Door Stepsରେ ମିଳିବ ବ୍ୟାଙ୍କର ଏହି ସବୁ ସୁବିଧା
Advertisement
Article Detail0/zeeodisha/odisha857819

Door Stepsରେ ମିଳିବ ବ୍ୟାଙ୍କର ଏହି ସବୁ ସୁବିଧା

ସମସ୍ତଙ୍କୁ ବ୍ୟାଙ୍କ ଗଲେ ଧାଡିରେ ଠିଆ ହେବାକୁ ବିରକ୍ତ ଲାଗେ। ତା ଉପରେ ପୁଣି କୋରୋନା ଭୟ। ଏସବୁଠି ମୁକ୍ତି ପାଇଁ ବ୍ୟାଙ୍କଗୁଡିକ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଉ ସେହି ବ୍ୟାଙ୍କର ତାଲିକାରେ ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସାମିଲ ହୋଇଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏହି ବ୍ୟସ୍ତବହୁଳ ଜୀବନ ଭିତରେ ସବୁଠୁ ଟେନସନ୍ ବ୍ୟାଙ୍କ କାମ। ସମସ୍ତଙ୍କୁ ବ୍ୟାଙ୍କ ଗଲେ ଧାଡିରେ ଠିଆ ହେବାକୁ ବିରକ୍ତ ଲାଗେ। ତା ଉପରେ ପୁଣି କୋରୋନା ଭୟ। ଏସବୁଠି ମୁକ୍ତି ପାଇଁ ବ୍ୟାଙ୍କଗୁଡିକ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଉ ସେହି ବ୍ୟାଙ୍କର ତାଲିକାରେ ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସାମିଲ ହୋଇଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ମଧ୍ୟ ସେହି ବ୍ୟାଙ୍କ ମଧ୍ୟରୁ ଅନ୍ୟତମ, ଯାହା ଗ୍ରାହକଙ୍କୁ  ଡୋରଷ୍ଟେପରେ ବ୍ୟାଙ୍କିଙ୍ଗ  ସୁବିଧା ଯୋଗାଉଛି। ତେବେ ଏଥିପାଇଁ ଗ୍ରାହକଙ୍କୁ କିଛି ଚାର୍ଜ ଦେବାକୁ ପଡିବ। ନଗଦ ଟଙ୍କା ଉଠାଇବା କିମ୍ବା ଜମା କରିବା ପାଇଁ ଦୈନିକ ସୀମା ହେଉଛି ୨୦ ହଜାର ଟଙ୍କା। ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୦୦ ଟଙ୍କା ଏବଂ GST ଦେବାକୁ ପଡିବ। ସେହିପରି ଅଣ ଆର୍ଥିକ କାରବାର ପାଇଁ ୬୦ ଟଙ୍କା ଏବଂ GST ଦେବାକୁ ପଡିବ।

ଏହି ସୁବିଧା (Bank Service) ଫାଇଦା ଉଠାଇବାକୁ ହେଲେ ବ୍ୟାଙ୍କ ଶାଖାରେ ପଞ୍ଜିକରଣ କରିବାକୁ ପଡିବ। ଏହା ବ୍ୟତୀତ PNB  ଗ୍ରାହକଙ୍କୁ DSB ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଅଧିକ ସୂଚନା ପାଇଁ psbdsb.in କୁ ଯାଇପାରିବେ କିମ୍ବା ଟୋଲ୍ ଫ୍ରି ନମ୍ବର 18001037188/1800121721 କୁ ମଧ୍ୟ କଲ କରିପାରିବେ।

Also Read: ଏଣିକି ବିନା ସିଗନାଲରେ ବି ମୋବାଇଲରେ ହୋଇପାରିବ କଥାବାର୍ତ୍ତା

ଘରେ ମିଳିବ ଏହି ସବୁ ସୁବିଧା।

  • ଘରୁ ଚେକ୍ / ଡ୍ରାଫ୍ଟ / ପେ ଅର୍ଡର ପିକ୍ଅପ୍
  • ନୂତନ ଚେକ୍ ବୁକ୍ ପାଇଁ ଡିମାଣ୍ଡ ସ୍ଲିପ୍ 
  • ଘର କିମ୍ବା ଦୋକାନରୁ IT / GST ଚାଲାଣ ପିକ୍ ଅପ୍
  • 15G ଏବଂ 15H ଫର୍ମ ପିକ୍ ଅପ୍ 
  • ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍ର ହୋମ ଡେଲିଭରି
  • ସ୍ଥାୟୀ ଜମା (FD) ରସିଦ ଡେଲିଭରି
  • TDS କିମ୍ବା ଫର୍ମ 16 ସାର୍ଟିଫିକେଟ୍ ବିତରଣ 
  • ଡ୍ରାଫ୍ଟ / ପେ ଅର୍ଡର ବିତରଣ
  • ଗିଫ୍ଟ କାର୍ଡ ବିତରଣ
  • ନଗଦ ଡିପୋଜିଟ୍ ସେବା
  • ଲାଇଫ୍ ସାର୍ଟିଫିକେଟ୍