙ୍ଗ ଗ୍ରାମାଞ୍ଚଳରୁ ଆରମ୍ଭ କରାଯିବା ଆବଶ୍ୟକ। କିଛି ବ୍ୟବସାୟୀ ନିଜର ଉତ୍ପାଦ ବିକ୍ରି କରିବାକୁ ଏପରି ପ୍ରୟୋଗ କରିଥାନ୍ତି। ପ୍ରଥମେ "କାଚା ବାଦାମ" ଆସିଥିଲା। ଆଉ ଜଣେ ୟୁଜର କହିଛନ୍ତି ଯେ, ଯଦି ଆପଣଙ୍କ ପାଖରେ ଭଲ ଉତ୍ପାଦ ରହିଛି, ତାହେଲେ ଏହା ହେଉଛି ସର୍ବୋତ୍ତମ ରଣନୀତି। ବୁଲାବିକାଳୀ ଜଣଙ୍କ ଏହାକୁ ପ୍ରଭାବଶାଳୀ ଭାବରେ ପ୍ରଦର୍ଶନ କରୁଛନ୍ତି।