ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀ ଡୁରାଣ୍ଡ ଲାଇନ ପ୍ରସଙ୍ଗରେ ପାକିସ୍ତାନ ଉପରେ ତାତି ଉଠିଛନ୍ତି।
Trending Photos
କାବୁଲ: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ରହିଥିବା ଡୁରାଣ୍ଡ ଲାଇନ ସୀମା ରେଖାକୁ ନେଇ ବିବାଦ ବଢିବାରେ ଲାଗିଛି ବିବାଦ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ସରକାର ଗଠନ କରିଥିବା ତାଲିବାନ। ଏହି ସୀମା ରେଖାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଯୁଦ୍ଧ ଆଡ଼କୁ ଅଗ୍ରସର ହେଲାଣି।
ଏ ପ୍ରସଙ୍ଗରେ ମତ ରଖି ତାଲିବାନ ସୀମା ବଳ (Taliban Border Force) କମାଣ୍ଡର ମୌଲବୀ ସନଉଲ୍ଲାହ ସଂଗୀନ ଗତ ବୁଧବାର ଦିନ ଶପଥ ନେଇଛନ୍ତି ଯେ ବ୍ରିଟିଶ ଶାସନାଧିନ (British Regime) ସମୟର ବିବାଦୀୟ ସୀମାରେ ଆଫଗାନ ଇସଲାମିକ୍ ଅମିରାତ (Islamic Emirate of Afghanistan) ତାର ବାଡ ଲଗାଇବା ପାଇଁ ପାକିସ୍ତାନକୁ (Pakistan) ଅନୁମତି ଦେବ ନାହିଁ। ଆମେ ସୀମାରେ ତାର ବାଡ ଲାଗି କେବେ ହେଲେ ଅନୁମତି ଦେବୁ ନାହିଁ କିମ୍ବା ଏହା କରିବାକୁ ଦେବୁ ନାହିଁ। କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଡୁରାଣ୍ଡ ଲାଇନ (Durand Line) ସୀମା ରେଖାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରାଯିବ ବୋଲି କହିଥିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ (Pakistan Foreign Minister) ଶାହ ମେହମୁଦ କ୍ୟୁରେଶିଙ୍କ (Shah Mehmood Qureshi) ବୟାନ ଉପରେ ଏହା କହିଛନ୍ତି ତାଲିବାନ କମାଣ୍ଡର (Taliban Commander)।
Also Read: ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରୁ ବିଶ୍ୱ ସମୁଦାୟ: ମହମୁଦ କ୍ୟୁରେସୀ
ଅନ୍ୟପଟେ ଏନେଇ ମତ ରଖି ପାକିସ୍ତାନ ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ (Pakistan Inter Services Public Relations) ଆଇଏସପିଆର (ISPR) ମହାନିର୍ଦ୍ଦେଶକ ମେଜର ଜେନେରାଲ ବାବର ଇଫତିଖାର ଜୋର ଦେଇ କହିଥିଲେ ଡୁରାଣ୍ଡ ଲାଇନ ସୀମାରେ ତାର ବାଡ ଲଗାଇବା (Border Fencing in Durand Line) ଜାରି ରହିବ। ଏହି କାର୍ଯ୍ୟ କରିବା ପାଇଁ ଦେଶର ସୈନ୍ୟବାହିନୀ (Pakistan Army) ଅନେକ ପରିଶ୍ରମ କରିଛି। ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ସୁରକ୍ଷା ଦେବା ଏବଂ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏହି ବାଡ ନିର୍ମାଣ କରାଯାଉଛି। ସୁରକ୍ଷା ଏବଂ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏହି ବାଡ଼ର ଆବଶ୍ୟକତା ରହିଛି। ଏହାର ଉଦ୍ଦେଶ୍ୟ ଲୋକଙ୍କୁ ବିଭାଜନ କରିବା ନୁହେଁ, ବରଂ ସେମାନଙ୍କୁ ସୁରକ୍ଷା ଦେବା। ଡୁରାଣ୍ଡ ଲାଇନ ସୀମାରେ ତାରବାଡ ଲଗାଇବା କାର୍ଯ୍ୟ ୯୪ ପ୍ରତିଶତ ଶେଷ ହୋଇସାରିଛି। ଚାଲିଥିବା କାମ କିଛି ସମୟ ମଧ୍ୟରେ ଶେଷ କରିବା ଉପରେ ଆମେ ଧ୍ୟାନ ଦେଉଛୁ।
ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନୀ ଡୁରାଣ୍ଡ ଲାଇନ ପ୍ରସଙ୍ଗରେ ପାକିସ୍ତାନ ଉପରେ ତାତି ଉଠିଛନ୍ତି। ନିକଟରେ ଏକ ଭାଇରାଲ ଭିଡିଓରେ ତାଲିବାନୀ ସୀମାରେ ପାକିସ୍ତାନ ପକ୍ଷରୁ ଲଗାଯାଇଥିବା ତାର ବାଡ଼କୁ ହଟାଇଥିବାର ନଜର ଆସିଥିଲେ। ଏନେଇ ସେମାନଙ୍କ ପକ୍ଷରୁ କୁହାଯାଇଥିଲା ସେମାନେ ଡୁରାଣ୍ଡ ଲାଇନ କୁ ଆଫଗାନ-ପାକିସ୍ତାନ ସୀମା (Afghanistan-Pakistan Border) ଭାବେ ଗ୍ରହଣ କରନ୍ତିନାହିଁ। ଏପରିକି ତାଲିବାନ ପାକିସ୍ତାନ ଉଦ୍ଦେଶ୍ୟରେ ଯୁଦ୍ଧ ଧମକ ଦେଇଥିଲା। ଯାହା ପରେ ଆଶଙ୍କା କରାଯାଉଥିଲା ଯେ ଆଗାମୀ ଦିନରେ ସୀମା ପ୍ରସଙ୍ଗରେ ପାକିସ୍ତାନ-ତାଲିବାନ ମଧ୍ୟରେ ମୁହାଁମୁହିଁ ହୋଇପାରେ।
ଡୁରାଣ୍ଡ ଲାଇନ ସୀମା ରେଖାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପଛରେ କାରଣ କ'ଣ ରହିଛି ତାହାର ପର୍ଦ୍ଦାଫାଶ କରିଛନ୍ତି ପୂର୍ବତନ ଆଫଗାନ ଉପରାଷ୍ଟ୍ରପତି ( Former Vice President of Islamic Republic of Afghanistan) ଅମରୁଲ୍ଲା ସାଲେହ (Amrullah Saleh)। ଏନେଇ ସେ କହିଛନ୍ତି ଉଭୟ ଦେଶର ସୀମାରୁ ତାର ବାଡ଼ ହଟାଇବା ପଛରେ ପାକିସ୍ତାନୀ ଗୁଇନ୍ଦା ଆଇଏସଆଇ (Pakistan Intelligence Agency ISI) ର ଏକ ଷଡଯନ୍ତ୍ର ରହିଛନ୍ତି। ଏହା ମାଧ୍ୟମରେ ପାକିସ୍ତାନ ତାଲିବାନୀଙ୍କୁ ଆଫଗାନିସ୍ତାନର ସବୁଠାରୁ ବଡ ଉପକାରକାରୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି।
Also Read: ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?
ଆଫଗାନିସ୍ତାନର ଅଧିକାଂଶ ପସ୍ତୁନ ଏବଂ ତାଲିବାନ୍ କେବେ ଡୁରାଣ୍ଡ ଲାଇନ ରେଖାକୁ ଏକ ସରକାରୀ ସରକାରୀ ସୀମା ରେଖା ଭାବେ ଗ୍ରହଣ କରିନାହାଁନ୍ତି। ତାଲିବାନର ବରିଷ୍ଠ ମୁଖପାତ୍ର ଜବୀଉଲ୍ଲାହ ମୁଜାହିଦ୍ ଆଫଗାନିସ୍ତାନ ଦଖଲ କରିବା ପରେ କହିଥିଲେ ଆଫଗାନିସ୍ତାନ ସରକାର ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ପାକିସ୍ତାନ ଦ୍ୱାରା ନିର୍ମିତ ତାର ବାଡ଼ ଲୋକଙ୍କୁ ପୃଥକ କରିଛି ଏବଂ ପରିବାରକୁ ବିଭକ୍ତ କରିଛି। ଆମେ ସୀମାରେ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ଚାହୁଁ। ସୀମାରେ ପ୍ରତିବନ୍ଧକ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ।
କିପରି ଆଉ କେମିତି ଆସିଲା ଡୁରାଣ୍ଡ ଲାଇନ?
ଉନବିଂଶ ଶତାବ୍ଦୀରେ ଡୁରାଣ୍ଡ ଲାଇନ ସୀମା ରେଖା ଋଷିଆ ଏବଂ ବ୍ରିଟିଶ ସାମ୍ରାଜ୍ୟ କାରଣରୁ ଆସିଥିଲା। ଋଷିଆ ସାମ୍ରାଜ୍ୟବାଦରୁ ବଞ୍ଚିବା ପାଇଁ ଭୟଭୀତ ହୋଇଉଠିଥିବା ବ୍ରିଟିଶ ସାମ୍ରାଜ୍ୟ ଆଫଗାନିସ୍ତାନକୁ ଏକ ନିରପେକ୍ଷ ଅଞ୍ଚଳ ଭାବେ ବ୍ୟବହାର କରିଥିଲା। ୧୮୯୩ ମସିହା ନଭେମ୍ବର ୨ ତାରିଖରେ ବ୍ରିଟିଶ ସରକାରୀ କର୍ମଚାରୀ ସାର୍ ହେନେରୀ ମୋର୍ଟିମର ଡୁରାଣ୍ଡ ଏବଂ ତତ୍କାଳୀନ ଆଫଗାନିସ୍ତାନ ଶାସକ ଆମୀର ଅବଦୁର ରହମାନଙ୍କ ମଧ୍ୟରେ ଡୁରାଣ୍ଡ ଲାଇନ ସନ୍ଧି ସ୍ୱାକ୍ଷରିତ ହୋଇଥିଲା।
Also Read: Suicide Bomber Battalion ଗଠନ କଲା ତାଲିବାନ; ତାଜିକିସ୍ତାନ-ଚୀନ ସୀମାରେ ହେବ ମୁତୟନ
ଦ୍ୱିତୀୟ ଆଫଗାନିସ୍ତାନ ଯୁଦ୍ଧ ଶେଷ ହେବାର ୨ ବର୍ଷ ପରେ ଅବଦୁର ରହମାନଙ୍କୁ ୧୮୮୦୯ ମସିହାରେ ଆଫଗାନିସ୍ତାନ ରାଜା ଭାବରେ ନିଯୁକ୍ତ କରାଗଲା। ଏହି ଯୁଦ୍ଧରେ ବ୍ରିଟିଶ ସୈନ୍ୟ ଆଫଗାନିସ୍ତାନର ଏକ ବଡ଼ ଅଞ୍ଚଳକୁ ଦଖଲ କରି ନେଇଥିଲେ। ବ୍ରିଟିଶ ସରକାର ଅବଦୁର ରହମାନଙ୍କୁ ନିଜ ଇଚ୍ଛା ଅନୁସାର ରାଜା କରିଥିଲେ। ଯାହା ପରେ ୧୮୯୩ ମସିହାରେ ସାର୍ ଡୁରାଣ୍ଡଙ୍କ ସହ ହୋଇଥିବା ଚୁକ୍ତିନାମା ବ୍ରିଟିଶ ଭାରତ-ଆଫଗାନିସ୍ତାନ ମଧ୍ୟରେ ସୀମାରେଖା ନିର୍ଣ୍ଣୟ କରିଥିଲା। ସେତେବେଳେ ପାକିସ୍ତାନ ଅଖଣ୍ଡ ଭାରତ ବର୍ଷରେ ଅନ୍ତର୍ଭୂକ୍ତ ରହିଥିଲା।