SBI Bank Alert to 44 Crore customers: ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଏହାର ଆକାଉଣ୍ଟଧାରୀ ମାନଙ୍କୁ ସୂଚନା ଦେଇଛି ଯେ ଯଦି ସେମାନେ ସମସ୍ତ ନିୟମ ପାଳନ ନକରନ୍ତି ତେବେ ତାଙ୍କର ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହେବ ।
Trending Photos
Bank Alert: କ'ଣ ଆପଣ ପାନ୍ କାର୍ଡକୁ (PAN Card) ଆପଣଙ୍କ ଆଧାର କାର୍ଡ (Adhaar card) ସହିତ ଲିଙ୍କ୍ କରିସାରିଛନ୍ତି? ଯଦି ନ କରିଛନ୍ତି ତେବେ ତୁରନ୍ତ PAN କୁ ଆଧାର କାର୍ଡ ସହିତ ଲିଙ୍କ୍ କରନ୍ତୁ । କାରଣ ବର୍ତ୍ତମାନ ତାରିଖ ବୃଦ୍ଧି ହେବ ନାହିଁ ଓ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ବର୍ତ୍ତମାନ ନିଜ ଗ୍ରାହକଙ୍କୁ ଏକ ଆଲର୍ଟ ମେସେଜ ପଠାଉଛି ଯାହା ଦ୍ୱାରା ଗ୍ରାହକ ୩୦ ଜୁନ୍ ପୂର୍ବରୁ ଆଧାରକୁ ପାନ୍ ସହିତ ଲିଙ୍କ କରିପାରିବେ । ବାସ୍ତବରେ ଆୟକର ବିଭାଗ ପାନ୍ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ଭାବରେ ୩୦ ଜୁନ୍ ୨୦୨୧ ସ୍ଥିର କରିଛି । ଯଦି ଆପଣ ଜୁନ୍ ୩୦ ସୁଦ୍ଧା ଏହା ନକରନ୍ତି, ତେବେ ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ଏହା ବ୍ୟତୀତ ଆୟକର ଅଧିନିୟମ ଅନୁଯାୟୀ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।
SBI ଏହାର ୪୪ କୋଟି ଗ୍ରାହକଙ୍କୁ ସତର୍କ କରିଛି
ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଏହାର ଆକାଉଣ୍ଟଧାରୀମାନଙ୍କୁ ପାଇଁ ନୋଟିସ ଜାରି କରିଛି । ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ଏହି ପ୍ୟାନ-ଆଧାର କାର୍ଡକୁ ଏହି ମାସ ଶେଷ ସୁଦ୍ଧା ଅର୍ଥାତ୍ ୩୦ ଜୁନ୍ ସୁଦ୍ଧା ଲିଙ୍କ୍ କରିବାକୁ ସୂଚନା ଦେଇଛି ।
We advise our customers to link their PAN with Aadhaar to avoid any inconvenience and continue enjoying a seamless banking service.#ImportantNotice #AadhaarLinking #Pancard #AadhaarCard pic.twitter.com/LKIBNEz7PO
— State Bank of India (@TheOfficialSBI) May 31, 2021
ପାନ୍ କାର୍ଡ ହୋଇଯିବ ନିଷ୍କ୍ରିୟ
ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ TheOfficialSBI ରେ ଏହି ସୂଚନା ଦେଇଛି । କୌଣସି ଅସୁବିଧାକୁ ଏଡାଇବା ଓ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଉପଭୋଗ କରିବା ପାଇଁ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଆଧାର ନମ୍ବର ସହିତ ଲିଙ୍କ କରିବାକୁ କହିଛି । ବ୍ୟାଙ୍କ ଏହାର ବିଜ୍ଞପ୍ତି ସହିତ ଏକ ଗ୍ରାଫିକ୍ ବାର୍ତ୍ତା ସେୟାର କରିଛି ଯାହା ଆଧାର ସହିତ ପାନ୍କୁ ଲିଙ୍କ୍ କରିବା ବାଧ୍ୟତାମୂଳକ ବୋଲି ବର୍ଣ୍ଣନା କରିଛି ।
ଅଧିକ ପଢ଼ନ୍ତୁ: ଜନ୍ମଦିନ ପାର୍ଟିକୁ ଡାକି ନାବାଳିକାଙ୍କୁ ୩ ଟି ଜାଗାରେ ୬ ଜଣ କଲେ Gang Rape
HDFC ବ୍ୟାଙ୍କ ମଧ୍ୟ ଆଲର୍ଟ ପୂର୍ବରୁ ଜାରି କରି ସାରିଛି
ଏସବିଆଇ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ପ୍ୟାନ ସହ ଆଧାର ଲିଙ୍କ କରିବାକୁ ଆଲର୍ଟ ଜାରି କରି ସାରିଛି । PAN ମଧ୍ୟ ଆଧାର ସହିତ SMS ମାଧ୍ୟମରେ ଲିଙ୍କ୍ ହୋଇପାରିବ । ଏଥିପାଇଁ ଆପଣଙ୍କୁ ନିଜ ଫୋନରେ ଟାଇପ୍ କରିବାକୁ ପଡିବ- UIDPAN । ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଓ ତା’ପରେ ୧୦ ଅଙ୍କ ବିଶିଷ୍ଟ PAN ନମ୍ବର ଲେଖନ୍ତୁ । ବର୍ତ୍ତମାନ ଲିଖିତ SMS କୁ ୫୬୭୬୭୮ କିମ୍ବା ୫୬୨୬୧ ନମ୍ବରରେ ପଠାନ୍ତୁ । ଏହାପରେ ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହୋଇଯିବ ।