ଏହି ଘଟଣାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଲାଗି ଏହି ମାମଲାକୁ ତେଲେଙ୍ଗାନା ଉଚ୍ଚ ନ୍ୟାୟଳୟକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମ କୋର୍ଟ।
Trending Photos
Hyderabad Rape Case Encounter: ଗତ ୨୦୧୯ ନଭେମ୍ବରରେ ହାଇଦ୍ରାବାଦ ଠାରେ ହୋଇଥିବା ଦୁଷ୍କର୍ମ ଘଟଣାରେ ହୋଇଥିବା ଏନକାଉଣ୍ଟର କୁ ମିଥ୍ୟା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ଯାଞ୍ଚ ଆୟୋଗ। ଏହି ଏନକାଉଣ୍ଟର ବାବଦରେ ଯାଞ୍ଚ କରିବା ପାଇଁ ଏକ ତଦନ୍ତ କମିଶନ ଗଠନ କରିଥିଲେ ସୁପ୍ରିମ କୋର୍ଟ। ଏହି ଘଟଣାରେ କେତେକ ପୋଲିସ କର୍ମୀଙ୍କୁ ଦୋଷୀ ବୋଲି ଦର୍ଶାଇଛନ୍ତି ଯାଞ୍ଚ ଆୟୋଗ। ଏହାର ରିପୋର୍ଟ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁ୍ପ୍ରିମକୋର୍ଟ। ଏହା ସହିତ ଏହି ଘଟଣାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଲାଗି ଏହି ମାମଲାକୁ ତେଲେଙ୍ଗାନା ଉଚ୍ଚ ନ୍ୟାୟଳୟକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମ କୋର୍ଟ।
ଗତ ୨୦୧୯ ନଭେମ୍ବର ୨୬ ତାରିଖରେ ହାଇଦ୍ରାବାଦ ସହରର ସାମସାବାଦ ଅଞ୍ଚଳରେ ଜଣେ ପଶୁ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସେହି ବର୍ଷ ଡିସେମ୍ବର ୨ ତାରିଖରେ ଏହି ଘଟଣାରେ ଜଡିତ ଅଭିଯୁକ୍ତ ସଦିଗ୍ଧ ପୋଲିସ ଏନକାଉଣ୍ଟର କାରଣରୁ ପ୍ରାଣ ହରାଇଥିଲେ। ଏହାର କିଛି ଦିନ ପରେ ସୁପ୍ରିମକୋର୍ଟ ଏହାର ପୂର୍ବତନ ଜଜ୍ ଜଷ୍ଟିସ୍ ବି.ଏସ୍ ସିରପୁରକରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ଗଠନ କରିଥିଲା।
ଜଷ୍ଟିସ୍ ସିରପୁରକର ଆୟୋଗ କୁ କାର୍ଯ୍ୟ ଆରମ୍ଭ ହେବାର ୬ ମାସ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି କମିଶନ କାର୍ଯ୍ୟକାଳ ୨୦୨୦ ଅଗଷ୍ଟରେ ସମାପ୍ତ ହେବାର ଥିଲା। ମାତ୍ର କୋରୋନା ମହାମାରୀ ଯୋଗୁଁ କମିଶନ କାମ ବିଳମ୍ବ ହୋଇଥିଲା। ଚଳିତ ବର୍ଷ ଜାନୁଆରୀରେ ଆୟୋଗ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା।
ମେ ୨୦ ତାରିଖ ଶୁକ୍ରବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିଏନ ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରିପୋର୍ଟ ଖୋଲିଥିଲା। ବରିଷ୍ଠ ଓକିଲ ଶ୍ୟାମ ଦିଭାନ୍ ତେଲେଙ୍ଗାନା ସରକାରଙ୍କ ପକ୍ଷ ରଖି ଏହି ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଗୋପନୀୟ ରଖିବାକୁ ଅନୁରୋଧ କରିଥିଲେ। ହେଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏନେଇ ମୁଖ୍ୟ ବିଚାରପତି ଜଷ୍ଟିସ ରମନ୍ନା କହିଥିଲେ ଏଥିରେ ଗୋପନୀୟତାର କୌଣସି କଥା ନୁହେଁ। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଅନୁସନ୍ଧାନ କରାଯାଇଥିଲା ଏବଂ କିଛି ଲୋକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ରିପୋର୍ଟ ଆଧାରରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଆମେ ଏହି ଘଟଣାର ତଦାରଖ କରିବାକୁ ଚାହୁଁନାହୁଁ ବର୍ତ୍ତମାନ ସମସ୍ତ ପକ୍ଷ ରିପୋର୍ଟ ପଢିବା ସହ ନିଜର ପକ୍ଷ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟରେ ରଖନ୍ତୁ।
ହାଇଦ୍ରାବାଦସ୍ଥିତ ସାମସାବାଦ ଅଞ୍ଚଳରେ ହୋଇଥିବା ଦୁଷ୍କର୍ମ ଘଟଣାରେ ହୋଇଥିବା ଏନକାଉଣ୍ଟର ମାମଲାରେ ୧୦ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଞ୍ଚ ଆୟୋଗ।
ଏନେଇ ସୁପ୍ରିମକୋର୍ଟ ଯାଞ୍ଚ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଦୁଷ୍କର୍ମ ଘଟଣାରେ ଜଡ଼ିତ ଅଭିଯୁକ୍ତ ହେପାଜତରେ ଥିବା ବେଳେ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ ଦାବି କରୁଛି। ମାତ୍ର ଏକଥା ଅବିଶ୍ୱସନୀୟ ଏବଂ ପ୍ରମାଣ ଏହାକୁ ସମର୍ଥନ କରୁନାହିଁ। ଆମ ମତରେ ଅଭିଯୁକ୍ତଙ୍କୁ ସେମାନଙ୍କ ମୃତ୍ୟୁର କାରଣ ବନାଇବା ଉଦ୍ଦେଶ୍ୟରେ ଜାଣିଶୁଣି ଏନକାଉଣ୍ଟର କରାଯାଇଥିଲା। କାରଣ ଏହା ଦ୍ୱାରା କୁହାଯାଇ ପାରେ ଗୁଳି ଲାଗିବା କାରଣରୁ ମୃତକଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଯିବ।
ଗତ ୨୦୧୯ ନଭେମ୍ବର ୨୬ ତାରିଖରେ ହାଇଦ୍ରାବାଦ ସହରର ସାମସାବାଦ ଅଞ୍ଚଳରେ ଟୋଣ୍ଡୁପଲ୍ଲୀସ୍ଥିତ ଏକ ଟୋଲ ପ୍ଲାଜା ଠାରେ ଜଣେ ପଶୁ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହା ପରେ ହାଇଦ୍ରବାଦ ସହର ବାହାରେ ଅବସ୍ଥିତ ଶାଦନଗରସ୍ଥିତ ଚଟନପଲ୍ଲୀ ଠାରେ ପୀଡିତାଙ୍କ ଶବକୁ ଜଳାଇ ଦିଆଯାଇଥିଲା।
ସାମୂହିକ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗରେ ୪ ଅଭିଯୁକ୍ତ ମହମ୍ମଦ ଆରିଫ୍, ଚିନ୍ତାକୁଣ୍ଟା ଚେତ୍ରାକେଶବୁଲୁ, ଜୋଲୁ ଶିବା, ଜୋଲୁ ନବୀନ କୁ ପୋଲିସ ୨୦୧୯ ନଭେମ୍ବରରେ ଗିରଫ କରିଥିଲା। ଏହା ପରେ ପୋଲିସ ପକ୍ଷରୁ କୁହାଯାଇଥିଲା ଏକ ଏନରକାଉଣ୍ଟର କାରଣରୁ ଏହି ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। କାରଣ ହେପାଜତରେ ଥିବା ବେଳେ ସେମାନଙ୍କୁ ନେଇ ପୋଲିସ ପ୍ରମାଣ ଯୋଗାଡ଼ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ପୋଲିସ ହେପାଜତରେ ଥାଇ ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ।