Earthquake: ବାତ୍ୟା ଚେତାବନୀ ପରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା ଚୀନ, ୪୬ ମୃତ ସୂଚନା
Advertisement
Article Detail0/zeeodisha/odisha1337546

Earthquake: ବାତ୍ୟା ଚେତାବନୀ ପରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା ଚୀନ, ୪୬ ମୃତ ସୂଚନା

Strong earthquake jolts China:  ସିଚୁଆନ୍ ପ୍ରଦେଶ ତିବ୍ଦତର ଆଖପାଖରେ ଅବସ୍ଥିତ। ଭୂକମ୍ପ କାରଣରୁ ଏହି ଅଞ୍ଚଳ ବେଶ ସମ୍ବେଦନଶୀଳ। ଗତ ୨୦୦୮ ବର୍ଷରେ ଏଠାରେ ଏକ ଭୟାନକ ଭୂକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ପ୍ରାୟ ୯୦ ହଜାର ଲୋକ ପ୍ରାଣ ହରାଇଥିଲେ।

Earthquake: ବାତ୍ୟା ଚେତାବନୀ ପରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା ଚୀନ, ୪୬ ମୃତ ସୂଚନା

Earthquake jolts China: ପୂର୍ବରୁ ବାତ୍ୟା ଚେତାବନୀ ହୋଇଥିବା ବେଳେ ବର୍ତ୍ତମାନ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଚୀନ। ସେପ୍ଟମ୍ବର ୫ ତାରିଖ ସୋମବାର ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ୍ ପ୍ରଦେଶର ଲୁଡିନ୍ କାଉଣ୍ଟି ଠାରେ  ୬.୬ ତୀବ୍ରତା ବିଶିଷ୍ଟ ଏକ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ସମ୍ପର୍କରେ ସ୍ପଷ୍ଟ କରିଛି ଯୁକ୍ତରାଷ୍ଟ୍ର ଆମେରିକର ଭୂତାତ୍ତ୍ୱିକ ସର୍ବେକ୍ଷଣ। ସୋମବାର ମଧ୍ୟାନ୍ନରେ ଅନୁଭୂତ ହୋଇଥିଲା ଭୂକମ୍ପ।  ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ଗଭୀରତାରେ ରହିଥିଲା।

ସୋମବାର ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ (South West China) ଅବସ୍ଥିତ ସିଚୁଆନ୍ ପ୍ରଦେଶର (Sichuan Province) ଲୁଡିନ୍ କାଉଣ୍ଟି (Luding County) ଠାରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ସରକାରୀ ସମାଚାର ଏଜେନ୍ସି ସିନହୁଆ (Chinese Official News Agency Xinhua) ପକ୍ଷରୁ କୁହାଯାଇଛି ଯେ, ସୋମବାର ମଧ୍ୟାନ୍ନ ୧୨.୨୫ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ ରହିଥିଲା।   ଭୂମିକମ୍ପର କେନ୍ଦ୍ରସ୍ଥଳ ଲୁଡିଙ୍ଗ କାଉଣ୍ଟି ଠାରୁ ୩୯ କିଲୋମିଟର ଦୂରରେ ଅବସ୍ଥିତ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳରୁ ୫ କିମି ବ୍ୟସାର୍ଦ୍ଧ ମଧ୍ୟରେ ଅନେକ ଗ୍ରାମ ଅବସ୍ଥିତ ରହିଛି। ଭୂକମ୍ପ ଝଟକା ଏହାର କେନ୍ଦ୍ରସ୍ଥଳ ଠାରୁ ୨୨୬ କିଲୋମିଟର ଦୂରରେ ଅବସ୍ଥିତ ସିଚୁଆନ୍ ପ୍ରଦେଶର ରାଜଧାନୀ ଚେଙ୍ଗଡୁ (Chengdu) ଠାରେ ଅନୁଭୂତ ହୋଇଥିଲା।

ଚୀନ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ  କରାଯାଇଥିବା ଫଟୋ ଏବଂ ଭିଡିଓ ରେ ଚେଙ୍ଗଡୁ ଠାରେ ଘର ଭୂକମ୍ପ ଝଟକା କାରଣରୁ ହୋହଲୁଥିବାର ଦେଖିବାକୁ ମିଳୁଛି। ସିଚୁଆନ୍ ପ୍ରଦେଶ ତିବ୍ଦତର ଆଖପାଖରେ ଅବସ୍ଥିତ। ଭୂକମ୍ପ କାରଣରୁ ଏହି ଅଞ୍ଚଳ ବେଶ ସମ୍ବେଦନଶୀଳ। ଗତ ୨୦୦୮ ବର୍ଷରେ ଏଠାରେ ଏକ ଭୟାନକ ଭୂକମ୍ପ ଅନୁଭୂତ ହୋଇଥିଲା। ଯେଉଁଥିରେ ପ୍ରାୟ ୯୦ ହଜାର ଲୋକ ପ୍ରାଣ ହରାଇଥିଲେ।

Also Read: Earthquake: ବାତ୍ୟା ଚେତାବନୀ ପରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଲା ଚୀନ, ୪୬ ମୃତ ସୂଚନା 

ସୋମବାର ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପୂର୍ବରୁ ଚୀନ ଆଡକୁ ମାଡ଼ି ଆସିଥିଲା ଚଳିତ ବର୍ଷ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଝଡ଼। ଗତ ଗୁରୁବାର ପ୍ରକାଶିତ ଖବର ଅନୁସାରେ ଆମେରିକୀୟ ଯୁଗ୍ମ ବାତ୍ୟା ଚେତାବନୀ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଚେତାବନୀରେ କୁହାଯାଇଥିଲା ମହାବାତ୍ୟା ହିନାମନୋର ସେତେବେଳେ ଘଣ୍ଟା ପ୍ରତି ୧୬୦ ମାଇଲ୍ ଅର୍ଥାତ ୨୫୭ କିଲୋମିଟର ବେଗରେ ଗତି କରୁଥିଲା। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୯୫ ମାଇଲ ଅର୍ଥାତ ୩୧୩ କିଲୋମିଟର ରେକର୍ଡ କରାଯାଇଥିଲା। ଏହି ମହାବାତ୍ୟା କାରଣରୁ ସାମୁଦ୍ରିକ ତରଙ୍ଗର ଉଚ୍ଚତା ସର୍ବାଧିକ ୫୦ ଫୁଟ ଅର୍ଥାତ ୧୫ ମିଟର ପର୍ଯ୍ୟନ୍ତ ହେବା ନେଇ ଅନୁମାନ କରାଯାଇଥିଲା।

ଏନେଇ ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର (Japan Meteorological Agency) ପକ୍ଷରୁ କୁହାଯାଇଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଏହି ଝଡ଼ର ଗତି ଆଧାରରେ ହିନାମନୋର (Hinmanor Typhoon) ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ (Sea Storm) ହେବ। ଆମେରିକୀୟ ଯୁଗ୍ମ ବାତ୍ୟା ଚେତାବନୀ କେନ୍ଦ୍ର (American oint Typhoon Warning Center) ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦିନରେ ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଏହାର କିଛି ଶକ୍ତି ହରାଇବ। କଲରାଡୋ ଷ୍ଟେଟ ୟୁନିଭରସିଟିର ପାଣିପାଗ ବିଜ୍ଞାନ ପୂର୍ବାନୁମାନ ମୁଖ୍ୟ ଲେଖକ ଫିଲ୍ କ୍ଲୋଟଜବାକ୍ କହିଛନ୍ତି ଯେ ଆମେ ସମୁଦ୍ର ରେକର୍ଡ ଉପରେ ବିସ୍ତୃତ ଭାବରେ ନଜର ରଖିଛୁ। ସାତ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କେବଳ ୨ ଥର ଅଗଷ୍ଟରେ ଏପରି ଝଡ଼ ସୃଷ୍ଟି ହୋଇଛି। ପ୍ରଥମ ଝଡ଼ ୧୯୬୧ ଏବଂ ଦ୍ୱିତୀୟ ଝଡ଼ ୧୯୯୭ ମସିହାରେ ହୋଇଥିଲା। ହେଲେ ସେତେବେଳେ ଏହି ଝଡ଼ ଚଳିତ ବର୍ଷର ଆସିଥିବା ଝଡ଼ ଭଳି ସକ୍ରିୟ ନଥିଲେ।