Swachh Survekshan 2023: ସବୁଠୁ ସଫାସୁତୁରା ସହର ଇନ୍ଦୋର, ରାଜ୍ୟ ତୁଳନାରେ ଆଗରେ ମହାରାଷ୍ଟ୍ର...
Advertisement

Swachh Survekshan 2023: ସବୁଠୁ ସଫାସୁତୁରା ସହର ଇନ୍ଦୋର, ରାଜ୍ୟ ତୁଳନାରେ ଆଗରେ ମହାରାଷ୍ଟ୍ର...

Swachh Survekshan 2023: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ସ୍ବଚ୍ଛତା ସର୍ବେକ୍ଷଣ ୨୦୨୩ ରିପୋର୍ଟ ଜାରି କରାଯାଇଛି । ଏଥିରେ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଛି । ମଧ୍ଯପ୍ରଦେଶର ଇନ୍ଦୋର ଲଗାତାର ସପ୍ତମ ଥର ପାଇଁ ଏହି ପୁରସ୍କାର ହାତେଇଥିବା ବେଳେ ଗୁଜୁରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ନିଜ ନାଁରେ କରିଛି । 

ସୌ(ସୋସିଆଲ ମିଡିଆ)

Swachh Survekshan 2023: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ସ୍ବଚ୍ଛତା ସର୍ବେକ୍ଷଣ ୨୦୨୩ ରିପୋର୍ଟ ଜାରି କରାଯାଇଛି । ଏଥିରେ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଛି । ମଧ୍ଯପ୍ରଦେଶର ଇନ୍ଦୋର ଲଗାତାର ସପ୍ତମ ଥର ପାଇଁ ଏହି ପୁରସ୍କାର ହାତେଇଥିବା ବେଳେ ଗୁଜୁରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ନିଜ ନାଁରେ କରିଛି । ଉଭୟ ରାଜ୍ୟ ୯୩୪୮.୩୯ ସ୍କୋର ପାଇଛନ୍ତି ।

ସେହିପରି ତୃତୀୟ ସ୍ଥାନରେ ନାଭି ମୁମ୍ବାଇ, ଚତୁର୍ଥରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନା ଓ ପଞ୍ଚମ ସ୍ଥାନରେ ମଧ୍ଯପ୍ରଦେଶର ଭୋପାଳ ରହିଛି । ୧ ଲକ୍ଷରୁ କମ୍ ସହର ବିଶିଷ୍ଟ ସହର ମଧ୍ଯରେ ମହାରାଷ୍ଟ୍ରର ସାସୱଡ଼ ପ୍ରଥମ, ଦ୍ବିତୀୟରେ ଛତିଶଗଡ଼ର ପାଟନା, ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ଲୋନାୱାଲା ରହିଛି । ସେହିପରି ଦେଶର ସ୍ବଚ୍ଛ ରାଜ୍ୟ ବର୍ଗରେ ଏଥର ବାଜି ମାରିଛି ମହାରାଷ୍ଟ୍ର । ଦ୍ବିତୀୟରେ ମଧ୍ଯପ୍ରଦେଶ ଓ ତୃତୀୟରେ ଛତିଶଗଡ଼ ଓ ଚତୁର୍ଥ ସ୍ଥାନରେ ରହିଛି ଓଡ଼ିଶା। ସେହିପରି ୧ ଲକ୍ଷରୁ ଉର୍ଦ୍ଦ୍ବ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ଯରେ ପଶ୍ଚିମବଙ୍ଗର ୧୦ଟି ସହର ସବୁଠୁ ଅପରିଷ୍କାର ସହର ଭାବେ ସ୍ଥାନିତ ହୋଇଛି । କେବଳ କୋଲକତା, ଭାଟପରାକୁ ଛାଡ଼ିଦେଲେ ଅନ୍ୟ ୮ ସହର ୧ ହଜାରରୁ ବି କମ୍ ଅଙ୍କ ପାଇଛି । ଅରୁଣାଚଳ ପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ନାଗାଲାଣ୍ତ ତାଲିକାରେ ଶେଷ ଆଡ଼କୁ ସ୍ଥାନିତ ହୋଇଛନ୍ତି । ସେହିପରି ଚଳିତବର୍ଷ ଭୁବନେଶ୍ବର ମହାନଗର ନିଗମ ମଧ୍ଯ ଭଲ ପ୍ରଦର୍ଶନ କରିଛି । ଗତଥର ଭୁବନେଶ୍ବରକୁ ସର୍ବଭାରତୀୟ ସ୍ତରରେ ୮୦ତମ ସ୍ଥାନ ମିଳିଥିବା ବେଳେ ଏଥର ରାଜଧାନୀ ୩୪ତମ ସ୍ଥାନରେ ରହିଛି । ଏଥିସହ ୱାଟର ପ୍ଲସ୍ ଓ ଗାରବେଜ ଫ୍ରି ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି । ଏଥିପାଇଁ ଭୁବନେଶ୍ବରକୁ ‘କ୍ଲିନ୍ ସିଟି ଇନ୍ ଓଡ଼ିଶା’ ପୁରସ୍କାର ମିଳିଛି । ୨୦୨୨ରେ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍ ୭୫୦୦ ନମ୍ବର ରଖାଯାଇଥିବା ବେଳେ ୨୦୨୩ରେ ବୃଦ୍ଧି କରି ମୋଟ ୯୫୦୦ ନମ୍ବର ରଖାଯାଇଥିଲା ।

Also Read-Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ଦେଶର ୪ ଶଙ୍କରାଚାର୍ଯ୍ୟ

ପ୍ରକାଶଥାଉ କି, ଗୁରୁବାର ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ତପରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ପୁରୀ ଏହି ରାଜ୍ୟ ଗୁଡ଼ିକର ପ୍ରତିନିଧିମାନଙ୍କୁ ସମ୍ମାନିତ କରିଛନ୍ତି । ଏଥିରେ ସର୍ଭିସ ଲେଭଲ ପ୍ରୋଗ୍ରେସ ଉପରେ ୪,୫୨୫ ସାର୍ଟିଫିକେସନ୍ ପାଇଁ ୨,୫୦୦ ଓ ପବ୍ଲିକ୍ ମତାମତ ଉପରେ ୨,୪୭୫ ନମ୍ବରରୁ ମୂଲ୍ୟାଙ୍କନ କରାଯାଇଥିଲା ।