ଛିଣ୍ଡିଲା ରଥ ଅଡୁଆ; ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ୍, ଶୁଣାଣି ବେଳେ ଏମିତି କହିଲେ CJI ଜଷ୍ଟିସ୍ ଏନ.ଭି ରମଣା
Advertisement
Article Detail0/zeeodisha/odisha936209

ଛିଣ୍ଡିଲା ରଥ ଅଡୁଆ; ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ୍, ଶୁଣାଣି ବେଳେ ଏମିତି କହିଲେ CJI ଜଷ୍ଟିସ୍ ଏନ.ଭି ରମଣା

ଗତ ମାସରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନକାରୀମାନେ ପୁରୀ ଭଳି କଭିଡ୍ କଟକଣା ସହ ରାଜ୍ୟର କେନ୍ଦ୍ରାପଡା ଏବଂ ବରଗଡ ଜିଲ୍ଲାରେ ରଥଯାତ୍ରା କରିବାକୁ ଅନୁମତି ମାଗିଥିଲେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଏଥର ମଧ୍ୟ କେବଳ ଶ୍ରୀକ୍ଷତ୍ରରେ ହେବ ରଥଯାତ୍ରା। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ଚଳିତବର୍ଷର ରଥ ଯାତ୍ରାକୁ ପୁରୀ ଜଗନ୍ନାଥ ମନ୍ଦିରରେ ସୀମିତ ରଖିବା ପାଇଁ ଓଡିଶା ସରକାରଙ୍କ ଆଦେଶରେ କୌଣସି ହସ୍ତକ୍ଷେପ ହେବ ନାହିଁ। ଗତ ମାସରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନକାରୀମାନେ ପୁରୀ ଭଳି କଭିଡ୍ କଟକଣା ସହ ରାଜ୍ୟର କେନ୍ଦ୍ରାପଡା ଏବଂ ବରଗଡ ଜିଲ୍ଲାରେ ରଥଯାତ୍ରା କରିବାକୁ ଅନୁମତି ମାଗିଥିଲେ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ପୂରୀରେ କଡା କଟକଣା ସହ ରଥଯାତ୍ରା କରିବାରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ହାଇକୋର୍ଟ ମଧ୍ୟ କାଏମ ରଖିଛନ୍ତି। କିନ୍ତୁ କିଛି ଲୋକ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ (Supreme Court) ରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ନେତୃତ୍ୱରେ ଏକ ସୁପ୍ରିମକୋର୍ଟର ଏକ ବେଞ୍ଚ ରଥଯାତ୍ରା ମାମଲାର ଶୁଣାଣି କରିଛନ୍ତି। ଓଡିଶା ତଥା ସମଗ୍ର ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ନିଷ୍ପତ୍ତି ଉପରେ ଅଧ୍ୟୟନ କରି ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। 

Also Read: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଦଳିଲେ ୮ ରାଜ୍ୟପାଳ, ଜାଣନ୍ତୁ କାହାକୁ-କେଉଁଠି ମିଳିଲା ଦାୟିତ୍ୱ?

ରଥଯାତ୍ରା ମାମଲାର ଶୁଣାଣି ବେଳେ ଜଷ୍ଟିସ ଏନ.ଭି ରମଣା (Chief Justice of India NV Ramana) କହିଛନ୍ତି ଯେ, ଆମେ ଆଶା କରୁଛୁ ଏବଂ ପରବର୍ତ୍ତୀ ସମୟରେ ଭଗବାନ ରଥଯାତ୍ରା (Rath Yatra) କୁ ଅନୁମତି ଦେବେ। ସିଜେଆଇ କହିଛନ୍ତି, "ମୁଁ ମଧ୍ୟ ପ୍ରତିବର୍ଷ ପୁରୀକୁ ଯାଏ ... କିନ୍ତୁ ଗତ ଦେଢବର୍ଷ ଧରି ଯାଇ ନାହିଁ। ମୁଁ ଘରେ ପୂଜା କରେ ... ଏହା ଘରେ କରାଯାଇପାରିବ। ରାଜ୍ୟ ସରକାର (Odisha Govt) ସଠିକ୍ ନିଷ୍ପତ୍ତି ନେଇଛନ୍ତି।"

ଜନସାଧାରଣଙ୍କ ବ୍ୟତୀତ କେନ୍ଦ୍ର ମଧ୍ୟ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ନଭାଙ୍ଗି, ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପ୍ରତିବନ୍ଧକ ସହ ଏହି ଉତ୍ସବଗୁଡିକ କରାଯାଇ ପାରିବ। କିନ୍ତୁ ସୁପ୍ରିମକୋର୍ଟ କୌଣସି ଯୁକ୍ତିରେ ସନ୍ତୁଷ୍ଟ ହୋଇନାହାନ୍ତି। ଅନ୍ୟପଟେ ରଥଯାତ୍ରା ସମୟରେ ସମଗ୍ର ରାଜ୍ୟରେ ଭିଡ଼ ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ଅସମ୍ଭବ ହେବ ବୋଲି ଓଡିଶା ସରକାର ସ୍ପଷ୍ଟ କରିଦେଇଛନ୍ତି।

Also Read: ପଶ୍ଚିମ ଓଡ଼ିଶାରେ ଆଜିଠୁ ୫ ଦିନ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ?

ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା। ପ୍ରଥମେ କୋର୍ଟ ପୁରୀ (Puri) ରେ ରଥଯାତ୍ରା ନକରିବା ପାଇଁ ରାୟ ଶୁଣାଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଟକଣା ଓ କଠୋର ନିୟମ ଲାଗୁ କରିବାକୁ ରାଜ୍ୟସରକାର ପ୍ରତିଶ୍ରୁତି ଦେବାପରେ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଇଥିଲା। ଏଥିପାଇଁ ଅନେକ ସର୍ତ୍ତ ମଧ୍ୟ ଲଗାଯାଇଥିଲା। ତଥାପି ରଥଯାତ୍ରା ସମୟରେ ଶ୍ରୀମନ୍ଦିର ବାହାରେ ଲୋକଙ୍କ ଭିଡ ଜମିଥିଲା।

ମହାମାରୀ (CoronaVirus) ଆରମ୍ଭ ହେବା ପରଠାରୁ ଓଡିଶାରେ ପ୍ରାୟ ୧୦ ଲକ୍ଷ କୋରୋନା ମାମଲା ରିପୋର୍ଟ ହେଲାଣି। ଦ୍ୱିତୀୟ ଲହରର ପିକରେ ରାଜ୍ୟରେ ଦିନକୁ ୧୨୦୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିଲା ​​୨୪ ଘଣ୍ଚାରେ ୪୦୦୦ ପର୍ଯ୍ୟନ୍ତ ମାମଲା ବୃଦ୍ଧି ପାଇଛି। ଏବେ ରାଜ୍ୟରେ ସଂକ୍ରମଣ କମିଛି ସତ କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିପାରିନାହିଁ।