Earthquake: ଚୀନ ପରେ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ପୁପୁଆ ନ୍ୟୁ ଗିନି
Advertisement
Article Detail0/zeeodisha/odisha1347587

Earthquake: ଚୀନ ପରେ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ପୁପୁଆ ନ୍ୟୁ ଗିନି

Earthquake jolts Papua New Guinea: ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବାରୁ ଏହାକୁ ବ୍ୟାପକ କ୍ଷୟକ୍ଷତି ହୋଇଥାଇ ପାରେ। ଯାହା ସାଧାରଣ ଭୂମିକମ୍ପ କାରଣରୁ ହୋଇଥିବା କ୍ଷତି ଠାରୁ ବହୁତ ଅଧିକ।

Earthquake: ଚୀନ ପରେ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ପୁପୁଆ ନ୍ୟୁ ଗିନି

Earthquake jolts Papua New Guinea: ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଏସୀୟ-ଅଷ୍ଟ୍ରେଲିଆ ମହାଦେଶ ସୀମାରେ ଅବସ୍ଥିତ ପୁପୁଆ ନ୍ୟୁ ଗିନି। ସେପ୍ଟମ୍ବର ୧୧ ତାରିଖ ରବିବାର ଅନୁଭୂତ ହୋଇଥିବା ଏହି ପ୍ରଳୟଙ୍କାରୀ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଯୋଗେ ୭.୭ ରହିଥିବା ରେକର୍ଡ କରାଯାଇଛି। ଭୂକମ୍ପ ଝଟକା  ଅନୁଭୂଚତ ହେବା ମାତ୍ରେ ଲୋକେ କାଳ ବିଳମ୍ବ ନ କରି ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଦେଶର ଲାଇ ଠାରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା। 

ପପୁଆ ନ୍ୟୁ ଗିନି (Papua New Guinea) ହେଉଛି ଦକ୍ଷିଣ ଏସୀୟ ଦେଶ (South Asian Country Indonesia) ଇଣ୍ଡୋନେସିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଧିନରେ ଆସୁଥିବା ଏକ ଦେଶ (Pacific Nation)। ରବିବାର ଅନୁଭୂତ ହୋଇଥିବା ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ବାବଦରେ କୌଣସି ଖବର ମିଳିନାହିଁ। ହେଲେ ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ (Earthquake) ଅନୁଭୂତ ହୋଇଥିବାରୁ ଏହାକୁ ବ୍ୟାପକ କ୍ଷୟକ୍ଷତି ହୋଇଥାଇ ପାରେ। ଯାହା ସାଧାରଣ ଭୂମିକମ୍ପ କାରଣରୁ ହୋଇଥିବା କ୍ଷତି ଠାରୁ ବହୁତ ଅଧିକ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଥମେ କିଛି ସେକେଣ୍ଡ ଧରି ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା ଏବଂ ପରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ କେନ୍ଦ୍ର ରାଜଧାନୀ ପୋର୍ଟ ମାର୍ସାବ (Port Moresby) ଠାରୁ ୬୦ କିଲୋମିଟର ଦୂରତାରେ ରହିଛି। ଏଠାକାର ସର୍ବାଧିକ ଜନବସତି ଅଞ୍ଚଳ ହେଉଛି କାୟାନାନ୍ତୁ। 

ଭୂକମ୍ପ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ଭୂକମ୍ପ ଅନୁଭୂତ ହେବା ପରେ ଏହି ଅଞ୍ଚଳର ଲୋକଙ୍କୁ ଏକ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ଭୂମିକମ୍ପ ପରେ ସୁନାମୀ ଜନିତ ସତର୍କତା ଜାରି କରାଯାଇ ନାହିଁ।  ଏହି ଅଞ୍ଚଳରେ ଏପରି ଅଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ।

ଭୂକମ୍ପ ତୀବ୍ରତା ମାପିବା ପାଇଁ ରିକ୍ଟର ସ୍କେଲ ବ୍ୟବହୃତ ହୁଏ। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ୍ ଟେଷ୍ଟ ସ୍କେଲ୍ କୁହାଯାଏ। ଏହା ଯୋଗେ ୧-୯ ପର୍ଯ୍ୟନ୍ତ ଭୂକମ୍ପ ମାପ କରାଯାଏ। ଭୂକମ୍ପକୁ ଏହାର କେନ୍ଦ୍ରରୁ ମାପ କରାଯାଏ।

Also Read: Earthquake: ଚୀନ ପରେ ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା ପୁପୁଆ ନ୍ୟୁ ଗିନି

 

ବିଗତ ୪୮ ଘଣ୍ଟା  ମଧ୍ୟରେ ଅନୁଭୂତ ହୋଇଥିବା ଭୂମିକମ୍ପ 

  • ସେପ୍ଟମ୍ବର ୧୧:  ଭୂମିକମ୍ପ ତୀବ୍ରତା ୬।  ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାର ପାଡାଙ୍ଗ ସହରରୁ ୨୦୦ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୪ ଟା ୪୦ ମିନିଟ)
  • ସେପ୍ଟମ୍ବର ୧୧:  ଭୂମିକମ୍ପ ତୀବ୍ରତା ୫.୭।  ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାର ପାଡାଙ୍ଗ ସହରରୁ ୨୦୨ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୪ ଟା ୫୪ ମିନିଟ)
  • ସେପ୍ଟମ୍ବର ୧୧:  ଭୂମିକମ୍ପ ତୀବ୍ରତା ୭.୭। ପୁପୁଆ ନ୍ୟୁ ଗିନିର ଲାଇ ଠାରୁ ୭୮ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୫ ଟା ୧୬ ମିନିଟ)
  • ସେପ୍ଟମ୍ବର ୧୦:  ଭୂମିକମ୍ପ ତୀବ୍ରତା ୬.୨।  ଇଣ୍ଡୋନେସିଆର ପୁପୁଆସ୍ଥିତ ମାମବେରାମୋ ରାୟା ରିଗାନ୍ସିଂ ଠାରୁ ୧୯ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୫ ଟା ୩୫ ମିନିଟ)
  • ସେପ୍ଟମ୍ବର ୧୦:  ଭୂମିକମ୍ପ ତୀବ୍ରତା ୫.୯।  ଇଣ୍ଡୋନେସିଆର ପୁପୁଆସ୍ଥିତ ମାମବେରାମୋ ରାୟା ରିଗାନ୍ସିଂ ଠାରୁ ୧୯ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୫ ଟା ୧୪ ମିନିଟ)
  • ସେପ୍ଟମ୍ବର ୧୦:  ଭୂମିକମ୍ପ ତୀବ୍ରତା ୬.୨।  ଇଣ୍ଡୋନେସିଆର ପୁପୁଆସ୍ଥିତ ମାମବେରାମୋ ରାୟା ରିଗାନ୍ସିଂ ଠାରୁ ୨୩ କିମି ଦୂରରେ ରହିଛି ଭୂକମ୍ପ କେନ୍ଦ୍ରସ୍ଥଳ। (ଭାରତୀୟ ପ୍ରାମାଣିକ ସମୟ ୫ ଟା ୧ ମିନିଟ)

ଉପରୋକ୍ତ ତଥ୍ୟ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭୂତାତ୍ତ୍ୱିକ ସର୍ବେକ୍ଷଣ (United States of America Geological Survey) ପକ୍ଷରୁ ପ୍ରଦାନ କରାଯାଇଛି।